Excuse Me Odisha

ଯାହା କହିବୁ ସତ କହିବୁ

୧୪ ସେପ୍ଟେମ୍ବର ବୁଧବାର ଦିନ କରନ୍ତୁ ଏହି ଖାସ ଉପାୟ। ବଦଳି ଯିବ ଭାଗ୍ୟ ଏବଂ ହେବ ଧନବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦେବତା ମାନଙ୍କ ମଧ୍ୟରେ ପ୍ରଥମ ପୂଜ୍ୟ ହେଉଛନ୍ତି ଭଗବାନ ଶ୍ରୀଗଣେଶ। ଭଗବାନ ଶ୍ରୀଗଣେଶଙ୍କ କୃପା ଦୃଷ୍ଟି ପଡିଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଭଗବାନ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିବେ ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ଭାଗ୍ୟ ବଦଳି ଯିବ। ଏହାସହିତ ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭଗବାନ ଶ୍ରୀଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ପ୍ରତ୍ୟେକ ବୁଧବାର ଦିନ ଶ୍ରୀଗଣେଶ ମନ୍ଦିର ଯାଆନ୍ତୁ ଏବଂ ଲଡୁ ଭୋଗ ଅର୍ପଣ କରନ୍ତୁ। ଏହାସହିତ ” ଓଁ ନମଃ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ। ଭଗବାନ ଶ୍ରୀଗଣେଶଙ୍କର ପ୍ରିୟ ଦିନ ହେଉଛି ବୁଧବାର। ଏହିଦିନ ବିଶେଷ ରୂପରେ ଆପଣ ଭଗବାନ ଶ୍ରୀଗଣେଶଙ୍କର ପୂଜା ଆରାଧନା କରନ୍ତୁ।ଭଗବାନ ଶ୍ରୀଗଣେଶଙ୍କୁ ସିନ୍ଦୂର ତିଳକ ରୂପରେ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ଏବଂ ଅଚାନକ ଧନ ପ୍ରାପ୍ତି ହେବ।

ବନ୍ଧୁଗଣ ଭଗବାନ ଗଣେଶଙ୍କୁ ମୋଦକ ବହୁତ ପ୍ରିୟ ଅଟେ।ଆପଣ ଭଗବାନ ଶ୍ରୀଗଣେଶଙ୍କୁ ମୋଦକ ଅର୍ପଣ କରି ପ୍ରସାଦ ସ୍ୱରୂପ ଅନ୍ୟମାନଙ୍କୁ ବାଣ୍ଟି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଅର୍ଥ ଓ ଭୋଜନର ଅଭାବ ହେବ ନାହିଁ। ଏହାସହିତ ଆପଣ ଶ୍ରୀଗଣେଶଙ୍କୁ ଦୁବ ଘାସ ମଧ୍ୟ ଅର୍ପଣ କରି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କୁ କେବେବି ଅର୍ଥ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ।

ଭଗବାନ ଶ୍ରୀଗଣେଶଙ୍କୁ ଲାଜକୁଳୀ ପତ୍ର ଅର୍ପଣ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ଏହାସହିତ ଘର ଧନଧାନ୍ୟରେ ପୁରି ଉଠିଥାଏ। ଆପଣ ଲାଜକୁଳୀ ଗଛକୁ ମଧ୍ୟ ପୂଜାର୍ଚ୍ଚନା କରି ପାରିବେ। କୁହାଯାଏ କି ଭଗବାନ ଶ୍ରୀରାମ ରାବଣ ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ଲାଜକୁଳୀ ଗଛକୁ ପୂଜାର୍ଚ୍ଚନା କରିଥିଲେ। ଭଗବାନ ଶ୍ରୀଗଣେଶଙ୍କ ମନ୍ଦିରରେ ବୁଧବାର ଦିନ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ନିଜ ଅଭିଳାଷା ବ୍ୟକ୍ତ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ।

ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ପାନପତ୍ର, ଅଖଣ୍ଡ ଚାଉଳ, ଦୁବ ଆଦି ଅର୍ପଣ କରନ୍ତୁ। ଏହାଦ୍ବାରା ପ୍ରଭୁ ଶ୍ରୀଗଣେଶ ପ୍ରସନ୍ନ ହୋଇଥାନ୍ତି। ଯାହାଦ୍ଵାରା ଆପଣଙ୍କର ସମସ୍ତ ସଙ୍କଟ ଖୁବ୍ ଶୀଘ୍ର ଟଳି ଯିବ। ଏହାସହିତ ବୁଧବାର ଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ। ଆପଣଙ୍କ ଉପରେ ଭଗବାନ ଶ୍ରୀଗଣେଶ ସନ୍ତୁଷ୍ଟ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *