Excuse Me Odisha

ଯାହା କହିବୁ ସତ କହିବୁ

A ନାମ ବିଶିଷ୍ଟ ଲୋକଙ୍କର ସ୍ଵଭାବ, ଗୁଣ, ଭବିଷ୍ୟତ ବିଷୟରେ ଜାଣନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରର କିଛି ନା କିଛି ମହତ୍ତ୍ଵ ରହିଥାଏ। ଯେପରି ଗ୍ରହ ନକ୍ଷତ୍ର ଆଦି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାନ୍ତି। ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ। ଏହାସହିତ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ A ଅକ୍ଷର ବିଶିଷ୍ଟ ନାମ ଥିବା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ।

A ଅକ୍ଷର ବିଶିଷ୍ଟ ଲୋକେ ଦୟାଳୁ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ପ୍ରେମ ମାମଲାରେ ଏମାନେ ଲାଜକୁଳା ହୋଇଥାନ୍ତି, ଅର୍ଥାତ ଏମାନଙ୍କ ପେମା ପ୍ରତି ରୁଚି କମ୍ ହୋଇଥାଏ।ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏହି ନାମର ଲୋକେ କଳା ଓ ସାହିତ୍ୟ ପ୍ରତି ରୁଚି ରଖିଥାନ୍ତି।

ଏମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଏମାନେ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିଥାନ୍ତି। ଏମାନେ ନିଜ ଜୀବନରେ ହାରି ନଥାନ୍ତି। ଅର୍ଥାତ ଏମାନେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ହୋଇଥାନ୍ତି। ଏମାନଙ୍କୁ ଯିବା ଜୀବନରେ ସବୁ ଜିନିଷ ସୁବିଧାରେ ମିଳେ ନାହିଁ।ଏହି ନାମର ଲୋକଙ୍କର ସବୁ କାର୍ଯ୍ୟରେ ବାଧାବିଘ୍ନ ଆସିଥାଏ। ଏହି ନାମର ଲୋକେ କେବେବି ବିଶ୍ବାସଘାତକତା କରି ନଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କର ସବୁ ଇଛାକୁ ସମ୍ମାନ ଦେଇଥାନ୍ତି ଏବଂ ପୂରଣ କରିଥାନ୍ତି।

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର A, ସେମାନେ ନିଜ ପରିବାରକୁ ଅଧିକ ମହତ୍ତ୍ଵ ଦେଇଥାନ୍ତି। ଏମାନେ ହୃଦୟରୁ ବହୁତ ଦୟାଳୁ ଓ ନିର୍ମଳ ହୋଇଥାନ୍ତି। ଏମାନେ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି।ଏମାନଙ୍କୁ ଖୁବ୍ ଶୀଘ୍ର କ୍ରୋଧ ଆସି ନଥାଏ, କିନ୍ତୁ ଏମାନେ କ୍ରୋଧିତ ହେଲେ କେହି ଏମାନଙ୍କ କ୍ରୋଧକୁ ଶାନ୍ତ କରି ପାରନ୍ତି ନାହିଁ। ଏହି ନାମର ଲୋକେ ନିଜ ମୂଲ୍ୟ ନିରୂପଣ କରି ସଞ୍ଚୟ କରିଥାନ୍ତି। ଏମାନେ ଦରିଦ୍ର ଲୋକଙ୍କର ଅସହାୟ ଅବସ୍ଥା ଦେଖି ସହ୍ୟ କରି ପାରନ୍ତି ନାହିଁ ଏବଂ ନିଜ ପାଖରେ ଥିବା ଜିନିଷ ଦାନ କରି ଦେଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *