Excuse Me Odisha

ଯାହା କହିବୁ ସତ କହିବୁ

୨୧ ସେପ୍ଟେମ୍ବର ରାଶିଫଳ : ମେଷ, ବୃଷ ଓ କନ୍ୟା ରାଶିର ଲୋକଙ୍କୁ ମିଳିବ ସଫଳତା। କୁମ୍ଭ ରାଶିର ଲୋକେ ରୁହନ୍ତୁ ସାବଧାନ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ କୋର୍ଟ କଚେରୀ ମାମଲାରେ ସଫଳ ରହିବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ଚାକିରି କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ ଏବଂ ପ୍ରଶଂସିତ ହେବେ। ପରିବାରର ବରିଷ୍ଠ ସଦସ୍ୟ ଆପଣଙ୍କୁ କିଛି ରାୟ ଦେଇ ପାରନ୍ତି। ଜୀବନସାଥୀ ତାଙ୍କ ମନର ସମସ୍ୟା ଆପଣଙ୍କ ସହିତ ବ୍ୟକ୍ତ କରି ପାରନ୍ତି।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ପରିବାରରେ ଆପଣ ସବୁ ସଦସ୍ୟଙ୍କ ଆବଶ୍ୟକତାକୁ ପୁରଣ କରିବାକୁ ପ୍ରୟାସ କରିବେ। ଧନଲାଭ ହେବାର ଉତ୍ତମ ଅବସର ପ୍ରାପ୍ତ ହେବ। ଯଦି ଆପଣ ପୂର୍ବରୁ ଋଣ ନେଇଛନ୍ତି, ତାହେଲେ ଉଚିତ ସମୟରେ ଆପଣ ଋଣ ପରିଶୋଧ କରନ୍ତୁ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାରରେ ଲଗାତାର ବିବାଦ ଲାଗି ରହିବା କାରଣରୁ ବିଦ୍ୟାର୍ଥୀ ମାନଙ୍କ ଉପରେ ଖରାପ ପ୍ରଭାବ ପଡିପାରେ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଉଚିତ ସମୟରେ ସମ୍ପନ୍ନ ହେବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବନ୍ଧୁ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ପାରନ୍ତି। ତେଣୁ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ମହିଳା ବନ୍ଧୁଙ୍କ ଠାରୁ ଆର୍ଥିକ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଗୃହସ୍ଥ ଜୀବନରେ କିଛି ସମସ୍ୟା ସୃଷ୍ଟି ହେଉଥିଲେ, ଆପଣଙ୍କୁ ଧର୍ଯ୍ୟ ରଖି ସବୁ ସମସ୍ୟାର ସମାଧାନ ବାହାର କରିବା ଉଚିତ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ। ଆଳସ୍ୟ ତ୍ୟାଗ କରି ସଠିକ ସମୟରେ କାର୍ଯ୍ୟ ସମାପନ କରନ୍ତୁ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘରେ କଳି ଝଗଡା ଲାଗି ରହିପାରେ। ପରିବାର ଲୋକଙ୍କ ସହିତ ଆପଣ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ସନ୍ତାନଙ୍କ ଭବିଷ୍ୟତକୁ ନେଇ ସୁଚାରୁ ରୂପେ ଯୋଜନା ବନେଇ ପାରନ୍ତି। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ନୂତନ ପ୍ରୋଜେକ୍ଟ ମିଳିପାରେ। କୌଣସି ସ୍ଥାନରେ ଧନ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଘରର ବାତାବରଣ ସୁଖମୟ ରହିବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଚାଲୁଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କର ସବୁ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇପାରେ। ଆପଣଙ୍କୁ କଠିନ ପରିଶ୍ରମ କରି ଆଗକୁ ବଢ଼ିବେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ନିଜ ପରିବାର ଓ ଅଫିସ ମଧ୍ୟରେ ଉଚିତ ତାଳମେଳ ବନେଇ ରଖିବା ଆବଶ୍ୟକ। ପରିବାର ଲୋକଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଆମଦାନୀରେ ବୃଦ୍ଧି ହେବ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ମାନସିକ ଶାନ୍ତି ପ୍ରାପ୍ତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଭବିଷ୍ୟତରେ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ। ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଅଗ୍ରସର ହେବ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଗୁରୁଜନଙ୍କ ଠାରୁ ପରାମର୍ଶ ନିଅନ୍ତୁ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଟଙ୍କାପଇସା ମାମଲାରେ ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଆପଣଙ୍କ ଜୀବନରେ ଶୁଭ ପରିବର୍ତ୍ତନ ଦେଖିବାକୁ ମିଳିବା।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ଗୃହସ୍ଥ ଜୀବନ ଓ ଚାକିରି ଜୀବନକୁ ତାଳମେଳ ବନେଇ ରଖନ୍ତୁ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ଆପଣଙ୍କୁ ଧର୍ଯ୍ୟ ରଖି ସବୁ କାର୍ଯ୍ୟ ତୁଲାଇବା ଆବଶ୍ୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *