Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଲୁଣକୁ ନେଇ କରନ୍ତୁ ଏହି ଖାସ ଉପାୟ, ଜୀବନ ହସଖୁସିରେ ଭରି ଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଲୁଣ ଏକ ଏଭଳି ଜିନିଷ ଯାହା ପ୍ରତ୍ୟେକ ଖାଦ୍ୟପଦାର୍ଥର ସ୍ୱାଦକୁ ବଢାଇ ଦେଇଥାଏ। ଏହାସହିତ ତନ୍ତ୍ର ସାଧନାରେ ମଧ୍ୟ ଲୁଣର ବ୍ୟବହାର ହୋଇଥାଏ। ଆଜି ଆମେ ଆପଣଙ୍କୁ ଲୁଣକୁ ନେଇ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣ ପ୍ରୟୋଗ କରି ଲାଭବାନ ହୋଇ ପାରିବେ।

କୁହାଯାଏ କି କୁଣ୍ଡଳୀରେ ଚନ୍ଦ୍ର ଅଶୁଭ ସ୍ଥିତିରେ ରହିଥିଲେ, ସାଧାରଣ ଲୁଣ ବ୍ୟବହାର ନକରି ସମୁଦ୍ରି ଲୁଣ ବ୍ୟବହାର କରିବା ଆବଶ୍ୟକ। ଘରେ କୌଣସି କୋଣରେ ଗୋଟେ ପାତ୍ରରେ ଲୁଣ ଭରି ରଖିବା ଉଚିତ। ଏଭଳି କରିବା ଦ୍ଵାରା ଘରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। କେବେବି ଲୁହା ବା ଷ୍ଟିଲ ପାତ୍ରରେ ଲୁଣ ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ, କାରଣ ଚନ୍ଦ୍ର ଓ ଶନିଙ୍କ ମିଳନ ଅଶୁଭ ପରିଣାମ ପ୍ରଦାନ କରିଥାଏ। କାଚ ପାତ୍ରରେ ଲୁଣ ରଖିବା ଉଚିତ।

ଯଦି ଆପଣ ନିଜ ଘରକୁ ନକାରାତ୍ମକ ଓ ଖରାପ ଶକ୍ତିରୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି, ତାହେଲେ ଗୋଟେ ଲାଲ କପଡା ନେଇ ସେଥିରେ ଲୁଣ ଭର୍ତ୍ତି କରି ଘରର ଦୁଆର ମୁହଁରେ ଟାଙ୍ଗୀ ଦିଅନ୍ତୁ। ଯଦି ଆପଣ ଧନ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତାହେଲେ ଲୁଣକୁ ଲାଲ କପଡ଼ାରେ ବାନ୍ଧି ନିଜ ଧନ ଭଣ୍ଡାର ଘରେ ରଖି କରିବେ। ଘର ପୋଛିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇବା ଉଚିତ। ଏଭଳି କରିବା ଦ୍ଵାରା ଘରୁ ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ।

ଯଦି ଆପଣ ଅଧିକ ମାନସିକ ଚିନ୍ତାରେ ରହୁଛନ୍ତି, ତାହେଲେ ରାତିରେ ପାଣିରେ ଅଳ୍ପ ଲୁଣ ମିଶାଇ ଗୋଡ଼ ହାତ ଧୋଇ ନିଅନ୍ତୁ। ତାପରେ ଶୋଇ ଯାଆନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ସୁଖ ନିଦ୍ରା ପ୍ରାପ୍ତି ହେବ। ଯଦି ପତିପତ୍ନୀଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହୁଛି, ତାହେଲେ କିଛି କଳା ଲୁଣର ଖଣ୍ଡ ଶୋଇବା କୋଠରୀରେ ରଖିବା ଉଚିତ। ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ। ସମ୍ପର୍କରେ ଆତ୍ମୀୟତା ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *