Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ୧୭ ଏବଂ ୨୪ ତାରିଖରେ ଖୋଲିଯିବ ଏହି ୬ ଗୋଟି ରାଶିର ଭାଗ୍ୟ। ସୂର୍ଯ୍ୟ ଓ ଶୁକ୍ର ଗ୍ରହର ସଂଯୋଗ ଫଳରେ ହେବ ଧନବର୍ଷା।

ସେୟାର୍ କରନ୍ତୁ

ଏହି ବର୍ଷ ଅନେକ ଗ୍ରହ ନିଜ ରାଶି ପରିବର୍ତ୍ତନ କରୁଛନ୍ତି। କହିବାକୁ ଗଲେ ଗ୍ରହ ଓ ନକ୍ଷତ୍ର ଗୁଡ଼ିକ ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ଶୁଭ ବା ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡିଥାଏ। ସେପ୍ଟେମ୍ବର ମାସରେ ତିନୋଟି ଗ୍ରହ ଦିତୀୟ ରାଶିରେ ଗୋଚର କରୁଛନ୍ତି। ସେପ୍ଟେମ୍ବର ୧୦ ତାରିଖ ଦିନ ବୁଧ ଗ୍ରହ କନ୍ୟା ରାଶିରେ ବକ୍ରୀ ହୋଇ ସାରିଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ସୂର୍ଯ୍ୟ ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବେ। ସେପ୍ଟେମ୍ବର ୨୪ ତାରିଖ ଦିନ ଶୁକ୍ର ଗ୍ରହ ମଧ୍ୟ କନ୍ୟା ରାଶିରେ ଗୋଚର କରିବେ। ଗୋଟେ ରାଶିରେ ତିନୋଟି ଗ୍ରହର ମିଳନ ୬ ଗୋଟି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପକାଇବ।

ମିଥୁନ ରାଶି :-

ତିନୋଟି ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଜୀବନରେ ଆପଣ କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବେ। ଅର୍ଥ ସମ୍ବନ୍ଧିତ ସମସ୍ୟା ଦୂର ହେବ। ବ୍ୟବସାୟରେ ବହୁତ ବଡ଼ ଡିଲ ଫାଇନାଲ ହୋଇପାରେ। ଚାକିରି କ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ ଏବଂ ପଦୋନ୍ନତୀ ହାସଲ କରିବେ।

ଧନୁ ରାଶି :-

ଗ୍ରହ ମାନଙ୍କର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଭାଗ୍ୟ ବଳରେ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ମେଷ ରାଶି :-

ତିନୋଟି ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କର ସବୁ ସ୍ବପ୍ନ ପୂରଣ ହେବ। କ୍ୟାରିୟରରେ ଆପଣଙ୍କୁ ନୂତନ ଦିଗ ପ୍ରାପ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। କୌଣସି ଶୁଭ ସମାଚାର ପାଇ ପାରନ୍ତି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ।

କର୍କଟ ରାଶି :-

ଗ୍ରହ ମାନଙ୍କର ରଧି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ଶୁଭ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଜମିବାଡ଼ି ମାମଲାରେ ଶୁଭ ଫଳ ପ୍ରାପ୍ତି ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଧନଲାଭ ହେବାର ସମ୍ଭାବନା ରହିଛି।

ବୃଷ ରାଶି :-

ତିନୋଟି ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିଛି। ପ୍ରେମ ପ୍ରସଙ୍ଗ ମାମଲାରେ ସଫଳ ହେବେ। ପତିପତ୍ନୀ ନିଜ ଦାମ୍ପତ୍ୟ ଜୀବନରେ ଅନେକ କଠିନ ସମସ୍ୟାକୁ ସମାଧାନ କରିବେ। କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରି ପାରନ୍ତି। ବ୍ୟାପାରରେ ଲାଭବାନ ହେବେ। ଏହି ମାସରେ ଆପଣ ଅନେକ ସୁଖ ସୁବିଧାରେ ରହିବେ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କୁ ତିନୋଟି ଗ୍ରହର ମିଳନରେ ଶୁଭ ପରିଣାମ ପ୍ରାପ୍ତ ହେବ।କୋର୍ଟ କଚେରୀ ମାମଲାରେ ଦୂରେଇ ରୁହନ୍ତୁ। କ୍ୟାରିୟରରେ ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଆପଣଙ୍କର ସବୁ କାର୍ଯ୍ୟ ସଠିକ ସମୟରେ ସମାପ୍ତ ହେବ।ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ମାର୍ଗ ଖୋଲିଯିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *