Excuse Me Odisha

ଯାହା କହିବୁ ସତ କହିବୁ

ଶାରଦୀୟ ନବରାତ୍ରୀ ଆସିବା ପୂର୍ବରୁ ଘରୁ ତୁରନ୍ତ ହଟାଇ ଦିଅନ୍ତି ଏହି ଜିନିଷ, ନଚେତ ଦେବୀ ଦୁର୍ଗା ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ଏହି ବର୍ଷ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ବୁଧବାର ଦିନ ସମାପ୍ତ ହେବ। କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ୨୬ ସେପ୍ଟେମ୍ବର ସକାଳ ୬:୧୧ ଘଟିକାରୁ ୭:୫୧ ପର୍ଯ୍ୟନ୍ତ ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଜିନିଷ ସବୁ ଆପଣ ନବରାତ୍ରି ସମୟରେ ଘରୁ ହଟାଇ ଦେବା ଆବଶ୍ୟକ। ନଚେତ ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ। ବାସ୍ତୁ ଶାସ୍ତ୍ରରେ ଘରର ସକାରାତ୍ମକ ଉର୍ଜାକୁ ବଜାୟ ରଖିବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି। ଘରେ କୌଣସି ନକାରାତ୍ମକ ବସ୍ତୁ ରହିଲେ ଆର୍ଥିକ ସ୍ଥିତିରେ ପ୍ରଭାବ ପଡିଥାଏ ଏବଂ ଅଶାନ୍ତି ସୃଷ୍ଟି ହୋଇଥାଏ।

ଘରର ମୁଖ୍ୟ ଦୁଆର ହେଉଛି ଘରର ମୁଖ୍ୟ ଅଟେ, ଏହାଦ୍ବାରା ସବୁ ଶୁଭ ଓ ଅଶୁଭ ଶକ୍ତି ଘରକୁ ପ୍ରବେଶ କରିଥାନ୍ତି। ତେଣୁ ଏହି ଦୁଆର ଭୁଲ ଦିଗରେ ରହିଲେ ପରିବାର ଉପରକୁ ବିପଦ ମାଡି ଆସିଥାଏ। ଏହାସହିତ ମୁଖ୍ୟ ଦୁଆର ପାଖରେ କିଛି ଏଭଳି ବସ୍ତୁ ରଖିବା ଉଚିତ ନୁହେଁ, ଯାହା ଘର ପାଇଁ ଅଶୁଭ ହୋଇଥାଏ। ଘର ସାମନାରେ ଦୂଷିତ ପାଣି ଜମା ରହିଲେ ଘର ପାଇଁ ଅଶୁଭ ହୋଇଥାଏ। ଏହି ଦୂଷିତ ପାଣି ଦ୍ୱାରା ରୋଗ ଆଦି ମଧ୍ୟ ବ୍ୟାପି ଥାଏ। ତେଣୁ ଦୂଷିତ ପାଣିକୁ ତୁରନ୍ତ ନିଷ୍କାସିତ କରନ୍ତୁ।

ଘରର ମୁଖ୍ୟ ଦୁଆର ସାମ୍ନାରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ନକାରାତ୍ମକ ଶକ୍ତି ଏହି କଣ୍ଟା ଜାତୀୟ ଗଛ ମାଧ୍ୟମରେ ଘରକୁ ପ୍ରବେଶ କରିଥାନ୍ତି। ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଅଧିକାଂଶ ଲୋକେ ଘର ସାମ୍ନାରେ ଅଳିଆ ଆବର୍ଜନା ଜମା କରିଥାନ୍ତି। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଯାହାଫଳରେ ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ। କିନ୍ତୁ କେବେବି ଘର ସାମ୍ନାରେ ଅଳିଆ ପକାଇବା ଉଚିତ ନୁହେଁ। ଘରର ମୁଖ୍ୟ ଦୁଆର ସାମ୍ନାରେ କେବେବି ଝାଡୁ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *