Excuse Me Odisha

ଯାହା କହିବୁ ସତ କହିବୁ

ଶାରଦୀୟ ନବରାତ୍ରୀ ସମୟରେ ନିଜ ଘରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ଜିନିଷ। ନଚେତ ଦେବୀ ଦୁର୍ଗା ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ।

ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। କିନ୍ତୁ ଆମ ଦ୍ଵାରା ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ। ଯାହାଫଳରେ ଦେବୀ ଦୁର୍ଗା ଆମ ଉପରେ କ୍ରୋଧିତ ହୋଇ ଯାଇଥାନ୍ତି।

ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ନବରାତ୍ରି ଚାଲିଥିବା ସମୟରେ ନିଶ୍ଚିତ ଭାବରେ ଘରୁ ହଟାଇ ଦେବା ଆବଶ୍ୟକ। ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ତେବେ ନବରାତ୍ରି ସମୟରେ ଘରେ ମାଂସ, ମଦିରା, ଅଣ୍ଡା, ପିଆଜ ରସୁଣ ଆଦି ରଖିବା ଉଚିତ ନୁହେଁ। ଏହାସହିତ ଘରକୁ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଆବଶ୍ୟକ। ନବରାତ୍ରି ସମୟରେ ଦେବୀ ଦୁର୍ଗା ଘରକୁ ପ୍ରବେଶ କରିଥାନ୍ତି। ଏହି ସମୟରେ ଯଦି ଘରେ ଅଳିଆ ଆବର୍ଜନା ଭର୍ତ୍ତି ରହିଲେ ଦେବୀ ଦୁର୍ଗା ଓ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି ଏବଂ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ।

ନବରାତ୍ରି ଚାଲିଥିବା ସମୟରେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ସର୍ବଦା ଗଙ୍ଗା ଜଳର ସିଞ୍ଚନ କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଘରର ପରିବେଶ ସୁଖମୟ ଏବଂ ସକାରାତ୍ମକ ରହିଥାଏ। ଏହି ସମୟରେ ଖରାପ ବା ଚିରା ଫଟା ପୋଷାକ ଆଦି ଘରୁ ହଟାଇ ଦେବା ଆବଶ୍ୟକ। ଏହା ଘରେ ରହିଲେ ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି। ନବରାତ୍ରି ଆରମ୍ଭ ଦିନରୁ ଆପଣ ନିଜ ଘରର ଦୁଆର ମୁହଁକୁ ଫୁଲ ଓ ଆମ୍ବ ପତ୍ରରେ ଭଲଭାବରେ ସାଜସଜ୍ଜାରେ ପରିପୂର୍ଣ କରନ୍ତୁ। ଏହାଦ୍ବାରା ଦେବୀ ଦୁର୍ଗା ଅଧିକ ପ୍ରସନ୍ନ ହୋଇଥାନ୍ତି।

ଘରର ଉତ୍ତର ଦିଗରେ ଆବର୍ଜନା ଜମା କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦେବୀଙ୍କ ପୂଜାର୍ଚ୍ଚନା ସମୟରେ ଆପଣ କଉଡ଼ି ବ୍ୟବହାର କରନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଦେବୀଙ୍କ ପୂଜାରେ ପାଣି ଥିବା ନଡ଼ିଆ କଳସରେ ରଖନ୍ତୁ। କୁହାଯାଏ କି ଦେବୀଙ୍କୁ ନଡ଼ିଆ ବଳି ମଧ୍ୟ ଦିଆଯାଇଥାଏ। ଘରେ ଭାଙ୍ଗି ଯାଇଥିବା ବସ୍ତୁ ଖୁବ୍ ଶୀଘ୍ର ହଟାଇ ଦିଅନ୍ତୁ। ନଚେତ ଘୋର ବିପଦ ମାଡି ଆସିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *