Excuse Me Odisha

ଯାହା କହିବୁ ସତ କହିବୁ

୩୦ ବର୍ଷ ପରେ ଶନି ଗ୍ରହ ମକର ରାଶିରେ ଗୋଚର କରିବା ଦ୍ଵାରା ବନୁଛି ଶୁଭ ସଂଯୋଗ। ଏହି ୩ ଗୋଟି ରାଶିର ଲୋକଙ୍କୁ ମିଳିବ ଶୁଭ ପରିଣାମ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟ ଅନ୍ତରାଳରେ ରାଶି ପରିବର୍ତ୍ତନ କରିଥାନ୍ତି। ଗ୍ରହ ମାନଙ୍କର ଗୋଚର ଯୋଗୁଁ ଏହାର ଶୁଭ ବା ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଶନି ଗ୍ରହ ଏହି ସମୟରେ ମକର ରାଶିର ବକ୍ରୀ ଅବସ୍ଥାରେ ରହିଛନ୍ତି। ଶନି ଗ୍ରହ ମକର ରାଶିର ଜୁଲାଇ ମାସରୁ ବକ୍ରୀ ହୋଇଥିଲେ ଏବଂ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଶନି ଗ୍ରହ ମକର ରାଶିରେ ୩୦ ବର୍ଷ ପରେ ଏଭଳି ବକ୍ରୀ ଅବସ୍ଥାରେ ରହିଛନ୍ତି। ଏହାର ପ୍ରଭାବରେ ତିନୋଟି ଖାସ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ମେଷ ରାଶି :-

ଶନି ଗ୍ରହ ମକର ରାଶିର ଗୋଚର କରିବା ଦ୍ଵାରା ଏହି ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। କ୍ୟାରିୟରରେ ଅଗ୍ରଗତି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭବାନ ହେବେ।ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ସମସ୍ତ ଆଶା ଅଭିଳାଷା ପୂରଣ ହୋଇଯିବ।ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ଧନୁ ରାଶି :-

ଶନି ଗ୍ରହର ବକ୍ରୀ ଚଳନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ୟା ସମସ୍ୟା ଦୂର ହୋଇଯିବ। ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଟଙ୍କା ରୋଜଗାର ପାଇଁ ନୂତନ ସାଧନ ପ୍ରାପ୍ତ ହେବ। ସେୟାର ବଜାରରେ ନିବେଶ କରି ଲାଭବାନ ହେବେ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ। ବାହନ ବା ସମ୍ପତ୍ତି କିଣି ପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।ଈଶ୍ୱର ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।

ମୀନ ରାଶି :-

ଶନି ଗ୍ରହର ବକ୍ରୀ ଚଳନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କର ମାସିକ ଆୟ ବୃଦ୍ଧି ହେବ। ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତି ହୋଇପାରେ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ଖରାପ ଶକ୍ତି ଆପଣଙ୍କର କିଛି କରି ପାରିବ ନାହିଁ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ବ୍ୟାପାରରେ ବିସ୍ତାର କରିବା ପାଇଁ କଠିନ ପରିଶ୍ରମ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତ ହେବ। ଜୀବନରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *