Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଦୁଇଟି ମୂର୍ତ୍ତି ଏକାସହିତ ରଖିଲେ ବନିଥାଏ ରାଜଯୋଗ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ବାସ୍ତୁ ଶାସ୍ତ୍ରକୁ ଅତ୍ୟନ୍ତ ଗୁରୁତ୍ଵ ଦିଆଯାଇଛି। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକେ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁତୃତ୍ଵ ଦେଉଛନ୍ତି। ବାସ୍ତୁ ଅନୁସାରେ ଘରର ଜିନିଷ ପତ୍ର ଉଚିତ ସ୍ଥାନରେ ରହିବା ନିହାତି ଆବଶ୍ୟକ ଅଟେ। ନଚେତ ବାସ୍ତୁ ଦୋଷ ଲାଗିବାର ସମ୍ଭାବନା ରହିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ଦୁଇଟି ମୂର୍ତ୍ତି ଏକାସହିତ ଘରେ ରଖିବା ଦ୍ଵାରା ରାଜଯୋଗ ବନିଥାଏ ଏବଂ ଶୁଭ ପରିଣାମ ପ୍ରାପ୍ତି ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଠାକୁର ଘରେ ଯଦି ଆପଣ ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି, ତାହେଲେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପାଖରେ ଦେବୀ ରାଧାଙ୍କର ମଧ୍ୟ ମୂର୍ତ୍ତି ନିଶ୍ଚିତ ଭାବରେ ରଖନ୍ତୁ। ଏହି ଦୁଇଟି ମୂର୍ତ୍ତିକୁ ଯୋଡ଼ି କରି ଏହାର ପୂଜାର୍ଚ୍ଚନା କରିବା ଉଚିତ। ଏହାଦ୍ବାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଏହାସହିତ ସକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିଥାଏ। ଯଦି ଆପଣ ଠାକୁର ଘରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ପୂଜା କରୁଛନ୍ତି ତାହେଲେ ତାଙ୍କ ବାମ ପାଖରେ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ମଧ୍ୟ ରଖନ୍ତୁ।

ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଅର୍ଥର ସମସ୍ୟା ଦୂର ହୋଇଯିବ। ଯଦି ଆପଣ ନିଜ ଠାକୁର ଘରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖୁଛନ୍ତି, ତାହେଲେ ଆପଣ ପ୍ରଭୁ ହନୁମାନଙ୍କର ମୂର୍ତ୍ତି ମଧ୍ୟ ରଖନ୍ତୁ। ଠାକୁର ଘରେ କେବେବି ଏକା ପ୍ରକାରର ଠାକୁର ମୂର୍ତ୍ତି ଅଧିକ ରଖିବା ଉଚିତ ନୁହେଁ। ନଚେତ ଘର ଉପରକୁ ବିପଦ ମାଡି ଆସିପାରେ। ଠାକୁର ଘରେ ଆପଣ ଶିବଲିଙ୍ଗ ପାଖରେ ତମ୍ବାର ନାଗ ସାପ ରଖିବା ଆବଶ୍ୟକ। ଈଶ୍ୱର ହେଉଛନ୍ତି ସୃଷ୍ଟି କର୍ତା।

ଈଶ୍ୱରଙ୍କୁ ଯେଉଁଠାରେ ରଖି ପୂଜାର୍ଚ୍ଚନା କଲେ ମଧ୍ୟ ସେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି। କିନ୍ତୁ ଶାସ୍ତ୍ରରେ ଅନେକ ନିୟମ ଗୁଡ଼ିକୁ ପାଳନ କରିବା ନିହାତି ଜରୁରୀ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *