Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ଗୁରୁବାର ଦିନ ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ ଏହି ଖାସ ଜିନିଷ। ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ତୁଳସୀ ଗଛରେ ଏଭଳି କେଉଁ ଜିନିଷ ବାନ୍ଧିଲେ ଦୂର ହୋଇଥାଏ ଦୁଃଖକଷ୍ଟ ଏବଂ ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। ଘରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଶୁଭ ଅଟେ । ତେଣୁ ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ୱାରା ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ପୌରାଣିକ ମାନ୍ୟତା ଅନୁସାରେ ତୁଳସୀକୁ ଅମୃତ ସମାନ ମାନା ଯାଇଛି। କୁହାଯାଏ କି ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟ ବାସ କରିଥାନ୍ତି। ଯେପରି ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ନଷ୍ଟ ହୋଇ ଯାଇଥାଏ, ସେହିପରି ଘରେ ତୁଳସୀ ଗଛ ରହିବା ଦ୍ୱାରା ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ତୁଳସୀ ପତ୍ର ନିଶ୍ଚିତ ଭାବରେ ପକାଇବା ଉଚିତ। କାରଣ ତୁଳସୀ ପତ୍ର ନପକାଇ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କଲେ ପୂଜା ଅପୂର୍ଣ୍ଣ ମାନା ଯାଇଥାଏ। ଏହି କାରଣରୁ ପ୍ରତ୍ୟେକ ହିନ୍ଦୁ ଲୋକଙ୍କର ଘରର ଅଗଣାରେ ତୁଳସୀ ଗଛ ରହିଥାଏ।

କିଛି ଲୋକଙ୍କ ଘରେ ତୁଳସୀ ଗଛକୁ ଲାଲ ରଙ୍ଗର କପଡା ଘୋଡେ଼ଇ ଦିଆଯାଇଥାଏ। କିନ୍ତୁ ଲାଲ ରଙ୍ଗ ମଙ୍ଗଳ ଗ୍ରହର କାରକ ଅଟେ ଏବଂ ତୁଳସୀ ବୁଧ ଗ୍ରହ ସହିତ ଜଡ଼ିତ ଏତେ। ବୁଧ ଓ ମଙ୍ଗଳ ଗ୍ରହ ମିତ୍ର ଗ୍ରହ ନୁହନ୍ତି। ତେଣୁ ତୁଳସୀ ଗଛକୁ ହଳଦିଆ ବା ଧଳା ରଙ୍ଗର କପଡ଼ା ପିନ୍ଧେଇବା ଉଚିତ। ଏକାଦଶୀ ବା କୌଣସି ଶୁଭ ତିଥିରେ ତୁଳସୀ ଗଛର ଓଢଣିକୁ ବଦଳାଇ ଦିଆଯାଇଥାଏ।

ତୁଳସୀ ଗଛ ମୂଳରେ ଶିବଲିଙ୍ଗ ବା ଭଗବାନ ଗଣେଶଙ୍କ ପ୍ରତିମା ରଖିବା ଉଚିତ ନୁହେଁ। ତୁଳସୀ ଗଛ ପାଖରେ କେବେବି ଲୁଗା ଶୁଖେଇବା ଉଚିତ ନୁହେଁ। ତୁଳସୀ ଗଛ ପାଖରେ କେବେବି କଟୁ ବଚନ କହିବା ଉଚିତ ନୁହେଁ। କିଛି ମହିଳା ଓ ପୁରୁଷ ମାନେ କେଶ ଖୋଲା ରଖି ତୁଳସୀ ଗଛକୁ ଜଳ ଅର୍ପଣ କରିଥାନ୍ତି। ତେଣୁ ଏଭଳି କରିବା ଉଚିତ ନୁହେଁ। ତୁଳସୀ ଗଛ ଶୁଖି ଗଲେ ଘରକୁ ଦାରିଦ୍ର୍ୟତା ଗ୍ରାସ କରିବାର ସଂକେତ ମିଳିଥାଏ। ତେଣୁ ଶୁଖି ଯାଇଥିବା ତୁଳସୀକୁ ଘରେ ରଖନ୍ତୁ ନାହିଁ।

ଶାସ୍ତ୍ରରେ କୁହାଯାଇଛି କି ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ଏହାଦ୍ବାରା ଘର ଧନଧାନ୍ୟ ପରିପୂର୍ଣ ହୋଇଯାଏ। ଯେଉଁ ଘରେ ତୁଳସୀ ଗଛ ସହିତ ଶାଳଗ୍ରାମ ରଖା ଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀର ବାସ ହୋଇଥାଏ। ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *