Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ସମୟରେ ଚୁପଚାପ୍ ଏହିଠାରେ ଢାଳି ଦିଅନ୍ତୁ ଚାଉଳ, ପୂର୍ବପୁରୁଷଙ୍କୁ ମିଳିଯିବ ମୁକ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ସେପ୍ଟେମ୍ବର ୧୦ ତାରିଖ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଦିନ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ପିତୃପକ୍ଷ ସମ୍ପୂର୍ଣ୍ଣ ୧୫ ଦିନ ପର୍ଯ୍ୟନ୍ତ ହୋଇଥାଏ। ଏହାକୁ ଶ୍ରାଦ୍ଧ ପକ୍ଷ ମଧ୍ୟ କୁହାଯାଏ।

ପିତୃପକ୍ଷ ଚାଲୁଥିବା ସମୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ ଆଦି ଦେଇ ସନ୍ତୁଷ୍ଟ କରାଯାଇଥାଏ। ଯାହାଦ୍ଵାରା ସେମାନେ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି। ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ପିତୃଦୋଷ ଲାଗିଲେ ଘରେ ଅଶାନ୍ତ ପରିବେଶ ସୃଷ୍ଟି ହୁଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ପିତୃପକ୍ଷରେ ଶ୍ରାଦ୍ଧ କର୍ମ ସର୍ବଦା କରିବା ଉଚିତ। ତେଣୁ ଏହି ଶ୍ରାଦ୍ଧ ପକ୍ଷ ସମୟରେ ପୂର୍ବପୁରୁଷ ମାନେ ପୃଥିବୀକୁ ଆସି ନିଜ ସମ୍ପର୍କୀୟଙ୍କ ଠାରୁ ପିଣ୍ଡ ଗ୍ରହଣ କରିଥାନ୍ତି।

ପିତୃପୁରୁଷଙ୍କୁ ସନ୍ତୁଷ୍ଟ କଲେ, ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ।ଏହାସହିତ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମୁଠାଏ ଚାଉଳ ନେଇ ଏକ ଖାସ ଉପାୟ କଲେ ପିତୃପୁରୁଷଙ୍କୁ ପ୍ରସନ୍ନ କରି ହେବ ଏବଂ ପିତୃଦୋଷରୁ ମଧ୍ୟ ମୁକ୍ତି ମିଳିଯିବ। ପିତୃପୁରୁଷଙ୍କୁ ଚାଉଳରେ ପିଣ୍ଡ ଦିଆଯାଇଥାଏ। ଏହା ସେମାନଙ୍କୁ ଅତ୍ୟନ୍ତ ପସନ୍ଦ ହୋଇଥାଏ। କାରଣ ଚାଉଳର ପିଣ୍ଡ ସେମାନଙ୍କୁ ଶୀତଳ ପ୍ରଦାନ କରିଥାଏ। ଚାଉଳର ଏହି ଉପାୟ ଆପଣଙ୍କୁ ଦ୍ୱିପ୍ରହର ସମୟରେ କରିବା ଉଚିତ। କାରଣ ଦ୍ବିପ୍ରହର ସମୟରେ ସୂର୍ଯ୍ୟର କିରଣ ଖୁବ୍ ପ୍ରଖର ହୋଇଥାଏ।

ମୁଠାଏ ଚାଉଳରେ ଖିରି ଏବଂ ପୁରୀ କରି ଆପଣ ପୂର୍ବପୁରୁଷଙ୍କୁ ଅର୍ପଣ କରନ୍ତୁ। ହୋମ କରିବା ସମୟରେ ଆପଣ ଖିରିର ତିନୋଟି ଆହୁତି ଅଗ୍ନିରେ ପକାନ୍ତୁ। ଭୋଗ ଆଦି ଅର୍ପଣ କରିବା ପରେ ଏହି ଭୋଗକୁ ନିଜ ଛାତ ଉପରେ କାଉ ମାନଙ୍କ ପାଇଁ ରଖି ଦିଅନ୍ତୁ। କାଉ ମାନେ ସେହି ଖାଦ୍ୟ ଗ୍ରହଣ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି। ସନାତନ ଧର୍ମ ଅନୁସାରେ ଗାଈ ମଧ୍ୟରେ ଅନେକ ଦେବୀ ଓ ଦେବତା ବାସ କରିଥାନ୍ତି। ତେଣୁ ପିତୃ ପକ୍ଷରେ ପିଣ୍ଡ ବା ତର୍ପଣ ଆଦି ଦେଇ ସାରିବା ପରେ ଗାଈକୁ ମଧ୍ୟ ଖାଇବାକୁ ଦେଇ ପାରିବେ। ଏହାସହିତ ବ୍ରାହ୍ମଣ ମାନଙ୍କୁ ମଧ୍ୟ ଭୋଜନ କରାଇଲେ ପିତୃପୁରୁଷଙ୍କ ଆତ୍ମା ତୃପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *