Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲୁଥିବା ସମୟରେ ଏହିସବୁ ଖାଦ୍ୟ ସେବନ କରିବା ବର୍ଜିତ ଅଟେ। ନଚେତ ଲାଗିଥାଏ ପିତୃଦୋଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ସେପ୍ଟେମ୍ବର ୧୦ ତାରିଖ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଦିନ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

ବ୍ରହ୍ମ ପୁରାଣ ଅନୁସାରେ ପୂର୍ବପୁରୁଷଙ୍କୁ ବିଧିବିଧାନ ଅନୁସାରେ ତାଙ୍କର ରୁଚିକର ବସ୍ତୁ ଅର୍ପଣ କରିବା ଉଚିତ। ପିତୃପୁରୁଷଙ୍କୁ ଶ୍ରାଦ୍ଧ କରିବାର ଅର୍ଥ ହେଉଛି ଶ୍ରଦ୍ଧା ପୂର୍ବକ ପିଣ୍ଡଦାନ କରିବା। ତେବେ ଶ୍ରାଦ୍ଧ ଦେବା ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି। କୁହାଯାଏ କି ପିତୃପୁରୁଷ କ୍ରୋଧିତ ହେଲେ, ମନୁଷ୍ୟକୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ବିବାହରେ ବାଧା ସୃଷ୍ଟି ହୋଇଥାଏ, ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

ପିତୃପୁରୁଷଙ୍କୁ ଏହି ପିତୃପକ୍ଷ ସମୟରେ ପିଣ୍ଡଦାନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶ୍ରାଦ୍ଧ କରିବାର ପ୍ରଥମ ଭାଗ କାଉ ପକ୍ଷୀକୁ ଦାନ କରାଯାଇଥାଏ।କାରଣ ପିତୃପୁରୁଷ ମାନେ ଜୀବଜନ୍ତୁ ବେଶରେ ପିଣ୍ଡ ଗ୍ରହଣ କରିବାକୁ ଆସିଥାନ୍ତି। ପିତୃପକ୍ଷ ଚାଲୁଥିବା ସମୟରେ ବସ୍ତ୍ର ଦାନ, ଭୋଜନ ଦାନ ଆଦି କରନ୍ତୁ। ଏଭଳି କରିବା ଦ୍ଵାରା ପିତୃପୁରୁଷଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ଶ୍ରାଦ୍ଧ ପକ୍ଷ ଚାଲୁଥିବା ସମୟରେ ଭୋଜନ ଆଦିର ଅଧିକ ମହତ୍ତ୍ଵ ରହିଥାଏ। ଏହି ସମୟରେ ପୂର୍ବପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜାପାଠ କରାଯାଇଥାଏ। ଏହାସହିତ ଏହି ସମୟରେ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଏ। ତେଣୁ ଏହି ୧୫ ଦିନ ପର୍ଯ୍ୟନ୍ତ ଆପଣ ବିନା ପିଆଜ ରସୁଣରେ ଭୋଜନ ପ୍ରସ୍ତୁତ କରିବା ଆବଶ୍ୟକ। ଅର୍ଥାତ ଏହି ସମୟରେ ସାତ୍ୱିକ ଭୋଜନ କରିବା ଶୁଭ ମାନା ଯାଇଥାଏ। ନଚେତ ପିତୃପୁରୁଷ କ୍ରୋଧିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *