Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୭ ସେପ୍ଟେମ୍ବର ୨୦୨୨, ଶନିବାର: ବିଛା ଓ ମୀନ ରାଶିର ଲୋକଙ୍କୁ ମିଳିବ ଅପାର ସଫଳତା। ଜାଣନ୍ତୁ ଅନ୍ୟ ରାଶି ଗୁଡ଼ିକର ଅବସ୍ଥା।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣ କୌଣସି ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରି ପାରନ୍ତି। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ଜୀବନରେ ହସଖୁସିର ମାହୋଲ ରହିବ।

ବୃଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଆପଣଙ୍କୁ ଭଲଭାବରେ ବିଚାର କରିବା ଆବଶ୍ୟକ। ଘରୋଇ ସମସ୍ୟା କାରଣରୁ ବିଦ୍ୟାର୍ଥୀ ମାନେ ନିଜ ପାଠପଢା ପ୍ରତି ଧ୍ୟାନ ଦେଇ ପାରିବେ ନାହିଁ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଖର୍ଚ୍ଚ ବଢିପାରେ। ବ୍ୟାପାର କ୍ଷେତ୍ରରେ ଅଧିକ ଲାଭବାନ ହେବେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ଆପଣଙ୍କ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବାକୁ ଲାଗିବ। ପୁରୁଣା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତି ହେବ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁ ମାନଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କର କୌଣସି ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ବ୍ୟବସାୟିକ କ୍ଷେତ୍ରରେ ଆପଣ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଚାକିରି କରିଥିବା ଲୋକେ ଚାକିରି ବଦଳି ପାରନ୍ତି।

ସିଂହ ରାଶି :-

ଆଜିର ଦିନଟି ଆପଣଙ୍କର ସୁଖସାନ୍ତିରେ ଭରି ରହିବ। ଯଦି ଆପଣ କୌଣସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛନ୍ତି, ତାହେଲେ କିଛି ବାଧାବିଘ୍ନ ଆସିପାରେ। ଆପଣ ଆଜି କାର୍ଯ୍ୟ ଚାପ ଯୋଗୁଁ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟା ସୃଷ୍ଟି ହେଉଥିଲେ ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବା ଆବଶ୍ୟକ।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। ଶତ୍ରୁ ଆପଣଙ୍କୁ ଈର୍ଷା କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣ ନୂଆ ପ୍ରୋଜେକ୍ଟର ନିର୍ମାଣ କରି ପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି।

ତୁଳା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ଆପଣଙ୍କୁ ନିଜ ଖାଦ୍ୟପେୟରେ ପରିବର୍ତ୍ତନ କରିବା ଆବଶ୍ୟକ। କୌଣସି ନୂତନ ଜମିବାଡ଼ି କ୍ରୟ କରି ପାରନ୍ତି।ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ସେୟାର ବଜାରରେ ବା ଲଟେରୀରେ ନିବେଶ କରି ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣ ଅନ୍ୟମାନଙ୍କ ବିଚାରକୁ ଅଣଦେଖା କରନ୍ତୁ। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ଧନୁ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଅବସର ପ୍ରାପ୍ତି ହେବ। ଘରେ ଚାଲିଥିବା ସମସ୍ୟା ଯୋଗୁଁ ଆପଣ ଚିନ୍ତିତ ରହିବେ। ଚାକିରି କ୍ଷେତ୍ର

ରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଘରର ସଫେଇ ଉପରେ ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ, ନଚେତ ବେମାରୀ ଗ୍ରାସ କରିପାରେ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ମକର ରାଶି : –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ଜୀବନରେ କଠିନ ସମସ୍ୟା ଆସିବ, କିନ୍ତୁ ଆପଣ ସାହସର ସହିତ ସାମ୍ନା କରିବେ। ଆପଣଙ୍କୁ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି। ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ରିବ ଦେଇଥିବା ଟଙ୍କା ଆପଣଙ୍କୁ ଉଚିତ ସମୟରେ ଫେରସ୍ତ ମିଳିବ।

କୁମ୍ଭ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ। ଶାରୀରିକ ଓ ମାନସିକ ସ୍ତରରେ ଆପଣ ଲାଭବାନ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଖାସ ରହିଛି। ସରକାରୀ ଚାକିରୀରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ବ୍ୟବସାୟରେ ଧନଲାଭ କରିବାର ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଘରର ବାତାବରଣ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *