Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ସମୟରେ ଜନ୍ମ ହେଉଥିବା ଲୋକେ କିପରି ହୋଇଥାନ୍ତି? ସେମାନଙ୍କର ଭାଗ୍ୟ କିପରି ହୋଇଥାଏ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ।

ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ପିତୃପକ୍ଷ ଚାଲୁଥିବା ସମୟରେ ସନ୍ତାନ ଜନ୍ମ ହେବା ଶୁଭ ହୋଇଥାଏ। ପିତୃପକ୍ଷ ସମୟରେ ଶିଶୁ ଜନ୍ମ ହେଲେ ତାର ଭବିଷ୍ୟତ କିପରି ହୋଇଥାଏ, ଆସନ୍ତୁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପିତୃପକ୍ଷ ବା ଶ୍ରାଦ୍ଧ ପକ୍ଷ ଚାଲୁଥିବା ସମୟରେ ଜନ୍ମ ହେଉଥିବା ଶିଶୁଙ୍କ ଉପରେ ପିତୃପୁରୁଷଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏମାନେ ଭବିଷ୍ୟତରେ ଉନ୍ନତି କରିଥାନ୍ତି। ଏହାସହିତ ପରିବାରକୁ ସୁଖସମୃଦ୍ଧି ନେଇ ଆସିଥାନ୍ତି। ପିତୃପକ୍ଷ ଚାଲୁଥିବା ସମୟରେ ଜନ୍ମ ହୋଇଥିବା ଶିଶୁ ମାନେ ପିତୃପୁରୁଷଙ୍କ ଅଂଶ ହୋଇ ଥାଆନ୍ତି ବୋଲି କୁହାଯାଏ। ଏହି ପିଲାମାନେ ଅଳ୍ପ ବୟସରୁ ଜ୍ଞାନୀ ହୋଇଥାନ୍ତି। କିନ୍ତୁ ଏମାନଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ରହିଥାନ୍ତି।

ଏଭଳି ମାନା ଯାଇଥାଏ କି ଯେଉଁ ପିତୃପୁରୁଷଙ୍କର ଇଚ୍ଛା ଅପୂର୍ଣ୍ଣ ରହି ଯାଇଥାଏ, ସେମାନେ ପିତୃପକ୍ଷ ସମୟରେ ଶିଶୁ ହୋଇ ଜନ୍ମ ହୋଇଥାନ୍ତି। ଏଭଳି ପିଲାମାନଙ୍କର ତୀକ୍ଷ୍ଣ ବୁଦ୍ଧି ହୋଇଥାଏ। ଅଳ୍ପ ବୟସରୁ ଏମାନେ ଜ୍ଞାନୀ ମାନଙ୍କ ମଧ୍ୟରେ ଗଣା ଯାଇଥାନ୍ତି। ପିତୃପକ୍ଷ ସମୟରେ ଜନ୍ମ ହୋଇଥିବା ପିଲାମାନେ ଘରକୁ ନକାରାତ୍ମକ ପ୍ରଭାବ ମଧ୍ୟ ନେଇ ଆସନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *