Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ :୧୨ ସେପ୍ଟେମ୍ବର ୨୦୨୨,ସୋମବାର :ଆଜି ବୃଷ, ମିଥୁନ, କୁମ୍ଭ ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ହେବ ସୁଦୃଢ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-

ଆଜିର ଦିନରେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ ଆପଣଙ୍କ ପେଟ ଖରାପ ହୋଇପାରେ। ଆପଣଙ୍କୁ କୌଣସି କଠିନ ନିଷ୍ପତ୍ତି ନେବାରୁ ବଞ୍ଚିତ ହେବା ଉଚିତ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ। ଅନ୍ୟମାନଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ନଚେତ ଆପଣଙ୍କର କ୍ଷତି ହେବାର ସମ୍ଭାବନା ରହିଛି।

ବୃଷ ରାଶି :-

ଆଜି ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆଜି ଆପଣ ଅନ୍ୟମାନଙ୍କ ଠାରୁ ଉଧାର ମାଗିବାରୁ ବଞ୍ଚିତ ରୁହନ୍ତୁ। ଆପଣ ନିଜ ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରି ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପିତାମାତାଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କର ମାନସମ୍ମାନ ବୃଦ୍ଧି ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ।ଅଧିକ ଉପାର୍ଜନ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଶୁଭ ଫଳ ପ୍ରାପ୍ତି କରିବେ। ପରିବାର ସଦସ୍ୟ କୌଣସି ସଫଳତା ହାସଲ କରି ପରିବାରର ସମ୍ମାନ ବଢ଼ାଇବେ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କ ପିତାମାତା କୌଣସି ତୀର୍ଥ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କ ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ପାଇ ପାରନ୍ତି। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ପିତାମାତା ଓ ନିଜ ଜୀବନସାଥୀଙ୍କ ସହିତ ପରାମର୍ଶ କରନ୍ତୁ। ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ।

ସିଂହ ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ ଆଳସ୍ୟରେ ଭରି ଯିବ। କୌଣସି ବିବାହର ପ୍ରସ୍ତାବ ଆପଣଙ୍କ ପାଇଁ ଆସିପାରେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କୁ କିଛି ଘରୋଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଚାକିରି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟ ଚାପ ବଢିପାରେ।

କନ୍ୟା ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାର କ୍ଷେତ୍ରରେ କଠିନ ପରିଶ୍ରମ କରି ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧାବିଘ୍ନ ଖୁବ୍ ଶୀଘ୍ର ଦୂର ହୋଇଯିବ।ଆପଣଙ୍କୁ କୌଣସି ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ଚିନ୍ତା ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି।

ତୁଳା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ପିତାମାତାଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଚାକିରି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣ ଘରର ଦାୟିତ୍ଵ ପୂରଣ କରିବାରେ ଯଥେଷ୍ଟ ପ୍ରୟାସ କରିବେ।କୌଣସି ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ ହୋଇପାରେ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ପୁରୁଣା ବିବାଦରୁ ମୁକ୍ତି ମିଳିବ। ଯଦି ଆପଣଙ୍କ ଉପରେ କୌଣସି ଋଣ ରହିଛି, ତାହେଲେ ସେହି ଋଣ ଖୁବ୍ ଶୀଘ୍ର ପରିଶୋଧ ହୋଇଯିବ। ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିପାରେ। ବିରୋଧୀ ମାନେ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି।

ଧନୁ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ପ୍ରେମ ମାମଲାରେ ଆପଣ ସଫଳ ହେବେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ବ୍ୟାପାରରେ ପ୍ରଗତି କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଲୋକେ ଆପଣଙ୍କ ପ୍ରଶଂସା କରିବେ। ପରିବାରରେ ସଠିକ ତାଳମେଳ ରହିବ। କୌଣସି ଧାର୍ମିକ ସ୍ଥଳକୁ ଆପଣ ଯାତ୍ରା କରି ପାରନ୍ତି। କୌଣସି ସଂପର୍କିୟ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି।

କୁମ୍ଭ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭବାନ ହେବେ। ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚରୁ ନିବୃତ ରହିବା ଉଚିତ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ସାମାଜିକ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରିବେ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରି ପାରନ୍ତି। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିବାହିତ ଲୋକଙ୍କର ବୈବାହିକ ଜୀବନ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *