Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲୁଥିବା ସମୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଆତ୍ମା ​​ହେଉଛି କ୍ରାମ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଏହି ସୃଷ୍ଟିରେ ଜନ୍ମ ଓ ମୃତ୍ୟୁ ଉଭୟ ସତ୍ୟ ଅଟେ। ଜନ୍ମ ହେବା ସମୟରେ ଜୀବର ମୃତ୍ୟୁ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇ ଯାଇଥାଏ। ମୃତ୍ୟୁ ସମୟ ଆସିଗଲେ ଶରୀରରୁ ଜୀବାତ୍ମାର ବିୟୋଗ ହୋଇଥାଏ ଏବଂ ପ୍ରାଣୀ ନିଜ କର୍ମକୁ ଭୁଲି ଯାଇଥାଏ। ଯେପରି ବାୟୁ ବାଦଲ ଗୁଡ଼ିକୁ ଟାଣି ରଖିଥାଏ। ସେହିପରି କାଳ ଆତ୍ମାକୁ ଟାଣି ରଖିଥାଏ। ମୃତ୍ୟୁ ନିକଟତର ହେଲେ ପ୍ରାଣୀର ଶରୀରର ଶକ୍ତି କ୍ଷୀଣ ହୋଇ ଯାଇଥାଏ ଏବଂ ତାକୁ ଅଜଣା ରଶ୍ମି ଦେଖା ଯାଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟ ଯେଉଁ ପ୍ରକାରର କର୍ମ କରିଥାଏ, ତାର ମୃତ୍ୟୁ ସେହି ଅନୁରୂପ ହୋଇଥାଏ। ପୁଣ୍ୟାତ୍ମା ମାନଙ୍କୁ ମୃତ୍ୟୁ ସମୟରେ କଷ୍ଟ ହୋଇ ନଥାଏ। କିନ୍ତୁ ପାପୀ ମନୁଷ୍ୟକୁ ମୃତ୍ୟୁ ସମୟରେ ଅଧିକ ପୀଡା ସହିବାକୁ ପଡ଼ିଥାଏ। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପିତୃପକ୍ଷ ଆରମ୍ଭ ହୋଇଥାଏ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ଆଦି କରିଥାନ୍ତି।

ପିତୃପକ୍ଷ ଚାଲିଥିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦାନଧର୍ମ ଆଦି କରିବା ଉଚିତ। ଏହାସହିତ ନିଜର ସବୁ ଭୁଲ ପାଇଁ ପିତୃପୁରୁଷଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ। ପିତୃପୁରୁଷଙ୍କ ଆଶୀର୍ବାଦ ରହିଲେ ବ୍ୟକ୍ତିକୁ କେବେବି କୌଣସି ସଂକଟର ସମ୍ମୁଖୀନ ହେବାକୁ ପଡ଼ି ନଥାଏ। ଧନଭଣ୍ଡାର ସର୍ବଦା ଭରି ହୋଇ ରହିଥାଏ। ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।

କିନ୍ତୁ ଯଦି ଆପଣ ପିତୃପକ୍ଷ ଚାଲିଥିବା ସମୟରେ ଆପଣ ପିତୃପୁରୁଷଙ୍କୁ ସନ୍ତୁଷ୍ଟ ନକଲେ, ସେମାନେ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି। ଯାହାଫଳରେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇ ପାରେ। କୁହାଯାଏ କି ପିତୃପକ୍ଷ ଚାଲିଥିବା ସମୟରେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ। ନଚେତ ଏହାଦ୍ବାରା ଅଶୁଭ ହୋଇଥାଏ। ଏହି ସମୟରେ ନିଶ୍ଚିତ ଭାବରେ ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କରିବା ଆବଶ୍ୟକ, ଯାହାଫଳରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

କୁହାଯାଏ କି ପିତୃପୁରଷମାନେ ଅଶ୍ୱତ୍ଥ ଗଛ ମାଧ୍ୟମରେ ପିଣ୍ଡ ଗ୍ରହଣ କରିବା ପାଇଁ ଭୂପୃଷ୍ଠକୁ ଆସିଥାନ୍ତି। ପୁଣ୍ୟ ଲାଭ କରି ବ୍ୟକ୍ତି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି କରିଥାଏ। ଅକାଳ ମୃତ୍ୟୁ ହୋଇଥିବା ବ୍ୟକ୍ତିର ଆତ୍ମା ପ୍ରେତ ଯୋନିକୁ ଚାଲି ଯାଇଥାଏ ଏବଂ ନିଜ ପରିବାର ଲୋକଙ୍କୁ ହଇରାଣ କରିଥାଏ। ସେଥିପାଇଁ ଅକାଳ ମୃତ୍ୟୁ ହୋଇଥିବା ବ୍ୟକ୍ତିର ନାରାୟଣ ବଳି ପୂଜା କରିବା ଆବଶ୍ୟକ। ପିତୃପକ୍ଷ ଚାଲୁଥିବା ସମୟରେ ସ୍ଵର୍ଗର ଦୁଆର ଖୋଲି ଯାଇଥାଏ। ଏହି ସମୟରେ ମୃତ୍ୟୁ ହେଉଥିବା ବ୍ୟକ୍ତିର ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *