Excuse Me Odisha

ଯାହା କହିବୁ ସତ କହିବୁ

୨୪ ସେପ୍ଟେମ୍ବର ଦିନ ବନିବାକୁ ଯାଉଛି ଦୁର୍ଲଭ ସଂଯୋଗ। ଗୋଟେ ରାଶିରେ ଅବସ୍ଥାନ କରିବେ ତିନୋଟି ଶୁଭ ଗ୍ରହ। ନବରାତ୍ରି ସମୟରେ ଏହି ୫ ଗୋଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ସେୟାର୍ କରନ୍ତୁ

ଏହି ନବରାତ୍ରି ସମୟରେ ଏକ ଦୁର୍ଲଭ ରାଜଯୋଗ ବନିବାକୁ ଯାଉଛି। ତିନୋଟି ଶୁଭ ଗ୍ରହ ଗୋଟେ ରାଶିରେ ଅବସ୍ଥାନ କରିବେ। ଯାହାଫଳରେ ଖାସ ତିନୋଟି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ନବରାତ୍ରି ସୁଖର ଦିନ ନେଇ ଆସିବ। ସେପ୍ଟେମ୍ବର ୨୪ ତାରିଖ ଦିନ ଦୁର୍ଲଭ ସଂଯୋଗ ବନିବାକୁ ଯାଉଛି, ଯାହା ପାଞ୍ଚଟି ରାଶିର ଭାଗ୍ୟୋଦୟର କାରଣ ବନିବ। ଏହିଦିନ ଶନି ଗ୍ରହ ଏବଂ ବୃହସ୍ପତି ଗ୍ରହ ବକ୍ରୀ ଅବସ୍ଥାରେ ରହିବେ। ଶୁକ୍ର ଗ୍ରହ କନ୍ୟା ରାଶିକୁ ଗୋଚର କରିବେ। କନ୍ୟା ରାଶିରେ ପୂର୍ବରୁ ବୁଧ ଗ୍ରହ ଏବଂ ସୂର୍ଯ୍ୟ ଗ୍ରହ ସଂଯୋଗ ହୋଇ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବେ। ତେଣୁ ବୁଧ, ଶୁକ୍ର, ସୂର୍ଯ୍ୟ ଗ୍ରହ ଏକତ୍ର ହୋଇ କନ୍ୟା ରାଶିରେ ତ୍ରିଯୋଗ ସୃଷ୍ଟି କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୁର୍ଲଭ ସଂଯୋଗ ୫୯ ବର୍ଷ ପରେ ବନୁଛି। ଏହି ଖାସ ସଂଯୋଗ ଯୋଗୁଁ ୫ ଗୋଟି ରାଶିର ଲୋକଙ୍କର ଭାଗ୍ୟ ଉଦୟ ହେବ। ଆସନ୍ତୁ ସେହି ୫ ଗୋଟି ରାଶିର ଲୋକଙ୍କ ବିଷୟରେ ଜାଣିବା।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ପରିବାରରେ ହସଖୁସିର ମାହୋଲ ରହିବ। କାରବାର ମାମଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଏହି ରାଶିରେ ନୀଚ ଭଙ୍ଗ ହଂସ ଏବଂ ଭଦ୍ର ନାମକ ରାଜଯୋଗ ବନୁଛି। ଆପଣ ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ଆଶାନୁରୂପ ସଫଳତା ମିଳିବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ବ୍ୟାପାରରେ ଜବରଦସ୍ତ ଲାଭ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। କାରଣ ଏହି ରାଶିରେ ହଂସ ନାମକ ରାଜଯୋଗ ବନିବାକୁ ଯାଉଛି।

ମୀନ ରାଶି :-

ଏହି ରାଶିରେ ଭଦ୍ର ଓ ନୀଚ ଭଙ୍ଗ ରାଜଯୋଗ ବନିବାକୁ ଯାଉଛି। ଯାହାଫଳରେ ଆପଣଙ୍କୁ ଶୁଭ ସମାଚାର ଶୁଣିବାକୁ ମିଳିପାରେ। ଚାକିରି କ୍ଷେତ୍ରରେ ସଫଳତା ମିଳିବା ଆଜିର ଆୟରେ ମଧ୍ୟ ବୃଦ୍ଧି ହେବ। କୁଣ୍ଡଳୀରେ ଶନିଦେବ ଲାଭ ସ୍ଥାନରେ ଅବସ୍ଥାନ କରିଛନ୍ତି, ଯାହାଫଳରେ ଆୟର ବିଭିନ୍ନ ସ୍ରୋତ ପ୍ରାପ୍ତ ହେବ। ଅର୍ଥ ସଞ୍ଚୟ କରିବାରେ ସକ୍ଷମ ହେବେ। ନୂଆ ଜମିବାଡ଼ି ବା ବାହନ କ୍ରୟ କରି ପାରନ୍ତି।

ବୃଷ ରାଶି :-

ଏହି ରାଶିର ଲୋକେ ଯେଉଁ ଯୋଜନା ପ୍ରସ୍ତୁତ କରିବେ, ସେଥିରେ ନିଶ୍ଚିତ ଭାବରେ ସଫଳ ହେବେ। ବ୍ୟାପାରରେ ବିସ୍ତାର ଲାଭ କରି ପାରନ୍ତି। ଯେଉଁ ଲୋକଙ୍କୁ ଆପଣ ଋଣ ଦେଇଛନ୍ତି, ସେମାନେ ଉଚିତ ସମୟରେ ଋଣ ପରିଶୋଧ କରିବେ। କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଅନୁକୂଳ ରହିବ। ଶୁକ୍ର ଗ୍ରହ ନୀଚଭଙ୍ଗ ରାଜଯୋଗର ନିର୍ମାଣ କରୁଛି। ଯାହାଫଳରେ ଚାକିରି ଓ କାରବାରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କର ସବୁ ଅଭିଳାଷା ଏହି ସମୟରେ ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *