Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲିଥିବା ସମୟରେ ଏହି ୩ ଗୋଟି ଗଛ ଲଗାଇବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ପିତୃପକ୍ଷ ସମୟରେ କେଉଁ ଗଛ ଲଗାଇଲେ ଶୁଭ ହୋଇଥାଏ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ଏହାସହିତ ପିତୃପୁରୁଷ ମାନେ କ୍ରୋଧିତ ହୋଇ ଯାଇଥାନ୍ତି।

ଆମ ଆଖପାଖରେ ରହିଥିବା ବୃକ୍ଷଲତା ମଧ୍ୟରେ ଅନେକ ଦିବ୍ୟ ଶକ୍ତି ରହିଥାଏ, ଯାହା ଆମ ପରିବେଶକୁ ସବୁଜମୟ ରଖିବା ସହିତ ସକାରାତ୍ମକ ପ୍ରଭାବ ପକାଇ ଥାଆନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ପିତୃପକ୍ଷ ଚାଲିଥିବା ସମୟରେ କେଉଁ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।କହିବାକୁ ଗଲେ ଗଛ ଲଗାଇବା ପୁଣ୍ୟର କାର୍ଯ୍ୟ ବୋଲି ମାନା ଯାଇଥାଏ। ପିତୃପକ୍ଷ ସମୟରେ ଗଛ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ପିତୃପକ୍ଷ ଚାଲୁଥିବା ସମୟରେ ଆପଣ ଅଶ୍ୱତ୍ଥ ଗଛ ଲଗାଇ ପାରିବେ। ଅଶ୍ୱତ୍ଥ ଗଛରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ପିତୃପୁରଷମାନେ ଅଶ୍ୱତ୍ଥ ଗଛ ମାଧ୍ୟମରେ ପୃଥିବୀ ପୃଷ୍ଠକୁ ଆସିଥାନ୍ତି ବୋଲି ମାନ୍ୟତା ରହିଛି। ଏହି ଗଛ ଲଗାଇବା ଦ୍ଵାରା ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ। ଦ୍ଵିତୀୟରେ ରହିଛି ଶିବଲିଙ୍ଗ ଗଛ। ଏହି ଗଛର ଫୁଲ ଅତ୍ୟନ୍ତ ସୁଗନ୍ଧିତ ଏବଂ ଦେଖିବାକୁ ଶିବଲିଙ୍ଗ ଭଳି ହୋଇଥାଏ। ଏହି ଗଛ ଲଗାଇବା ଦ୍ଵାରା ଘରର ବାତାବରଣ ସକାରାତ୍ମକ ହୋଇଯାଇଥାଏ।

ପିତୃପକ୍ଷ ଚାଲିଥିବା ସମୟରେ କନୀୟର ଗଛ ଲଗାଇବା ଆବଶ୍ୟକ। ଶାସ୍ତ୍ରରେ କନିୟର ଫୁଲକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହି ଗଛ ଲଗାଇବା ଦ୍ଵାରା ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହାସହିତ ପିତୃପକ୍ଷ ଚାଲିଥିବା ସମୟରେ ଅରଖ ଫୁଲ ଗଛ, ଭୁସୁଙ୍ଗା ପତ୍ର ଗଛ ଲଗାଇବା ଉଚିତ। ଏହି ଗଛ ପରିବାର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଘରେ ରହିବା ଦ୍ଵାରା ପିତୃପୁରୁଷ ମାନେ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *