Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ସମୟରେ ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖିଲେ କେଉଁ ସଂକେତ ମିଳିଥାଏ, ଜାଣନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

ଗରୁଡ଼ ପୁରାଣରେ ଭଗବାନ ଶ୍ରୀବିଷ୍ଣୁ ପିତୃପୁରୁଷଙ୍କୁ ନେଇ ଅନେକ ରହସ୍ୟ ବିଷୟରେ କହିଛନ୍ତି। ଯେଉଁ ବ୍ୟକ୍ତି ପୁଣ୍ୟ କର୍ମ କରିଥାଏ, ତାକୁ ସ୍ବର୍ଗ ପ୍ରାପ୍ତି ହୋଇଥାଏ। ଯେଉଁ ମନୁଷ୍ୟ ପାପ କର୍ମ କରିଥାଏ, ତାକୁ ନର୍କ ପ୍ରାପ୍ତି ହୋଇଥାଏ। କିନ୍ତୁ ଯେଉଁମାନଙ୍କର ଆତ୍ମଘାତ ବା ଅକାଳ ମୃତ୍ୟୁ ହୋଇ ଯାଇଥାଏ, ସେମାନେ ପ୍ରେତ ହୋଇ ଭୁଲୋକରେ ବୁଲନ୍ତି। କୁହାଯାଏ କି ପିତୃପୁରୁଷ ପ୍ରସନ୍ନ ରହିଲେ, ଘରେ ସୁଖସମୃଦ୍ଧି ବଢ଼ିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମରି ଯାଇଥିବା ବ୍ୟକ୍ତି ଦେଖା ଗଲେ କେଉଁ ସଂକେତ ମିଳିଥାଏ।

ଯଦି ଆପଣ ନିଜ ସ୍ୱପ୍ନରେ ନିଜ ପୂର୍ବପୁରୁଷଙ୍କୁ ଖରାପ ଓ ଅପରିଷ୍କାର ବସ୍ତ୍ର ପିନ୍ଧିଥିବାର ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ସେ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି। ଯଦି ଆପଣ ନିଜ ସ୍ୱପ୍ନରେ ପୂର୍ବପୁରୁଷଙ୍କୁ ବଳଦ ଉପରେ ସବାର ହୋଇ ଯାଉଥିବାର ଦେଖନ୍ତୁ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ପୂର୍ବପୁରୁଷ ଆପଣଙ୍କ ଉପରେ ବହୁତ କ୍ରୋଧିତ ଅଛନ୍ତି। ଯଦି ଆପଣ ସ୍ୱପ୍ନରେ ମୃତ ସମ୍ପର୍କୀୟ ଆପଣଙ୍କ ମୁଣ୍ଡରେ ହାତ ରଖିବାର ଦେଖନ୍ତି,

ତାହେଲେ ସେ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଥିବାର ସଂକେତ ମିଳିଥାଏ। ସ୍ୱପ୍ନରେ ପୂର୍ବପୁରୁଷ ଆପଣଙ୍କ ଆଡ଼କୁ ହାତ ବଢାଉଥିବାର ଦେଖିଲେ , ଏହା ଏକ ଶୁଭ ସଂକେତ ବୋଲି କୁହାଯାଏ। ଆପଣ ନିଜ ପୂର୍ବପୁରୁଷଙ୍କୁ ସ୍ୱପ୍ନରେ କାନ୍ଦୁଥିବାର ଦେଖିବା, ଏହା ଅଶୁଭ ସଂକେତ ଅଟେ। ତେଣୁ ପିତୃପକ୍ଷ ଚାଲୁଥିବା ସମୟରେ ସଠିକ ବିଧି ଅନୁସାରେ ପିତୃପୁରୁଷଙ୍କୁ ପିଣ୍ଡ, ତର୍ପଣ ଆଦି ଦାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *