Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୮ ସେପ୍ଟେମ୍ବର ୨୦୨୨ , ରବିବାର : ଆଜି ବିଛା, ଧନୁ, ମକର ରାଶିର ଲୋକଙ୍କର ବଦଳିବ ଭାଗ୍ୟ। ପଢନ୍ତୁ ଦୈନିକ ରାଶିଫଳ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଭବିଷ୍ୟତକୁ ଚିନ୍ତା କରି ଆପଣ ଏବେଠାରୁ ଧନ ସଞ୍ଚୟ କରି ପାରନ୍ତି। ଆଜିର ଦିନଟିରେ ଆପଣଙ୍କୁ ଘରୋଇ ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କର ଆଧ୍ୟାତ୍ମିକ ପ୍ରତି ରୁଚି ବଢିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜମିବାଡ଼ି ଓ ବାହନ କ୍ରୟ କରିବା ପାଇଁ ଏହି ସମୟ ଅନୁକୂଳ ରହିବ। କୌଣସି ଯୋଜନା ପ୍ରୟୋଗ କରିବା ପୂର୍ବରୁ ଆପଣଙ୍କୁ ଭଲଭାବରେ ବିଚାର କରି ନେବା ଉଚିତ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ଆପଣଙ୍କୁ ସବୁ କ୍ଷେତ୍ରରେ ସମର୍ଥନ କରିବେ। ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ। ମାନସିକ ରୂପରେ ଆପଣ ଚିନ୍ତିତ ରହି ପାରନ୍ତି।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ରହିବ। ଆପଣଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ଭାଗ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ସମସ୍ୟା ବଢିପାରେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରୋତ୍ସାହନ ମିଳିପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବ୍ୟାପାର କ୍ଷେତ୍ରରେ କିଛି ବାଧାବିଘ୍ନ ସୃଷ୍ଟି ହୋଇପାରେ।

ସିଂହ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ଆପଣଙ୍କର କ୍ଷତି କରିବା ପାଇଁ ପ୍ରୟାସ କରି ପାରନ୍ତି, କିନ୍ତୁ ଆପଣଙ୍କର କିଛି ବିଗାଡି ପାରିବେ ନାହିଁ। ସେୟାର ବଜାରରେ ଆପଣ ନିବେଶ କରି ଲାଭବାନ ହେବେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିଛି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କୁ କିଛି ନୂଆ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିପାରେ। ବ୍ୟାପାର କରୁଥିବା ଲୋକେ ନୂଆ ଯୋଜନା ପ୍ରସ୍ତୁତ କରି ପାରନ୍ତି। ଆଜି କିଛି ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣ ଧନ ସଞ୍ଚୟ କରିବେ।

ତୁଳା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆଜି ଆପଣଙ୍କ କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ। ଆପଣଙ୍କୁ ନିଜ ଭାଇ ଓ ଭାଇଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଉପରେ ଅଧିକ ଦାୟିତ୍ୱ ବୃଦ୍ଧି ହୋଇପାରେ। ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢିପାରେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କୌଣସି କାର୍ଯ୍ୟ ଆପଣ ନିଜ କଠିନ ପରିଶ୍ରମ ବଳରେ ସମ୍ପନ୍ନ କରିବେ। ଆପଣଙ୍କୁ ନିଜ ଜିଦ୍ ସ୍ବଭାବକୁ ତ୍ୟାଗ କରିବାକୁ ପଡ଼ିବ।

ଧନୁ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆଜି ଆପଣଙ୍କର ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମକର ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ୟା ଦୂର ହୋଇଯିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ବ୍ୟବସାୟିକ ମାମଲାରେ ଆପଣ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ସନ୍ତାନ ପ୍ରାପ୍ତି ହୋଇପାରେ।

କୁମ୍ଭ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟାପାର କ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନା ଅସଫଳ ହୋଇପାରେ। ଆପଣ କାହାକୁ ଟଙ୍କା ଉଧାର ଦେଇ ପାରନ୍ତି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ପିତାମାତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଯିବ। ସର୍ବଦା ନିଜ ଆତ୍ମବିଶ୍ବାସକୁ ସୁଦୃଢ ରଖନ୍ତୁ, ଯାହାଦ୍ଵାରା କେହି ମଧ୍ୟ ଆପଣଙ୍କୁ ନୁଆଇଁ ପାରିବେ ନାହିଁ। ଅଯଥା ଲୋକଙ୍କ କଥା ଚିନ୍ତା କରନ୍ତୁ ନାହିଁ, ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *