Excuse Me Odisha

ଯାହା କହିବୁ ସତ କହିବୁ

କାଉ ପାଖରୁ ଏହି ୩ ଗୋଟି ସଂକେତ ମିଳିବା ଦ୍ଵାରା ହୋଇଥାଏ ଧନଲାଭ। ତେଣୁ ଏହାକୁ ଅଣଦେଖା କରନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରେ ଭଗବାନ ଶ୍ରୀକୃଷ୍ଣ କାଗାସୁରକୁ ବଧ କରିଥିଲେ। କାଗାସୁର ଏକ କାଉ ପକ୍ଷୀ ବିଶିଷ୍ଟ ଅସୁର ଥିଲା। କାଉ ପକ୍ଷୀ ପ୍ରାୟତଃ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ। ତ୍ରେତୟା ଯୁଗରେ ଗୋଟେ କାଉ ରାମାୟଣ ଲେଖିଥିଲା। ସେତେବେଳେ କାଉ ଦେଖିବାକୁ ସୁନ୍ଦର ଓ ଧଳା ରଙ୍ଗର ଥିଲା ଏବଂ ତାର ବାଣୀ ସବୁଠାରୁ ମଧୁର ଥିଲା। କିନ୍ତୁ ଜଣେ ଋଷିଙ୍କ ଅଭିଶାପ ଯୋଗୁ କାଉ କଳା ରଙ୍ଗ ହୋଇଗଲା ଏବଂ ତାର ବାଣୀ ମଧ୍ୟ କର୍କଶ ହୋଇଗଲା। କିନ୍ତୁ କାଉ ଏକ ଏଭଳି ପକ୍ଷୀ ଅଟେ, ଯାହା ପାଖରୁ ମନୁଷ୍ୟକୁ ଚତୁର ଓ ସାହସୀ ଗୁଣ ଶିକ୍ଷା କରିବା ଆବଶ୍ୟକ।

ମାନା ଯାଇଥାଏ କି କାଉ ଜୀବିତ ଓ ମୃତ ପ୍ରାଣୀ ମାନଙ୍କର ସମ୍ପକରେ ମାଧ୍ୟମ ହୋଇଥାଏ। ମୃତ ବ୍ୟକ୍ତି କାଉ ମାଧ୍ୟମରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥାନ୍ତି। କାଉ ଭଲ ଓ ଖରାପ ଲୋକଙ୍କୁ ଭଲଭାବରେ ପରଖି ପାରି ଥାଏ। କାଉ ଦ୍ଵାରା ଆମକୁ ଭବିଷ୍ୟତର ଅନେକ ମହତ୍ତ୍ୱପୂର୍ଣ୍ଣ ସଂକେତ ମିଳିଥାଏ। ଆଜି ଆମେ ଆପଣଙ୍କୁ ସେହି ମହତ୍ତ୍ୱପୂର୍ଣ୍ଣ ସଂକେତ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। କାଉ କେଉଁ ଅଶୁଭ ସଂକେତ ଦେଇଥାଏ, ଆସନ୍ତୁ ଜାଣିବା।

କାଉ ଯେଉଁ ଘରେ ରାତ୍ରି ସମୟରେ ବସି ରହେ, ସେହି ଘର ଉପରେ କୌଣସି ସଙ୍କଟ ଆସିବାର ସମ୍ଭାବନା ରହିଥାଏ। ଯଦି କାଉ ପାଣିରେ ସ୍ନାନ କରିବା ସମୟରେ କର୍କଶ ଶବ୍ଦ କରୁଥିବାର ଆପଣ ଦେଖନ୍ତି, ତାହେଲେ ଆପଣଙ୍କୁ କୌଣସି ସଂକଟର ସାମ୍ନା କରିବାକୁ ପଡିପାରେ। ଯଦି ଆପଣ କାଉକୁ ସମ୍ଭୋଗ କରୁଥିବାର ଦେଖନ୍ତି, ତାହେଲେ ବିପଦ ମାଡି ଆସିବାର ସମ୍ଭାବନା ରହିଥାଏ। ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସି ଯାଏ, ତାହେଲେ ଧନ ହାନୀ ହୋଇଥାଏ।

ଯଦି କାଉ କୌଣସି ବ୍ୟକ୍ତିର ବାମ ପଟରେ ଆସି ବସିଥାଏ, ତାହେଲେ ବ୍ୟକ୍ତିକୁ ଅପମାନିତ ମିଳିପାରେ। ଯଦି କାଉ ବ୍ୟକ୍ତିର ଡାହାଣ ପଟରେ ଆସି ବସିଥାଏ, ତାହେଲେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ। ଯଦି କାଉ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ଆସି ବସେ, ତାହେଲେ ତାର ସ୍ଵାମୀଙ୍କ ସହିତ ବିବାଦ ହୋଇଥାଏ। ତେବେ ଆସନ୍ତୁ ଏବେ କାଉ ସହିତ ଜଡିତ କିଛି ଶୁଭ ସଙ୍କେତ ବିଷୟରେ ଜାଣିବା।

ଯଦି ସୂର୍ଯ୍ୟୋଦୟ ସମୟରେ କୌଣସି ବ୍ୟକ୍ତି କାଉ ରାବୁ ଥିବାର ଦେଖନ୍ତି, ତାହେଲେ ବ୍ୟକ୍ତିକୁ ଐଶ୍ୱର୍ଯ୍ୟ ଏବଂ ଧନ ପ୍ରାପ୍ତି ହୋଇଥାଏ। ଯଦି କାଉ କୌଣସି ଘରକୁ ଯାଇ ଜଳ ପାନ କରିଥାଏ, ତାହେଲେ ସେହି ଘରେ କିଛି ଶୁଭ ସମାଚାର ଶୁଣିବାକୁ ମିଳିଥାଏ। ଯଦି ଗର୍ଭବତୀ ସ୍ତ୍ରୀ କାଉକୁ ପାଣି ପିଉଥିବାର ଦେଖନ୍ତି, ତାହେଲେ ତାଙ୍କୁ ସୁନ୍ଦର ପୁତ୍ର ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *