Excuse Me Odisha

ଯାହା କହିବୁ ସତ କହିବୁ

ଗାଈ ଉପରେ ହାତ ରଖି କୁହନ୍ତୁ ଏହି ଦୁଇଟି ଶବ୍ଦ, ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଗାଈ ହେଉଛି ସମସ୍ତ ଜଗତର ମାଆ। ଗାଈ ମଧ୍ୟରେ ୩୩ କୋଟି ଦେବତା ଓ ଦେବୀ ମାନେ ବାସ କରିଥାନ୍ତି। ଗାଈ ଉପରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ରର ପ୍ରଭାବ ପଡିଥାଏ। ଗାଈର ପିଠି ହାଡ଼ରେ ସୂର୍ଯ୍ୟ କେତୁ ହାଡ଼ ଥାଏ। ଗାଈର କ୍ଷୀର ମଣିଷ ମାନଙ୍କ ପାଇଁ ଅମୃତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଖାସ ତଥ୍ୟ ବିଷୟରେ ଏବଂ ଗାଈର କେଉଁ ହାଡ଼କୁ ସ୍ପର୍ଶ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ, ଆସନ୍ତୁ ଜାଣିବା।

ସନାତନ ଧର୍ମ ଅନୁସାରେ ଗାଈ ଗଙ୍ଗା ଭଳି ପବିତ୍ର ଅଟେ। ଯେଉଁମାନେ ଗାଈର ସେବା କରିଥାନ୍ତି, ସେମାନଙ୍କ ଉପରେ ଗୋମାତାଙ୍କର ଆଶୀର୍ବାଦ ରହିଥାଏ ଏବଂ ତାଙ୍କ ଉପରେ ଆସୁଥିବା ସମସ୍ତ ଦୁଃଖକଷ୍ଟକୁ ଗୋମାତା ହରଣ କରି ନେଇ ଥାଆନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରି ଥାଏ। ଗାଈର ଖୁରାରେ ଲାଗିଥିବା ଧୂଳିକୁ ମନୁଷ୍ୟ ନିଜ ମଥାରେ ଲଗାଇଲେ ତାର ସବୁ ପାପ ନଷ୍ଟ ହୋଇ ଯାଇଥାଏ।

ଯଦି ଆପଣ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଗାଈ ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ମାନା ଯାଇଛି। ଯଦି କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ଅଶୁଭ ରହିଛି, ତାହେଲେ କୌଣସି ଅସହାୟ ବା ବ୍ରାହ୍ମଣଙ୍କୁ ଗାଈ ଦାନ କରିବା ନିହାତି ଆବଶ୍ୟକ ଅଟେ। ଗାଈକୁ ରୁଟି ଖାଇବାକୁ ଦେବା ସମୟରେ ନିଜ ମନସ୍କାମନା ଗାଈର କାନରେ କହି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।l

ପ୍ରତ୍ୟେକଦିନ ଗାଈକୁ ପୂଜାର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ନବଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି। ଶୀତ ଦିନରେ ଗାଇକୁଙ୍ଗୁଦ ଖାଇବାକୁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଘରର ଦୁଆର ପାଖକୁ ଆସିଥିବା ଗାଈକୁ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ ଏବଂ ତାର ପିଠି ଉପରେ ନିଶ୍ଚିତ ଭାବରେ ହାତ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଦାରିଦ୍ର୍ୟତା ଦୂର ହେବା ସହିତ ସବୁ ସଙ୍କଟ ମଧ୍ୟ ଟଳି ଯାଇଥାଏ। ଯଦି ଆପଣ ନିଜ ଘରେ ଗାଈ ରଖିଛନ୍ତି, ତାହେଲେ ତାର ବେକରେ ଗୋଟେ ଘଣ୍ଟି ବାନ୍ଧି ଦିଅନ୍ତୁ। ଏହାଦ୍ବାରା ଦେବୀ ଓ ଦେବତାଙ୍କର ପୂଜା ମଧ୍ୟ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *