Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ସମୟରେ ଏହି ୫ଟି ପ୍ରାଣୀ ଘରର ଅଗଣାକୁ ଆସିଲେ ମିଳିଥାଏ ଏହି ସଂକେତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ସେପ୍ଟେମ୍ବର ୧୦ ତାରିଖ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଅମାବାସ୍ୟା ଦିନ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ପିତୃପକ୍ଷ ସମ୍ପୂର୍ଣ୍ଣ ୧୫ ଦିନ ପର୍ଯ୍ୟନ୍ତ ହୋଇଥାଏ। ଏହାକୁ ଶ୍ରାଦ୍ଧ ପକ୍ଷ ମଧ୍ୟ କୁହାଯାଏ।

ମୃତ୍ୟୁ ପରେ ପୂର୍ବପୁରୁଷ ମାନା ଶ୍ରାଦ୍ଧ ଓ ପିଣ୍ଡ ଗ୍ରହଣ କରିବା ପାଇଁ ପୃଥିବୀ ଲୋକକୁ ଆସିଥାନ୍ତି। ପିତୃପକ୍ଷ ଚାଲି ଥିବା ସମୟରେ ଆପଣ ନିଜ ପୂର୍ବପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ସତ୍ୱିକ ଭୋଜନ ଅର୍ପଣ କରନ୍ତୁ।ଏହାପରେ ଏହି ଭୋଜନକୁ ଅବ୍ୟ ପ୍ରାଣୀ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ପିତୃପକ୍ଷକୁ ଶ୍ରାଦ୍ଧପକ୍ଷ ମଧ୍ୟ କୁହାଯାଏ। ଯଦି ଏହି ପିତୃପକ୍ଷ ସମୟରେ ବିଶେଷ ୩ ଗୋଟି ପ୍ରାଣୀ ଆପଣଙ୍କ ଘରର ଅଗଣାକୁ ଆସନ୍ତି, ତାହେଲେ ଶୁଭ ସଂକେତ ମିଳିଥାଏ। କୁହାଯାଏ କି ପିତୃପକ୍ଷ ସମୟରେ ଦୁଆରକୁ ଆସୁଥିବା କୌଣସି ପଶୁର ଅନାଦର କରିବା ଉଚିତ୍ ନୁହେଁ।

ପ୍ରଥମ ପ୍ରାଣୀ ହେଉଛି କାଉ। ଗରୁଡ଼ ପୁରାଣ ଅନୁସାରେ ପିତୃପୁରୁଷ ମାନେ କାଉ ରୂପ ଧାରଣ କରି ନିଜ ସମ୍ପର୍କୀୟଙ୍କ ସହିତ ଦେଖା କରିବା ପାଇଁ ଏବଂ ପିଣ୍ଡ ଗ୍ରହଣ କରିବା ପାଇଁ ଘରକୁ ଆସିଥାନ୍ତି। ପିତୃପକ୍ଷ ସମୟରେ ଅଶ୍ୱତ୍ଥ ଗଛରେ କାଉ ଦେଖିଲେ ଶୁଭ ସଂକେତ ମିଳିଥାଏ। ଏହାର ଅର୍ଥ ଆପଣଙ୍କ ପିତୃପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି।ଏହାଦ୍ବାରା ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହେବାକୁ ଯାଉଛି। ପିତୃପକ୍ଷ ସମୟରେ ଯଦି କୌଣସି କାଉ ଆପଣଙ୍କ ଘରର ଦୁଆର ମୁହଁରେ ଜୋରରେ ରାବି ଥାଏ, ତାହେଲେ ବୁଝି ନିଅନ୍ତୁ ପିତୃପୁରୁଷ ଆପଣଙ୍କ ଉପରେ କ୍ରୋଧିତ ରହିଛନ୍ତି। ତେଣୁ ଆପଣଙ୍କୁ ତାଙ୍କ ସନୁଷ୍ଟି ପାଇଁ ଶ୍ରାଦ୍ଧ କରିବା ଉଚିତ, ନଚେତ ପିତୃଦୋଷ ଲାଗିବାର ସମ୍ଭାବନା ରହିଥାଏ।

ଦିତୀୟ ପ୍ରାଣୀ ହେଉଛି କୁକୁର। ଯଦି ପିତୃପକ୍ଷ ସମୟରେ ଆପଣଙ୍କ ଘରର ଦୁଆର ମୁହଁରେ କୌଣସି କୁକୁର ଆସିଯାଏ, ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ।ସେହି କୁକୁରକୁ କିଛି ନା କିଛି ଖାଇବାକୁ ଦିଅନ୍ତୁ। ପିତୃପକ୍ଷ ସମୟରେ ଯଦି ଆପଣ ନିଜ ସ୍ୱପ୍ନରେ କୌଣସି ପ୍ରାଣୀକୁ ମନୁଷ୍ୟ ଭଳି ବାର୍ତ୍ତାଳାପ କରୁଥିବାର ଦେଖନ୍ତି, ତାହେଲେ ଏହା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ତେଣୁ ନିଜ ପୂର୍ବପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଯଥେଷ୍ଟ ପ୍ରୟାସ କରନ୍ତୁ।

ତୃତୀୟ ପ୍ରାଣୀ ହେଉଛି ଗାଈ। କୁହାଯାଏ କି ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାନ୍ତି। ତେଣୁ ଗାଈକୁ କେବେବି ଅପମାନ କରିବା ଉଚିତ ନୁହେଁ। ପିତୃପକ୍ଷ ଚାଲୁଥିବା ସମୟରେ ଯଦି ଆପଣଙ୍କ ଘରର ଦୁଆର ମୁହଁରେ ଗାଈ ଆସିଯାଏ, ତାହେଲେ ନିଶ୍ଚିତଭାବେ ଗାଈକୁ ସବୁଜ ଚାରା ଏବଂ ଚାଉଳ ଆଦି ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଜୀବନ ସୁଖମୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *