Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲୁଥିବା ସମୟରେ ତୁଳସୀ ଗଛରେ ତିଳ ଅର୍ପଣ କରିବା ଦ୍ୱାରା ଦୂର ହୋଇଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ପୂର୍ବପୁରୁଷଙ୍କ ଆଶୀର୍ବାଦ ପରିବାର ଉପରେ ରହିଲେ, କେବେବି ଅନିଷ୍ଟ ହୋଇ ନଥାଏ। ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ତେଣୁ ପ୍ରତ୍ୟେକ ଲୋକଙ୍କୁ ପୂର୍ବପୁରୁଷଙ୍କୁ ପ୍ରସନ୍ନ କରିବା ଉଚିତ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରଥମ ଉପାୟ ହେଉଛି ଦାନ କରିବା। ଯେଉଁ ବ୍ୟକ୍ତି ପିତୃପକ୍ଷ ଚାଲୁଥିବା ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ ଆଦି କାର୍ଯ୍ୟ କରିଥାଏ, ନିଶ୍ଚିତ ଭାବରେ ପିତୃପୁରୁଷ ତାଙ୍କ ଉପରେ ପ୍ରସନ୍ନ ରହିଥାନ୍ତି। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହୋଇଥାଏ। ଏହି ସମୟରେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଦାନଧର୍ମ ତଥା ଶ୍ରାଦ୍ଧ କର୍ମ କରିବା ଉଚିତ। ଯେଉଁ ବ୍ୟକ୍ତି ନିଜ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରି ନଥାଏ ବା ଶ୍ରାଦ୍ଧ, ତର୍ପଣ ଆଦି କରି ନଥାଏ, ପିତୃପୁରୁଷ ତାଙ୍କ ଉପରେ ରୁଷ୍ଟ ହୋଇ ଯାଇଥାନ୍ତି। ଏହାସହିତ ତାଙ୍କୁ ପିତୃଦୋଷ ଭୋଗ କରିବାକୁ ପଡ଼ିଥାଏ।

ପିତୃଦୋଷ ଲାଗିବା ଦ୍ଵାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥାଏ। ସବୁ କାର୍ଯ୍ୟ ସଫଳ ହୁଏ ନାହିଁ। ମାନ୍ୟତା ରହିଛି କି ପିତୃପକ୍ଷ ଚାଲିଥିବା ସମୟରେ ସ୍ଵର୍ଗର ଦୁଆର ଖୋଲି ଯାଇଥାଏ। ଏହି ସମୟରେ ପିତୃପୁରୁଷ ମାନେ ଶ୍ରାଦ୍ଧ, ପିଣ୍ଡ ଗ୍ରହଣ କରିବା ପାଇଁ ଅଶ୍ୱତ୍ଥ ଗଛ ଦ୍ଵାରା ଭୂପୃଷ୍ଠକୁ ଆସିଥାନ୍ତି। ପିତୃପକ୍ଷ ଚାଲିଥିବା ସମୟରେ କେବେବି ଦୁଆର ମୁହଁକୁ ଆସିଥବା ଭିକାରୀକୁ ଫେରିବା ଉଚିତ ନୁହେଁ। ଏହାସହିତ କୌଣସି ବୃଦ୍ଧ ଲୋକଙ୍କୁ ଅପମାନ କରିବା ଉଚିତ ନୁହେଁ।

ପିତୃପକ୍ଷ ଚାଲୁଥିବା ସମୟରେ ଆପଣଙ୍କୁ କିଛି ବିଶେଷ କାର୍ଯ୍ୟ କରିବା ଆବଶ୍ୟକ। ଏହି ସମୟରେ ନିଜ ଘରର ଦୁଆର ମୁହଁରେ ଜଳ ସିଞ୍ଚନ କରନ୍ତୁ। ଏହାସହିତ ଘରେ ପ୍ରସ୍ତୁତ କରିଥିବା ଭୋଜନରୁ ଗାଈ ଓ କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାସହିତ ପିଣ୍ଡଦାନ କରି ସାରି ସେହି ପିଣ୍ଡକୁ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ପିତୃପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ ଏବଂ ଆଶୀର୍ବାଦ ପ୍ରଦାନ କରିବେ।

ପିତୃପକ୍ଷ ଚାଲୁଥିବା ସମୟରେ ପିତୃପୁରୁଷଙ୍କ ପାଇଁ ଘରର ଦକ୍ଷିଣ ଦିଗରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ତାଙ୍କର ଆତ୍ମା ତୃପ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏହି ସମୟରେ ଆପଣ ତୁଳସୀ ଗଛ ମୂଳରେ ତିଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଏବଂ ” ଓଁ ନମଃ ବାସୁଦେବାୟ” ମନ୍ତ୍ର ଜପ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ସମସ୍ତ ଅଭିଳାଷା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *