Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଦାରିଦ୍ର୍ୟତା ମାଡି ଆସିବାର ମିଳିଥାଏ ୩ ଗୋଟି ଖାସ ସଂକେତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ବ୍ୟକ୍ତି ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଏବଂ ସଫଳତା ଶୀର୍ଷରେ ପହଞ୍ଚିବା ପାଇଁ ଦିନରାତି ପରିଶ୍ରମ କରିଥାଏ। କିନ୍ତୁ ତାକୁ ଆଶାନୁରୂପ ସଫଳତା ମିଳି ପାରି ନଥାଏ। ମନୁଷ୍ୟ ନିଜ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାଏ, ଯାହାଦ୍ଵାରା ତାକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ଘରକୁ ଦାରିଦ୍ର୍ୟତା ମାଡି ଆସିବାର ଅନେକ ସଂକେତ ମିଳିଥାଏ।

ଘରେ ରାତିରେ ଶୋଇବା ପୁର୍ବରୁ ଅଧିକାଂଶ ଲୋକେ ଅଇଁଠା ବାସନ ରଖି ଦେଇ ଶୋଇ ଥାଆନ୍ତି। କିନ୍ତୁ ଏଭଳି କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଭାବରେ ବାସନକୁସନ ସଫା କରି ଶୋଇବା ଉଚିତ। ଏହାସହିତ ଘରେ ଝାଡ଼ୁକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ। କାରଣ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଆମ ଘର ସଫା କରିବା ପାଇଁ ଝାଡ଼ୁଏ ଉପଯୋଗ ହୋଇଥାଏ। ଭଙ୍ଗା ଝାଡୁ କଦାପି ନିଜ ଘରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରେ ଅଭାବ ଅନଟନ ଦେଖା ଦେଇଥାଏ।

ଗୁରୁବାର ଦିନକୁ ଛାଡ଼ି ଅନ୍ୟ ଦିନରେ ଆପଣ ଅସହାୟ ଲୋକଙ୍କୁ ଦାନ କରି ପାରିବେ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ନରହିଲେ ଦାରିଦ୍ର୍ୟତା ଦେଖା ଦେଇଥାଏ। ଏହାସହିତ ବାସ୍ତୁ ଦୋଷ ମଧ୍ୟ ଲାଗି ଥାଏ। ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ପରିବାର ଲୋକଙ୍କୁ କୌଣସି କ୍ଷେତ୍ରରେ ସଫଳତା ମିଳି ନଥାଏ। ରାତ୍ରି ସମୟରେ କେବେବି ଅନ୍ୟମାନଙ୍କୁ କ୍ଷୀର, ଘିଅ ଆଦି ଦାନ କରିବା ଉଚିତ ନୁହେଁ। ଘରର ସୁଖଶାନ୍ତି ପାଇଁ ଆପଣ ପ୍ରତ୍ୟେକ ଦିନ ଘରର ଅଗଣାରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଯାହାଦ୍ଵାରା ନିଶ୍ଚିତ ଭାବରେ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *