Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ସମୟରେ କରନ୍ତୁ ଏହି ଖାସ ଉପାୟ। ମିଳିଯିବ ପିତୃପୁରୁଷଙ୍କୁ ମୁକ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

ପିତୃପକ୍ଷ ଚାଲିଥିବା ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଶ୍ରାଦ୍ଧ ଦେଲେ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।କିନ୍ତୁ ଯଦି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବ ନାହିଁ, ତାହେଲେ ତାଙ୍କ ଆତ୍ମା କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ପିତୃଦୋଷ ଲାଗିଥାଏ। ଏହାଦ୍ବାରା ଘରେ ଅଶାନ୍ତ ପରିବେଶ ସୃଷ୍ଟି ହୁଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ପିତୃପକ୍ଷ ଚାଲିଥିବା ସମୟରେ ତିଥି ଅନୁସାରେ ଶ୍ରାଦ୍ଧ କର୍ମ କରିବା ନିହାତି ଆବଶ୍ୟକ ଅଟେ।

ପିତୃଦୋଷ ଲାଗିଥିବା ଲୋକଙ୍କୁ କେବେବି ସଫଳତା ମିଳି ନଥାଏ। ସେମାନଙ୍କୁ ସବୁ ଦୁଃଖକଷ୍ଟ ଦେଇ ଗତି କରିବାକୁ ପଡେ ମାନା ଯାଇଥାଏ କି ଯେଉଁ ମାନଙ୍କ ଉପରେ ପିତୃପୁରୁଷଙ୍କ ଆଶୀର୍ବାଦ ରହିଥାଏ, ସେମାନଙ୍କ ଉପରେ ଈଶ୍ୱର ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ଠିକ୍ ହୋଇଯିବ ଏବଂ ଆପଣଙ୍କୁ କେବେବି ଦୁଃଖକଷ୍ଟ ଭୋଗ କରିବାକୁ ପଡିବ ନାହିଁ। ଏହାସହିତ ଆପଣ ଖୁବ୍ ଶୀଘ୍ର ନିଜ ପିତୃପୁରୁଷଙ୍କୁ ପ୍ରସନ୍ନ କରି କରିବେ।

ତେବେ ଉପାୟ କରିବା ପୂର୍ବରୁ ଆପଣ ସ୍ନାନ ଓ ନିତ୍ୟକର୍ମ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ। ତାପରେ ଗୋଟେ ତମ୍ବାର ଲୋଟା ନିଅନ୍ତୁ। ସେହି ଲୋଟାରେ ଜଳ ପୂର୍ଣ୍ଣ କରି ସେଥିରେ ଅଳ୍ପ କଳା ତିଳ, ଅଳ୍ପ ଚିନି ଓ ଗଙ୍ଗା ଜଳ ପକାନ୍ତୁ। ତାପରେ ଘର ବାହାରକୁ ଯାଇ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ପିତୃପୁରୁଷଙ୍କୁ ସ୍ମରଣ କରନ୍ତୁ ଏବଂ ସେହି ଜଳ ଭୂମିରେ ଅର୍ପଣ କରନ୍ତୁ। ଦକ୍ଷିଣ ଦିଗରେ ପିତୃପୁରୁଷ ବାସ କରିଥାନ୍ତି ବୋଲି ମାନ୍ୟତା ରହିଛି। ଏହାପରେ ” ଓଁ ପିତୃଦେବତାୟ ନମଃ ” ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ରକୁ ଆପଣ ୧୦୮ ଥର ମଧ୍ୟ ଜପ କରି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କୁ ସବୁ ସୁଖ ପ୍ରାପ୍ତି ହେବ।

ପିତୃପକ୍ଷ ଚାଲୁଥିବା ସମୟରେ ଆପଣ ଘରେ ଆମିଷ ରାନ୍ଧନ୍ତୁ ନାହିଁ। ଏହାସହିତ କୌଣସି ପାର୍ଟିର ଆୟୋଜନ ମଧ୍ୟ କରନ୍ତୁ ନାହିଁ। ପିତୃପକ୍ଷ ସମୟରେ ପିତୃପୁରୁଷ ମାନେ ଘରକୁ ପ୍ରବେଶ କରିଥାନ୍ତି। ଏହି ସମୟରେ ଘର ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ଆବଶ୍ୟକ। ଏହାସହିତ ଏହି ସମୟରେ ଆପଣ ପଶୁପକ୍ଷୀଙ୍କୁ ଭୋଜନ କରାନ୍ତୁ ଏବଂ ଦାନଧର୍ମ ମଧ୍ୟ କରନ୍ତୁ। ଦେଖିବେ ପିତୃପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *