Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ :୨୦ ସେପ୍ଟେମ୍ବର ୨୦୨୨,ମଙ୍ଗଳବାର :ଆଜି ତିନୋଟି ରାଶିର ଲୋକଙ୍କ ଉପରେ ପ୍ରଭୁ ହନୁମାନଙ୍କର ଆଶୀର୍ବାଦ ରହିବ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ସେପ୍ଟେମ୍ବର ୨୦ ତାରିଖର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡ଼ିକ ବିଷୟରେ ଜାଣି ହୋଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନକୁ ଆଧାର କରି ରାଶିଫଳ ନିର୍ମାଣ କରାଯାଇଥାଏ। ପ୍ରତ୍ୟେକଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଜୀବନକୁ ପ୍ରଭାବିତ କରିଥାଏ। ଏହି ରାଶିଫଳରେ ଆପଣଙ୍କୁ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ସୂଚନା ମିଳିଥାଏ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ ତାହେଲେ ପଢନ୍ତୁ ରାଶିଫଳ ୨୦ ସେପ୍ଟେମ୍ବର ୨୦୨୨।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଅଯଥା ଚିନ୍ତିତ ରୁହନ୍ତୁ ନାହିଁ, ନଚେତ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ମହିଳା ମାନେ ନିଜ ଦାୟିତ୍ୱକୁ ସଠିକ ଢଙ୍ଗରେ ସମାପ୍ତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ସାମାଜିକ ଗତିବିଧି ଆପଣଙ୍କର ମାନସିକ ଚିନ୍ତା ବଢାଇ ପାରେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଯେଉଁ ମାନେ ଚାକିରି ପାଇଁ ଆବେଦନ କରିଛନ୍ତି, ସେମାନଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ବ୍ୟାପାର କରୁଥିବା ଲୋକେ ଅଧିକ ଲାଭବାନ ହେବେ। ସାମାନ୍ୟ କଥା ଶୁଣି ଆପଣ ସଙ୍ଗେ ସଙ୍ଗେ ନିଷ୍ପତ୍ତି ନେବା ଭୁଲ ଅଟେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ରଖିବାର ଆବଶ୍ୟକତା ରହିଛି।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ଅଯଥା ଚିନ୍ତିତ ରହିବା ଉଚିତ ନୁହେଁ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡିପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିଲେ, ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। ଆପଣ ସବୁ କାର୍ଯ୍ୟ ଏକାଗ୍ର ସହିତ କରନ୍ତୁ, ଦେଖିବେ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଘରକୁ ଅତିଥି ମାନଙ୍କର ଆଗମନ ହୋଇପାରେ। ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ। ଜମିବାଡ଼ି ମାମଲାରେ ଆପଣଙ୍କୁ ସୁଫଳ ମିଳିବ। ଘରକୁ ସୁଖ ସମୃଦ୍ଧିର ଆଗମନ ହେବ। ଛୋଟ ପିଲା ମାନଙ୍କୁ ଆପଣ କିଛି ଉପହାର ଦିଅନ୍ତୁ।

ସିଂହ ରାଶି :-ଆଜିର ଦିନଟି ଅନୁକୂଳ ରହିଛି। ବ୍ୟାପାରିକ କ୍ଷେତ୍ରରେ ଉଚିତ ଲାଭ ପ୍ରାପ୍ତ ହେବ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ, ଦେଖିବେ ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ସନ୍ତାନଙ୍କ ଉନ୍ନତି ଯୋଗୁଁ ଆପଣ ପ୍ରସନ୍ନ ରହିବେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରର ସଦସ୍ୟଙ୍କୁ ଖୁସିରେ ରଖିବା ପାଇଁ ଆପଣ ଯଥେଷ୍ଟ ପ୍ରୟାସ କରିବେ। ଘରର ବାତାବରଣ ସୁଖମୟ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ ବରିଷ୍ଠ ଅଧିକାରୀ ସନ୍ତୁଷ୍ଟ ରହିବେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ଅଧିକ ଉତ୍ସାହିତ ରହିବେ। ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଶତ୍ରୁ ସକ୍ରିୟ ରହିବେ ଏବଂ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରି ପାରନ୍ତି। କିନ୍ତୁ ସେମାନେ ବିଫଳ ହେବେ। କିଛି ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଜମିବାଡ଼ି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଅଯଥା ଚିନ୍ତା ନକରି ଖୁସିରେ ରହିବା ଉଚିତ। ନିଜ ଅହଙ୍କାରକୁ ପରିତ୍ୟାଗ କରନ୍ତୁ, ଦେଖିବେ ସବୁକିଛି ଆପଣଙ୍କୁ ଭଲ ଲାଗିବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣଙ୍କୁ ସଫଳତାର ଶିଖରରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସରକାରୀ କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବ। କୌଣସି ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ସାମାନ୍ୟ ମତଭେଦ ହୋଇପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣଙ୍କୁ ଅଯଥା ବିବାଦରୁ ଦୁରେଇ ରହିବା ଆବଶ୍ୟକ। ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖା ଦେଇପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ବିଦେଶ ସମ୍ବନ୍ଧୀୟ ଯୋଜନା ସଫଳ ହେବ। ବ୍ୟବସାୟିକ ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ଠାରୁ ଉଚିତ ପରାମର୍ଶ ମିଳିବ। ଯେଉଁମାନେ ପ୍ରେମ କରୁଛନ୍ତି, ପ୍ରେମ ସ୍ବୀକାର କରିବା ପାଇଁ ଆଜିର ସମୟ ଅନୁକୂଳ ରହିଛି। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟାପାର କ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟକ୍ତିଗତ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ଶାରୀରିକ ଓ ମାନସିକ ସ୍ତରରେ ଆପଣ ସୁଦୃଢ ରହିବେ। ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *