Excuse Me Odisha

ଯାହା କହିବୁ ସତ କହିବୁ

ଘରର ଦୁଆର ମୁହଁରେ ଏହି ୪ ଗୋଟି ଜିନିଷ ନରହିଲେ, ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ। ଜାଣନ୍ତୁ କଣ ସେହି ଜିନିଷ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଅନୁସାରେ ଘର ତିଆରି କରିବା ଉଚିତ। ପୌରାଣିକ ଯୁଗରୁ ଏହି ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ତ୍ଵ ଦିଆଯାଏ। ଘରର ପ୍ରତ୍ୟେକ କୋଣ ଓ ଅନୁକୋଣ ବାସ୍ତୁ ଅନୁସାରେ ତିଆରି ହେଲେ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଏହାସହିତ ବାସ୍ତୁ ଅନୁସାରେ ଘରର ଜିନିଷପତ୍ର ମଧ୍ୟ ରହିବା ନିହାତି ଆବଶ୍ୟକ ଅଟେ। ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ ଦୁଆରକୁ ଅଧିକ ମହତ୍ତ୍ଵ ଦିଆଯାଇଛି। କାରଣ ଘରର ଦୁଆର ଦେଇ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

ଘରର ମୁଖ୍ୟ କବାଟରେ ଗଣେଶଙ୍କ ମୂର୍ତ୍ତି ଲଗାଇବା ଉଚିତ। ଭଗବାନ ଶ୍ରୀଗଣେଶ ବିଘ୍ନ ବିନାଶକ ଅଟନ୍ତି। ଏହାସହିତ ଆପଣ ଫୁଲର ଗୁଚ୍ଛା ରଖି ପାରିବେ। ଦୁଆର ମୁହଁରେ ଆପଣ ଆମ୍ବପତ୍ର ମଧ୍ୟ ଟାଙ୍ଗୀ ପାରିବେ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଘରର ଦୁଆର ମୁହଁ କାନ୍ଥରେ ଆପଣ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ। ଏହି ସ୍ଵସ୍ତିକ ଚିହ୍ନ ଆପଣ ସୋମବାର ବା ବୁଧବାର ଦିନ କରନ୍ତୁ।ଏଭଳି କରିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।

କୁହାଯାଏ କି ଘରର ମୁଖ୍ୟ ଦୁଆର ପାଖରେ ଗୋଟେ ରମ୍ବାର ଲୋଟାରେ ପାଣି ଭରି ରଖିବା ଉଚିତ। ଏହାଦ୍ବାରା ଘରକୁ ପ୍ରବେଶ କରୁଥିବା ସମୟରେ ଏବଂ ଘରୁ ବାହାରୁ ଥିବା ସମୟରେ ବ୍ୟକ୍ତିର ନଜର ସେହି ଲୋଟା ଉପରେ ପଡିଲେ ଦିନଟି ଶୁଭରେ ଅତିବାହିତ ହୋଇଥାଏ। ଯଦି ଆପଣ ନିଜ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ତାଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକ ଶନିବାର ଦିନ ସୋରିଷ ତେଲର ଦୀପ ଘରର ମୁଖ୍ୟ ଦୁଆର ବାହାରେ ଜଳାନ୍ତୁ। ଦେଖିବେ ପିତୃପୁରୁଷ ଖୁବ୍ ଶୀଘ୍ର ପ୍ରସନ୍ନ ହେବେ।

ଆସନ୍ତୁ ଜାଣିବା ଘରର ମୁଖ୍ୟ କବାଟ ସାମ୍ନାରେ କେଉଁ ଜିନିଷ ଲଗାଇବା ଦ୍ଵାରା ଭାଗ୍ୟ ବୃଦ୍ଧି ହୋଇଥାଏ। ଘରର ଦୁଆର ମୁହଁରେ କେବେବି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ, ନଚେତ ଦାରିଦ୍ର୍ୟତା ଗ୍ରାସ କରିବାର ସଂକେତ ମିଳିଥାଏ। ଏହାସହିତ ସନ୍ଧ୍ୟା ସମୟରେ କେବେବି ଏରୁଣ୍ଡି ବନ୍ଧ ପାଖରେ ଛିଡ଼ା ହେବା ଉଚିତ ନୁହେଁ। କାରଣ ସନ୍ଧ୍ୟା ସମୟରେ ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରି ଥାଆନ୍ତି। ଘରର ମୁଖ୍ୟ ଦୁଆର ମୁହଁରେ କେବେବି ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଘରୁ ପଳାଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *