Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲିଥିବା ସମୟରେ ଏହି ତିନୋଟି ଗଛ ଲଗାଇବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ର୍ୟତା। ଜାଣନ୍ତୁ କଣ ସେହି ଗଛ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ପିତୃପକ୍ଷ ସମୟରେ କେଉଁ ଗଛ ଲଗାଇଲେ ଶୁଭ ହୋଇଥାଏ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ଏହାସହିତ ପିତୃପୁରୁଷ ମାନେ କ୍ରୋଧିତ ହୋଇ ଯାଇଥାନ୍ତି।

ପିତୃପକ୍ଷ ସମୟରେ ଶ୍ରଦ୍ଧା ପୂର୍ବକ ପିଣ୍ଡଦାନ କରାଯାଇଥାଏ। ଏହି ସମୟରେ ବିବାହ, ବ୍ରତଘର, ମାଙ୍ଗଳିକ କାର୍ଯ୍ୟ ଆଦି କରିବା ବର୍ଜିତ ଅଟେ। ଏହି ସମୟରେ ପିତୃପୁରୁଷ ପିଣ୍ଡ ଗ୍ରହଣ କରିବା ପାଇଁ କୌଣସି ନା କୌଣସି ରୂପରେ ନିଜ ସମ୍ପର୍କୀୟଙ୍କୁ ଭେଟ କରିବାକୁ ଆସିଥାନ୍ତି। କୁହାଯାଏ କି ପିତୃପକ୍ଷ ଚାଲୁଥିବା ସମୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ପିତୃପୁରଷମାନେ ସନ୍ତୁଷ୍ଟ ରହିଲେ, ଜୀବନ ସୁଖମୟ ହୋଇଥାଏ। ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ। କେବେବି ଅଭାବ ଅନଟନ ଦେଖା ଦେଇ ନଥାଏ।

ପିତୃପକ୍ଷ ଚାଲିଥିବା ସମୟରେ ଗାଈ, କାଉ ଆଦିଙ୍କୁ ଭୋଜନ କରାଇବା ଉଚିତ। ଏହି ସମୟରେ କୌଣସି ବୃଦ୍ଧ ଲୋକଙ୍କୁ ଅପମାନ କରନ୍ତୁ ନାହିଁ। ନଚେତ ପିତୃପୁରୁଷଙ୍କୁ ମଧ୍ୟ ଅପମାନ ହୋଇଥାଏ ଏବଂ ସେମାନେ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା ପିତୃପକ୍ଷ ଚାଲୁଥିବା ସମୟରେ ଯେଉଁ ଗଛ ଲଗାଇବା ଦ୍ଵାରା ମନୁଷ୍ୟର ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।

କୁହାଯାଏ କି ଅଶ୍ୱତ୍ଥ ଗଛ ମାଧ୍ୟମରେ ପିତୃପୁରଷମାନେ ସ୍ଵର୍ଗରୁ ମର୍ତ୍ତ୍ୟକୁ ଆସିଥାନ୍ତି। ତେଣୁ ପିତୃପକ୍ଷ ଚାଲୁଥିବା ସମୟରେ ନିଶ୍ଚିତ ଭାବରେ ଅଶ୍ୱତ୍ଥ ଗଛ ଲଗାଇବା ଆବଶ୍ୟକ। ଅଶ୍ୱତ୍ଥ ଗଛରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ତେଣୁ ଏହି ଗଛ ଲଗାଇବା ଦ୍ଵାରା ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।

ପିତୃପକ୍ଷ ଚାଲୁଥିବା ସମୟରେ ଆପଣ ବେଳ ଗଛ ମଧ୍ୟ ଲଗାଇ ପାରିବେ। ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ଏହି ଗଛ ଲଗାଇବା ଦ୍ଵାରା ପିତୃପୁରୁଷଙ୍କ ଆତ୍ମା ତୃପ୍ତ ହୋଇଥାଏ। ଏହାସହିତ ଏହି ସମୟରେ ଆପଣ ତୁଳସୀ ଗଛ ମଧ୍ୟ ଲଗାନ୍ତୁ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ତୁଳସୀ ଗଛ ଘରେ ଲଗାଇଲେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *