Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ସବୁବେଳେ ସଫଳ ହେବାକୁ ଚାହୁଁଥିଲେ, ଏହି ପାଞ୍ଚଟି ସ୍ଥାନରେ ସର୍ବଦା ମୌନ ରୁହନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀ ସୁଖ ସୁବିଧା, ସୁଖଶାନ୍ତିରେ ରହିବାକୁ ପସନ୍ଦ କରିଥାନ୍ତି। କିଛି ଲୋକେ ଅନ୍ୟର କ୍ଷତି କରିବାକୁ ପ୍ରୟାସ କରିଥାନ୍ତି ତ ଆଉ କିଛି ଲୋକେ ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗ ଦେଇଥାନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ଅନେକ ମହାତ୍ମା ଓ ମହାପୁରୁଷ ମାନେ ଲୋକମାନଙ୍କୁ ଉପଦେଶ ଓ ପ୍ରେରଣା ଦେଇଛନ୍ତି। ଏହି ଉପଦେଶ ଓ ପ୍ରେରଣାକୁ ପ୍ରୟୋଗ କରି ମନୁଷ୍ୟ ନିଜ ଜୀବନକୁ ସହଜ ଓ ସରଳ କରିଥାଏ।

ଏହି ଦୁନିଆରେ ଜିଭରୁ ବାହାରିଥିବା ଶବ୍ଦ ହୁଏତ କାହାର ମନକୁ ଜିତି ନେଇଥାଏ ନଚେତ କାହାର ମନରେ କଷ୍ଟ ଦେଇଥାଏ। ଏହି ଆମେ ଆପଣଙ୍କୁ ସେହି ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ। ତେବେ ଗୋଟେ ସୁନ୍ଦର କଥା ହେଉଛି, ପାଟି ଖୋଲିବା ପୂର୍ବରୁ ପ୍ରଥମେ ମସ୍ତିଷ୍କ ଖୋଲନ୍ତୁ। ଅର୍ଥାତ୍ କାହା ସହିତ କଥାବାର୍ତ୍ତା କରିବା ପୂର୍ବରୁ ଆପଣ ନିଜ ମନ ଓ ମସ୍ତିଷ୍କ ଖୋଲି ଭଲ ଭାବରେ ଚିନ୍ତା କରନ୍ତୁ। କାରଣ ଶବ୍ଦର ପ୍ରଭାବ ବହୁତ ଗଭୀର ହୋଇଥାଏ। ଏହି ଶବ୍ଦ ମନୁଷ୍ୟକୁ ଖୁସି ଦେଇଥାଏ ତ କଷ୍ଟ ମଧ୍ୟ ଦେଇଥାଏ।

– ପ୍ରଥମରେ ହେଉଛି, ଯେଉଁ ସ୍ଥାନରେ କେହି ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରୁ ନାହାଁନ୍ତି ଓ ଆପଣଙ୍କ କଥାକୁ ସମ୍ମାନ ଦେଉ ନାହାନ୍ତି, ସେହି ସ୍ଥାନରେ କେବେବି ନିଜ କଥା ବ୍ୟକ୍ତ କରିବା ଉଚିତ ନୁହେଁ।ସେହି ସ୍ଥାନରେ ଆପଣ ଯେତେ ବୁଝାଇବାକୁ ପ୍ରୟାସ କଲେ ମଧ୍ୟ ଆପଣଙ୍କ କାଠର ମୂଲ୍ୟ ରହିବ ନାହିଁ। ତେଣୁ ସେହି ସ୍ଥାନରେ ଚୁପ୍ ରୁହନ୍ତୁ।

– ଦ୍ଵିତୀୟରେ ହେଉଛି, ଯେତେବେଳେ ଆପଣ କିଛି ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି, ଯେଉଁଠାରେ ଆପଣଙ୍କୁ ବୁଦ୍ଧି ବାଟ ଦିଶୁ ନାହିଁ ତେବେ ସେହି ସ୍ଥାନରେ ଆପଣଙ୍କୁ ଚୁପ୍ ରହିବା ଉଚିତ। ଯଦି ଆପଣ ଚୁପ୍ ନରହିବେ ତାହେଲେ ଆପଣ ହୁଏତ ଫସି ଯାଇ ପାରନ୍ତି।

– ତୃତୀୟରେ ହେଉଛି, ଯେତେବେଳେ ପର ନିନ୍ଦା ବା ଅନ୍ୟମାନଙ୍କର ଆଲୋଚନା ହୋଇଥାଏ ସେତେବେଳେ ଲୋକେ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାନ୍ତି ଅର୍ଥାତ୍ ନିନ୍ଦା କରୁଥିବା ବ୍ୟକ୍ତିକୁ ଅନେକ କିଛି କହିଥାନ୍ତି। ତେବେ ପର ଚର୍ଚ୍ଚା ବା ନିନ୍ଦା ହେଉଥିବା ସ୍ଥାନରେ କେବେବି ରହିବା ଉଚିତ ନୁହେଁ। ଏହି ସ୍ଥାନରେ ଚୁପ୍ ରହିବା ଆବଶ୍ୟକ। କାରଣ ଆପଣ ଅନ୍ୟକୁ ଯେଉଁଭଳି ଅନ୍ୟକୁ କହିବେ, ଦିନେ ଆପଣଙ୍କ ସହିତ ମଧ୍ୟ ସେହିଭଳି ହୋଇପାରେ। ତେଣୁ ଏଭଳି ସ୍ଥାନରୁ ଦୂରେଇ ରୁହନ୍ତୁ।

– ଚତୁର୍ଥରେ ହେଉଛି, ଯେତେବେଳେ ଆପଣ ଅଧିକ ଖୁସି ରହୁଛନ୍ତି ବା ଅଧିକ କ୍ରୋଧିତ ହୋଇ ଯାଉଛନ୍ତି, ସେତେବେଳେ ଚୁପ୍ ରହିବା ଆବଶ୍ୟକ। କାରଣ କ୍ରୋଧ ସମୟରେ ଏବଂ ଖୁସି ସମୟରେ ପାଟିରୁ ଅନେକ କଥା ବାହାରି ଆସିଥାଏ। କ୍ରୋଧ ସମୟରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ କି କାହାକୁ କିଛି କୁହନ୍ତୁ ନାହିଁ। ନଚେତ ଏହାର ଆଗାମୀ ପରିଣାମ ବହୁତ କଷ୍ଟଦାୟକ ହୋଇପାରେ।

– ପଞ୍ଚମରେ ହେଉଛି, ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ତାର ଦୁଃଖ ବିଷୟରେ ଜଣାଉଛି, ସେତେବେଳେ ଚୁପ୍ ରୁହନ୍ତୁ ଏବଂ ତାର କଥା ଧ୍ୟାନ ଦେଇ ଶୁଣନ୍ତୁ ଓ ଶୁଣିବା ପରେ ତାର ସମାଧାନ କରିବାକୁ ପ୍ରୟାସ କରନ୍ତୁ। ଯଦି ସେହି ବ୍ୟକ୍ତି କହୁଥିବା ସମୟରେ ଆପଣ କଥା କାଟିବା ପାଇଁ ପ୍ରୟାସ କରିବେ, ତାହେଲେ ହୁଏତ ସେ ଖରାପ ଭାବି ପାରନ୍ତି।

ତେବେ ବନ୍ଧୁଗଣ, ଆଶା କରୁଛୁ ଏହି ଲେଖା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ଏହାକୁ ଗୋଟେ ଲାଇକ କରନ୍ତୁ ଏବଂ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଏହି ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *