ଯେଉଁ ଲୋକଙ୍କର ଏହି ୩ଟି ଅଙ୍ଗ ଉପରେ ତିଳ ରହିଥାନ୍ତି, ସେ ହୋଇଥାନ୍ତି କୋଟିପତି।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସାମୁଦ୍ରିକ ଶାସ୍ତ୍ରକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ବୁଝି ପାରି ନାହାଁନ୍ତି। ସାମୁଦ୍ରିକ ଶାସ୍ତ୍ର ମାଧ୍ୟମରେ କୌଣସି ବ୍ୟକ୍ତିର ସ୍ଵଭାବ ବା ଭବିଷ୍ୟତ ବିଷୟରେ ସୂଚନା ମିଳିଥାଏ। ଏଥିରେ ମନୁଷ୍ୟର ଅଙ୍ଗ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣିତ ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସ୍ତ୍ରୀ ଓ ପୁରୁଷଙ୍କ ଶରୀରରେ ରହିଥିବା ତିଳ ବିଷୟରେ। ତେବେ ଆସନ୍ତୁ ବିସ୍ତାର ରୂପରେ ଜାଣିବା।
ମନୁଷ୍ୟ ଯେତେବେଳେ ଛୋଟରୁ ବାସ ହୋଇଥାଏ, ସେତେବେଳେ ତାର ଶରୀରରେ ଥିବା ତିଳ ମଧ୍ୟ ସ୍ପଷ୍ଟ ରୂପରେ ଦେଖିବାକୁ ମିଳିଥାଏ। କିଛି ତିଳ ଶୁଭ ହୋଇଥାଏ ଓ ଆଉକିଛି ତିଳ ଅଶୁଭ ହୋଇଥାଏ, ଅର୍ଥାତ ତିଳ ଦେଖିଲେ ଜଣା ପଡ଼ିଥାଏ କି ବ୍ୟକ୍ତିଙ୍କ ଭାଗ୍ୟରେ କଣ ଅଛି? ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ ଅଙ୍ଗରେ ତିଳ ରହିଲେ ଶୁଭ ହୋଇଥାଏ।
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଛାତିର ମଧ୍ୟଭାଗରେ ତିଳ ରହିଥାଏ, ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଲୋକମାନେ ସମାଜରେ ନିଜର ଅଲଗା ସ୍ଥାନ ବନେଇ ରଖି ଥାଆନ୍ତି। ଏମାନେ ନିଜ କଠିନ ପରିଶ୍ରମ ବଳରେ ବ୍ୟାପାରରେ ସଫଳତା ହାସଲ କରିଥାନ୍ତି। ଛାତିରେ ତିଳ ଥିବା ଲୋକେ ହୃଦୟରୁ ବହୁତ ନିର୍ମଳ ଓ ବିନମ୍ର ହୋଇଥାନ୍ତି। ଏମାନଙ୍କ ଭଲ ସ୍ଵଭାବ ଯୋଗୁଁ ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଥାଏ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। କଳା କ୍ଷେତ୍ରରେ ଏମାନେ ନିଜର ଉତ୍ତମ ପ୍ରତିଭା ପ୍ରଦର୍ଶନ କରିଥାନ୍ତି। ଏମାନଙ୍କ ବୈବାହିକ ଜୀବନ ସର୍ବଦା ସୁଖମୟ ରହିଥାଏ।
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାକରେ ତିଳ ରହିଥିବା ଲୋକେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି। କିନ୍ତୁ ଏମାନେ ଖୁବ୍ ଶୀଘ୍ର କ୍ରୋଧିତ ହୋଇ ଯାଇଥାନ୍ତି। ନାକରେ ତିଳ ଥିବା ଲୋକେ ଅଧିକ ସ୍ଵାଭିମାନୀ ହୋଇଥାନ୍ତି ଏବଂ ଏମାନେ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି। ଏମାନଙ୍କୁ ନିଜ ପରିବାର ତରଫରୁ ବହୁତ ପ୍ରେମ ଓ ସମ୍ମାନ ମିଳିଥାଏ। ଏମାନଙ୍କର ମଧୁର ବାଣୀ ଯୋଗୁଁ ଏମାନେ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି।
ଯେଉଁମାନଙ୍କ ହାତ ପାପୁଲିରେ ତିଳ ରହିଥାଏ, ସେମାନେ ଅଳ୍ପ ବୟସରୁ ପ୍ରସିଦ୍ଧି ପ୍ରାପ୍ତ କରିଥାନ୍ତି। ସମାଜରେ ଏମାନଙ୍କର ସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିଥାଏ। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ଏମାନଙ୍କର ମଜାଳିଆ ସ୍ଵଭାବ ସମସ୍ତଙ୍କୁ ଆକର୍ଷିତ କରିଥାଏ।