Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଚାଉଳ ଓ ହଳଦୀକୁ ନେଇ କରନ୍ତୁ ଏହି ଖାସ ଉପାୟ। ଦୂର ହୋଇଯିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସମସ୍ତଙ୍କୁ ଅଧିକ ଧନ ଉପାର୍ଜନ କରିବା ପାଇଁ ଇଚ୍ଛା ରହିଥାଏ। ପ୍ରାଚୀନ କାଳରୁ ଏବେକାର ଆଧୁନିକ ଯୁଗରେ ମଧ୍ୟ ଅର୍ଥକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ। ଅର୍ଥ ନଥିଲେ ମନୁଷ୍ୟର କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ। କୁହାଯାଏ କି ଯେଉଁଠାରେ ବିଦ୍ୟା ରହିଥାଏ, ସେଠାରେ ଦାରିଦ୍ର୍ୟତା ମଧ୍ୟ ଦେଖା ଦେଇଥାଏ। କାରଣ ଦେବୀ ଲକ୍ଷ୍ମୀ ଓ ଦେବୀ ସରସ୍ଵତୀ ଏକା ସ୍ଥାନରେ ରୁହନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଚାଉଳ ଓ ହଳଦୀକୁ ନେଇ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣ ପ୍ରୟୋଗ କରି ଲାଭବାନ ହେବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାଉଳକୁ ପୂଜନୀୟ ମାନା ଯାଇଥାଏ। ପ୍ରତ୍ୟେକ ପୂଜା କାର୍ଯ୍ୟରେ ଚାଉଳର ବ୍ୟବହାର ହୋଇଥାଏ। ତେବେ ଆପଣ ଏହାକୁ ନେଇ ଏକ ବିଶେଷ ଉପାୟ କରନ୍ତୁ। ଗୋଟେ ପାତ୍ରରେ ଅଳ୍ପ ଚାଉଳ ନେଇ ସେଥିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ତାପରଦିନ ସକାଳୁ ଆପଣ ସ୍ନାନ ଓ ନିତ୍ୟକର୍ମ ସାରି ଗୋଟେ ଲାଲ କପଡା ନେଇ ସେଥିରେ ହଳଦୀ ମିଶା ଚାଉଳକୁ ବାନ୍ଧି ଦେବୀ ଲକ୍ଷ୍ମୀଙ୍କର ଶ୍ରୀଚରଣରେ ରଖି ଦିଅନ୍ତୁ। ଠାକୁର ପୂଜା କରି ସାରି ସେହି ଲାଲ ପୋଟଳିକୁ ଆପଣ ନିଜ ପର୍ସ କିମ୍ବା ଧନଭଣ୍ଡାର ଘରେ ରଖି ଦିଅନ୍ତୁ।

ଶାସ୍ତ୍ରରେ ବର୍ଣିତ ରହିଛି କି କୌଣସି ଦେବୀ ଓ ଦେବତାଙ୍କୁ ଆବାହନ କରିବା ପାଇଁ ହଳଦିଆ ଚାଉଳ ପ୍ରୟୋଗ କରାଯାଇଥାଏ। ଯଦି ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ବା ସର୍ବଦା ଧନର ଆଗମନ ହେଉ ବୋଲି ଚାହୁଁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣ ନିଜ ପର୍ସ ଭିତରେ ଅଶୁଦ୍ଧ ଜିନିଷ ରଖନ୍ତୁ ନାହିଁ। ଅର୍ଥାତ ନିଜ ପର୍ସ ଭିତରେ କେବେବି ଲୁହା, ମୃତ ବ୍ୟକ୍ତିଙ୍କ ଫଟୋ ଆଦି ରଖନ୍ତୁ ନାହିଁ।

ଶାସ୍ତ୍ରରେ କୁହାଯାଇଛି କି ଭଗବାନ ଶ୍ରୀକୃଷ୍ଣଙ୍କୁ ସୁଦାମା ଚାଉଳ ଉପହାର ଦେଇଥିଲେ।ତାପରେ ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କୁ ଧନସମ୍ପତ୍ତି ସବୁକିଛି ଦେଇଥିଲେ। ଦେବୀ ଓ ଦେବତା ମାନଙ୍କୁ ଚାଉଳ ଅର୍ପଣ କରିବା ଦ୍ୱାରା ସେମାନଙ୍କର କୃପା ଦୃଷ୍ଟି ପଡିଥାଏ। ଧନ ପ୍ରାପ୍ତି ହେବାର ଇଚ୍ଛା କରୁଥିବା ଲୋକେ ଏହି ଉପାୟ ନିଶ୍ଚିତ କରନ୍ତୁ। ସୋମବାର ଦିନ ଗୋଟେ କିଲୋ ଚାଉଳ ନେଇ ଶିବ ମନ୍ଦିରକୁ ଯାଆନ୍ତୁ। ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରି ସାରି ଶିବଲିଙ୍ଗ ଉପରେ ମୁଠେ ଚାଉଳ ଅର୍ପଣ କରନ୍ତୁ।ତାପରେ ବାକି ରହିଥିବା ଚାଉଳକୁ ମନ୍ଦିରରେ ଦାନ କରି ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର କେବେବି ଆର୍ଥିକ ଅଭାବ ରହିବ ନାହିଁ। ଏହାସହିତ ପଶୁପକ୍ଷୀ ମାନଙ୍କୁ ଭୋଜନ କରାନ୍ତୁ, ଯାହାଦ୍ଵାରା ଆପଣ ପୁଣ୍ୟ ପ୍ରାପ୍ତି କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *