Excuse Me Odisha

ଯାହା କହିବୁ ସତ କହିବୁ

ଘରେ ମନିପ୍ଲାଣ୍ଟ ଲଗାଉଥିଲେ, କରନ୍ତୁ ନାହିଁ ଏଭଳି ଭୁଲ। ନଚେତ ପରିବାର ଉପରେ ମାଡି ଆସିପାରେ ବିପଦ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ଅଧିକାଂଶ ଲୋକେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇ ଥାଆନ୍ତି। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ। ଯେଉଁମାନେ ନିଜ ଘରେ ମନିପ୍ଲାଣ୍ଟକୁ ସଠିକ ଭାବରେ ରଖିଥାନ୍ତି, ସେମାନଙ୍କ ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମନିପ୍ଲାଣ୍ଟ କେବେବି ଅନ୍ୟମାନଙ୍କ ଠାରୁ କ୍ରୟ କରି ନିଜ ଘରେ ଲଗାଇବା ଉଚିତ ନୁହେଁ। ଘରେ ମନିପ୍ଲାଣ୍ଟ ଲଗାଇବା ପାଇଁ ସବୁଠାରୁ ଦକ୍ଷିଣ ପୂର୍ବ ଦିଗ ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ଵାରା ଘରେ ସୁଖସମୃଦ୍ଧିର ବୃଦ୍ଧି ହୋଇଥାଏ ଏବଂ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। ଯଦି ଆପଣ ଘରେ ଲଗାଇଥିବା ମନିପ୍ଲାଣ୍ଟକୁ ଠିକ ଭାବରେ ରଖି ପାରିବେ ନାହିଁ, ତାହେଲେ ଘରେ ଅଶାନ୍ତି ଲାଗି ରହିବ। ଆର୍ଥିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଆପଣଙ୍କର ଋଣ ଭାର ବଢ଼ି ଯାଇପାରେ।

ତେଣୁ ମନିପ୍ଲାଣ୍ଟକୁ ଭଲଭାବରେ ରଖନ୍ତୁ ଅର୍ଥାତ ପ୍ରତ୍ୟେକ ଦିନ ସେଥିରେ ପାଣି ଦିଅନ୍ତୁ ଏବଂ ସଠିକ ଦିଗରେ ରଖନ୍ତୁ। ମନିପ୍ଲାଣ୍ଟକି ସବୁଜ ଓ ସତେଜ ରଖିବା ପାଇଁ ଆପଣ ଅଳ୍ପ ଆଳୁର ରସ ପାଣିରେ ମିଶାଇ ତାହା ମୂଳରେ ଢାଳି ଦିଅନ୍ତୁ।କେବେବି କାହାକୁ ମନିପ୍ଲାଣ୍ଟ ଉପହାରରେ ଦିଅନ୍ତୁ ନାହିଁ।ନଚେତ ଆପଣ ବିପଦରେ ପଡ଼ି ଯାଇ ପାରନ୍ତି।

ମନିପ୍ଲାଣ୍ଟକୁ ଘରେ ଲଗାଇବା ଦ୍ଵାରା ଶୁକ୍ର ଗ୍ରହ ସୁଦୃଢ ହୋଇ ଯାଇଥାଏ। ଶୁକ୍ର ଗ୍ରହ ଶୁଭ ସ୍ଥିତିରେ ରହିଲେ, ବ୍ୟକ୍ତିକୁ ଧନବାନ ହେବାରୁ କେହି ମଧ୍ୟ ରୋକି ପାରନ୍ତି ନାହିଁ। ଯଦି ଆପଣ ଲଗାଇଥିବା ମନିପ୍ଲାଣ୍ଟ ଅଧିକ ଖରା ପାଇ ଶୁଖି ଯାଇଛି, ତାହେଲେ ତୁରନ୍ତ ତାହାକୁ ଘରୁ ହଟାଇ ଦିଅନ୍ତୁ। ନଚେତ ଆପଣଙ୍କର ଧନ ହାନୀ ହେବାର ସମ୍ଭାବନା ରହିଥାଏ। ସକାଳୁ ଉଠି ପ୍ରଥମେ ମନିପ୍ଲାଣ୍ଟକୁ ଦେଖନ୍ତୁ। ଏଭଳି କରିବା ଦ୍ଵାରା ଦିନଟି ଆପଣଙ୍କ ପାଇଁ ଶୁଭ ରହିବ।

ମନିପ୍ଲାଣ୍ଟରେ ଆପଣ ଜଳ ଦେବା ସମୟରେ ସେଥିରେ ଅଳ୍ପ ବୁନ୍ଦା କ୍ଷୀର ମିଶାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ। ଏହାସହିତ ଆପଣଙ୍କ ବ୍ୟବସାୟ ମଧ୍ୟ ଅଗ୍ରଗତି କରିବ।କୁହାଯାଏ କି ଘରେ ଲଗାଇଥିବା ମନିପ୍ଲାଣ୍ଟ ଯଦି ସବୁଜ ଓ ସତେଜ ରହିଥାଏ, ତାହେଲେ ପତିପତ୍ନୀଙ୍କ ସମ୍ପର୍କରେ କେବେବି ବିବାଦ ବା ଦୂରତା ଆସି ନଥାଏ। ଘର ହସଖୁସିରେ ଭରି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *