Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ କେବେ ରହିଛି ନବରାତ୍ରୀର ପ୍ରଥମ ଦିନ? ଶାରଦୀୟ ନବରାତ୍ରିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ କ୍ରୋଧିତ ହୋଇ ପାରନ୍ତି ମାଆ ଦୁର୍ଗା।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ନବରାତ୍ରି ଚାଲିଥିବା ସମୟରେ ଭକ୍ତ ମାନେ କିଛି ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଦେବୀ ଦୁର୍ଗା କ୍ରୋଧିତ ହୋଇ ପାରନ୍ତି।

ଜାଣନ୍ତୁ କେବେ ରହିଛି ଶାରଦୀୟ ନବରାତ୍ରି?

ଆପଣଙ୍କୁ କହି ରଖୁଛୁ କି ନବରାତ୍ରିରେ ନଅ ଶିବ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ଵରୁପକୁ ପୂଜାର୍ଚ୍ଚନା କରାଯାଇଥାଏ।ଏହି ସମୟରେ ଭକ୍ତ ମାନେ ଉପବାସ ରଖିଥାନ୍ତି ଏବଂ ମନ୍ତ୍ରର ଜପ କରି ଦେବୀ ଦୁର୍ଗାଙ୍କୁ ଆରାଧନା କରିଥାନ୍ତି। ମାନା ଯାଇଥାଏ କି ଏହି ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତ ମାନଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ।

ଶାରଦୀୟ ନବରାତ୍ରିରେ କରନ୍ତୁ ନାହିଁ ଏଭଳି କାର୍ଯ୍ୟ :-

କନ୍ୟା ମାନଙ୍କୁ ହଇରାଣ କରନ୍ତୁ ନାହିଁ –

ହିନ୍ଦୁଧର୍ମ ଅନୁସାରେ କନ୍ୟା ମାନଙ୍କୁ ଦେବୀ ଦୁର୍ଗାଙ୍କ ସ୍ୱରୂପ ବୋଲି କୁହାଯାଏ। ନବରାତ୍ରି ସମୟରେ କନ୍ୟା ପୂଜନ କରାଯାଇଥାଏ। ତେଣୁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ କି ନବରାତ୍ରି ସମୟରେ କୌଣସି କନ୍ୟା ବା ମହିଳା ମାନଙ୍କୁ ଖରାପ ନଜରରେ ଦେଖିବା ବା ତାଙ୍କୁ ଅପମାନ କରିବା ଉଚିତ ନୁହେଁ। ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ନବରାତ୍ରି ସମୟରେ ଘରକୁ ଫାଙ୍କା ରଖିବା ଉଚିତ ନୁହେଁ –

ନବରାତ୍ରି ଚାଲିଥିବା ସମୟରେ କଳସ ସ୍ଥାପନା କରାଯାଇଥାଏ। ଏହାସହିତ ଦେବୀ ଦୁର୍ଗାଙ୍କର ଅଖଣ୍ଡ ଜ୍ୟୋତି ମଧ୍ୟ ପ୍ରଜ୍ବଳନ କରାଯାଏ । ଏହି ସ୍ଥିତିରେ କେବେବି ଘରକୁ ଫାଙ୍କା ରଖିବା ଉଚିତ ନୁହେଁ। ଘରେ କେହି ଅବଶ୍ୟ ରହିବା ଆବଶ୍ୟକ। ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି।

କଳହ ବା ବିବାଦରୁ ଦୂରେଇ ରୁହନ୍ତି :-

ନବରାତ୍ରି ସମୟରେ ଦେବୀ ଦୁର୍ଗା ଘରକୁ ଆଗମନ କରି ଥାଆନ୍ତି। ଏହି ସମୟରେ ଘରେ କୌଣସି ପ୍ରକାରର କଳହ ବା ବିବାଦ ଆଦି କରିବା ଅନୁଚିତ। ନଚେତ ଦେବୀ ଦୁର୍ଗାଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ କଳି ଝଗଡା ଆଦି ହୋଇଥାଏ, ସେଠାରେ ଦେବୀ ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ନାହିଁ।

ନବରାତ୍ରି ସମୟରେ ରସୁଣ ପିଆଜ ଆଦିର ସେବନ କରିବା ଉଚିତ ନୁହେଁ –

ନବରାତ୍ରି ଚାଲୁଥିବା ସମୟରେ ନିରାମିଷ ଭୋଜନର ସେବନ କରିବା ଉଚିତ। ଏହି ସମୟରେ ରସୁଣ ଓ ପିଆଜ ମଧ୍ୟ ସେବନ କରନ୍ତୁ ନାହିଁ। ନଚେତ ଆପଣଙ୍କ ମନରେ ଏହି ପବିତ୍ର ଦିନରେ କୁତ୍ସିତ ଭାବନା ଜାଗ୍ରତ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *