Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୫ ସେପ୍ଟେମ୍ବର ୨୦୨୨,ଗୁରୁବାର: ୪ ଗୋଟି ରାଶିର ଲୋକଙ୍କୁ ହୋଇପାରେ ଧନଲାଭ। ପଢନ୍ତୁ ଦୈନିକ ରାଶିଫଳ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆଜି ଆପଣ ସାଂସାରିକ ସୁଖ ଭୋଗ କରିବେ। କୌଣସି ସ୍ଥାନରେ ଧନ ନିବେଶ କରି ଲାଭବାନ ହେବେ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣ ଧନ ସଞ୍ଚୟ କରିବେ। ପ୍ରେମ କରୁଥିବା ଲୋକଙ୍କର ସବୁ ଆଶା ପୂରଣ ହେବ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟବସାୟରେ ଅଟକି ରହିଥିବା ସବୁ ଯୋଜନା ଉପରେ ଆପଣ ଆଜି ଧ୍ୟାନ ଦେବେ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ କରିବେ। ସନ୍ତାନ ଆପଣଙ୍କୁ କୌଣସି ଜିନିଷ ମାଗି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଆପଣଙ୍କୁ କୌଣସି ଲାଭ ପ୍ରାପ୍ତ ହୋଇପାରେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମାପ୍ତ ହେବ। ଅସହାୟ ଲୋକଙ୍କୁ ଅର୍ଥ ଓ ଭୋଜନ ଦାନ କରନ୍ତୁ। ବିଦ୍ୟାର୍ଥୀ ମାନଙ୍କର ପାଠପଢା ପ୍ରତି ରୁଚି ବଢିବ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଆଳସ୍ୟରେ ଭରି ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମନ ଲାଗିବ ନାହିଁ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରି ପାରନ୍ତି। ବ୍ୟବସାୟିକ ମାମଲାରେ କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆଜି ଆପଣଙ୍କ ମନ ଅଧିକ ପ୍ରସନ୍ନ ରହିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅଧିକ ଶାନ୍ତି ପ୍ରିୟ ରହିବ। ଚାକିରି କ୍ଷେତ୍ରରେ ବିରୋଧୀ ଆପଣଙ୍କର କୌଣସି କ୍ଷତି କରି ପାରିବେ ନାହିଁ ଏବଂ ଶତ୍ରୁ ଆପଣଙ୍କୁ ଭୟ କରିବେ। ଆପଣଙ୍କୁ ଅଯଥା ବିବାଦରେ ପଡ଼ିବା ଉଚିତ ନୁହେଁ। କୌଣସି ସ୍ଥାନରେ ଅର୍ଥ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଜମିବାଡ଼ି ବା ବାହନ କ୍ରୟ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ଆପଣଙ୍କୁ ପ୍ରଶଂସା କରିବେ। ଆଜି କାହା ଠାରୁ ଋଣ ଆଣନ୍ତୁ ନାହିଁ। କର୍ମକ୍ଷେତ୍ରକୁ ଯିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଘରର ଖର୍ଚ୍ଚ ବଢିପାରେ। ବହୁତ ସମୟ ଧରି ଯଦି ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ ଏହି ଆପଣଙ୍କ ଚିନ୍ତା ଦୂର ହୋଇଯିବ। ବ୍ୟବସାୟିକ କାର୍ଯ୍ୟରେ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ଅଯଥା ଚିନ୍ତା କରିବା ଉଚିତ ନୁହେଁ, ନଚେତ ଆପଣ ମାନସିକ ଭାରସାମ୍ୟ ହରାଇ ପାରନ୍ତି। କୌଣସି ଅନୁଭବୀ ଲୋକଙ୍କ ସହିତ କଥାବାର୍ତ୍ତା କରି ଆପଣ ଖୁସି ଅନୁଭବ କରିବେ। ବିବାହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। କୌଣସି ସ୍ଥାନରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ଅର୍ଥାତ ଆପଣ ନିଜ ଚେଷ୍ଟା ବଳରେ ସଫଳତାର ଶୀର୍ଷରେ ପହଞ୍ଚିବେ। ଆଜି ଆପଣଙ୍କୁ କ୍ରୋଧ କରିବାକୁ ବଞ୍ଚିତ ହେବା ଉଚିତ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ଘରେ ଆପଣ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ଘରର ବାତାବରଣ ସକାରାତ୍ମକ ରହିବ। ବ୍ୟବସାୟରେ ଲାଭବାନ ହେବେ। କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟରେ ଆସୁଥିବା ସମସ୍ୟାରୁ ମୁକ୍ତି ମିଳିବ। ଶ୍ଵଶୁର ଘର ପକ୍ଷରୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଆଜି ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟରେ ଲାଭବାନ ହେବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ଈଶ୍ବରଙ୍କ ଆଶୀର୍ବାଦ ଓ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିଛି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *