ପିତୃପକ୍ଷ ଏକାଦଶୀ ଦିନ ଏହି ସ୍ଥାନରେ ରଖି ଦିଅନ୍ତୁ କଏନ, ମିଳିବ ସବୁ ସଙ୍କଟରୁ ମୁକ୍ତି।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ପିତୃପକ୍ଷ ସମୟରେ କେଉଁ ଗଛ ଲଗାଇଲେ ଶୁଭ ହୋଇଥାଏ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ।
ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ଏହାସହିତ ପିତୃପୁରୁଷ ମାନେ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରକୁ ବିପଦ ମାଡି ଆସିଥାଏ।
ପିତୃ ଏକାଦଶୀକୁ ବହୁତ ପବିତ୍ର ମାନା ଯାଇଥାଏ। ଏକାଦଶୀ ବିଶେଷକରି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ପିତୃପକ୍ଷ ଏକାଦଶୀ ତିଥିରେ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇ ତାଙ୍କୁ ଦକ୍ଷିଣା ଦେବା ସମୟରେ କଏନ ମଧ୍ୟ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଯଦି ଆପଣଙ୍କ ପର୍ସ ବାରମ୍ବାର ଖାଲି ରହୁଛି, ତାହେଲେ ଆପଣ ଗୋଟେ ଲାଲ କପଡ଼ାରେ ଗୋଟେ କଏନ ଓ ଗୋଟେ କଉଡ଼ି ବାନ୍ଧି ନିଜ ପର୍ସରେ ରଖି ଦିଅନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ଧନ ପ୍ରାପ୍ତି ହେବ।
ଯଦି ଆପଣଙ୍କ ଘରେ ଧନର ଅଭାବ ବଢ଼ି ଯାଉଛି ଏବଂ ଘରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଯାଉଛି, ତାହେଲେ ଆପଣ କଳସ ନେଇ ଉପାୟ କରନ୍ତୁ। କଳସରେ ଗୋଟେ କଏନ ରଖି ପାଣି ଭରି ଦିଅନ୍ତୁ ତାପରେ ଏହାକୁ ଘରର ଦୁଆର ମୁହଁରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ। ଏକାଦଶୀ ଦିନ ଏହି ଉପାୟ କଲେ ଆପଣଙ୍କୁ ବିଶେଷ ରୂପରେ ଲାଭ ପ୍ରାପ୍ତ ହେବ। ଏହାସହିତ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।