Excuse Me Odisha

ଯାହା କହିବୁ ସତ କହିବୁ

ବାସି ରୁଟି ଖାଇବା ଦ୍ୱାରା କଣ ହୋଇଥାଏ ଜାଣନ୍ତୁ! କେଉଁ ଖରାପ ଅଭ୍ୟାସକୁ ତ୍ୟାଗ କରିବା ଆବଶ୍ୟକ, ସେହି ବିଷୟରେ ଜାଣନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତଙ୍କୁ ଆଶାନୁରୂପ ସଫଳତା, ସୁଖସୁବିଧା, ଧନସମ୍ପତ୍ତି ଆଦି ପାଇବାକୁ ଈଛା ରହିଥାଏ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ କିଛି ଲୋକେ ଅର୍ଥ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଆଉକିଛି ଲୋକେ ଛଳ କପଟ କରି ଅର୍ଥ ଉପାର୍ଜନ କରିଥାନ୍ତି। କହିବାକୁ ଗଲେ ଆମେ ନିଜ ଦୈନନ୍ଦିନ ଜୀବନରେ କିଛି ଏଭଳି କାର୍ଯ୍ୟ କରିବା ଦ୍ୱାରା ଆମର ଧନ ହାନୀ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜି ଆମେ ଆପଣଙ୍କୁ ଅଟାକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ଅଧିକ ଲାଭବାନ ହୋଇ ପାରିବେ। ଈଶ୍ୱର ପ୍ରତ୍ୟେକ ପ୍ରାଣୀକୁ ସମାନ ସୁଖ ଦେଇଥାନ୍ତି। କିନ୍ତୁ ମନୁଷ୍ୟ ନିଜର ଦୈନନ୍ଦିନ କାର୍ଯ୍ୟରେ ଜାଣତରେ ହେଉ ବା ଅଜାଣତରେ କିଛି ଏଭଳି ଭୁଲ କରିଥାଏ, ଯାହାଦ୍ଵାରା ତାଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡି ନଥାଏ। ତେବେ ଆସନ୍ତୁ ସେହି ଖାସ ଉପାୟ ବିଷୟରେ ଜାଣିବା।

ତେବେ ଆପଣ ଶନିବାର ଦିନ ଗହମ ପେଶିବାକୁ ଯାଆନ୍ତୁ। ଗହମ ପେଶିବା ପାଇଁ ଏହିଦିନ ଅତ୍ୟନ୍ତ ଅନୁକୂଳ ଅଟେ। ଗୁରୁ ବୃହସ୍ପତି ଗ୍ରହକୁ ଧନ ପ୍ରାପ୍ତି ପାଇଁ ଉତ୍ତମ କାରକ ବୋଲି କୁହାଯାଏ। ଗୁରୁ ଗ୍ରହ ଶୁଭ ସ୍ଥିତିରେ ରହିଲେ ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିଥାଏ ଏବଂ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ। ତେବେ ଆପଣ ଶହେ ଗ୍ରାମ ଚଣା, ଶହେ ଗ୍ରାମ ତୁଳସୀ ଏବଂ ଅଳ୍ପ କେଶରକୁ ପେଶିଥିବା ଅଟା ସାଙ୍ଗରେ ମିଶାଇ ପେଶି ଦିଅନ୍ତୁ। ଦେଖିବେ ସେହି ଅଟାର ରୁଟି ଖାଇବା ଦ୍ୱାରା ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହିତ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ଯେତେବେଳେ ଆପଣ ଅଟା ଚକଟୁଛନ୍ତି, ସେଥିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ତାପରେ ପ୍ରଥମ ରୁଟି ପ୍ରସ୍ତୁତ କରି ଗାଈକୁ ଖାଇବାକୁ ଦିଅନ୍ତୁ। ଏହାପରେ ଶେଷ ରୁଟିକୁ ଆପଣ କୁକୁରକୁ ଖାଇବା ଦିଅନ୍ତୁ। କୁହାଯାଏ କି ଏଭଳି କରିବା ଦ୍ୱାରା ଘର ସୁଖଶାନ୍ତିରେ ଭରି ଯାଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରିଥାନ୍ତି। ଅଟାର ଛୋଟ ଛୋଟ ଗୋଲା କରି ଆପଣ ପକ୍ଷୀ ମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ। ଦେଖିବେ ଈଶ୍ବରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ସହିତ ରହିବ। ଏହାସହିତ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ ଏବଂ ଆଶାନୁରୂପ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *