Excuse Me Odisha

ଯାହା କହିବୁ ସତ କହିବୁ

ଘରେ ରାତିରେ ଜଳାନ୍ତୁ ଏହି ୨ଟି ଜିନିଷ। ତାପରେ ଦେଖନ୍ତୁ ଧନବର୍ଷା ହେବାର ରହିଛି ସମ୍ଭାବନା।

ସେୟାର୍ କରନ୍ତୁ

ଆଜି ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ।ଏକ ଖାଡ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ସଠିକ ଉପରେ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଧନବାନ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ। ସମସ୍ତେ ଖୁସିରେ ଓ ଧନବାନ ହେବାକୁ ଚାହିଁ ଥାଆନ୍ତି। ଏହାସହିତ ସମସ୍ତେ ବିଳାସ ବ୍ୟସନରେ ରହିବାକୁ ଚାହିଁ ଥାଆନ୍ତି। ଆଜିର ସମାଜରେ ଧନ ପ୍ରାପ୍ତି କରିବା ସହଜ କଥା ନୁହେଁ। କାରଣ କଠିନ ପରିଶ୍ରମ କରି ମଧ୍ୟ ବ୍ୟକ୍ତିଙ୍କୁ ଆଶାନୁରୂପ ସଫଳତା ମିଳି ପାରି ନଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ଆପଣ କର୍ପୂର ଓ ଲବଙ୍ଗ ନିଅନ୍ତୁ। ଏହାକୁ ଜଳାଇ ଆପଣ ନିଜର ଆର୍ଥିକ ସମସ୍ୟା ଦୂର କରି ପାରିବେ। ତେବେ ଜାଣନ୍ତୁ ଏହି କର୍ପୂର ଓ ଲବଙ୍ଗକୁ ନେଇ କିପରି ଉପାୟ କରିବେ। ରାତିରେ ଗୋଟେ ମାଟି ଦୀପ ନେଇ ସେଥିରେ ଗୋଟେ କର୍ପୂର ଓ ପାଞ୍ଚଟି ଲବଙ୍ଗ ରଖନ୍ତୁ। ଏହାକୁ ଜଳାଇ ଘରର ମୁଖ୍ୟ ଦୁଆର ପାଖରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଧନ ଆସିବାର ମାର୍ଗ ଖୋଲି ଯାଇଥାଏ। ଏହାସହିତ ଘରକୁ ଆସିଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।ଆପଣଙ୍କୁ କେବେବି ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡିବ ନାହିଁ।

ଲୁଣକୁ ନେଇ ଆପଣ ଉପାୟ କିପରି ଧନବାନ ହୋଇ ପାରିବେ। ଆସନ୍ତୁ ଜାଣିବା। ଲୁଣର ଆମ ଜୀବନରେ ଅନେକ ଉପଯୋଗ ହୋଇଥାଏ। ଖାଦ୍ୟସାମଗ୍ରୀରେ ଲୁଣର ପରିମାଣ ଅଳ୍ପ ହୋଇଗଲେ, ଖାଦ୍ୟ ଭଲ ଲାଗି ନଥାଏ। ଘରେ ରହିଥିବା ନକାରାତ୍ମକ ଉର୍ଜା ଘରର ବାତାବରଣକୁ ନଷ୍ଟ କରି ଦେଇଥାଏ ଏବଂ ମାନସିକ ଚିନ୍ତା ମଧ୍ୟ ବଢାଇ ଥାଏ।ତେବେ ଗୋଟେ ଲାଲ କପଡ଼ାରେ ଅଳ୍ପ ଲୁଣ ବାନ୍ଧି ତାହାକୁ ଘରର ମୁଖ୍ୟ ଦୁଆର ମୁହଁରେ ବାନ୍ଧି ଦିଅନ୍ତୁ। ଏହାଦ୍ବାରା ପରିବାର ଉପରେ ଖରାପ ଦୃଷ୍ଟି ପଡି ନଥାଏ। ଏହାକୁ ଆପଣ ନିଜ ଧନଭଣ୍ଡାର ଘରେ ମଧ୍ୟ ରଖି ପାରିବେ।

କହିବାକୁ ଗଲେ ଲୁଣର ସମ୍ବନ୍ଧ ଚନ୍ଦ୍ର ଓ ଶୁକ୍ର ଗ୍ରହ ସହିତ ରହିଛି। ତେବେ କେବେବି ଲୁଣ ଢାଳି ହୋଇଗଲେ, ଶୁକ୍ର ଓ ଚନ୍ଦ୍ର ଗ୍ରହର ଖରାପ ପ୍ରଭାବ ପଡିଥାଏ। ଗୁରୁବାର, ଶନିବାର ଦିନ କେବେବି ଲୁଣ କାହାକୁ ଦାନ କରନ୍ତୁ ନାହିଁ, ନଚେତ ଦାରିଦ୍ର୍ୟତା ଗ୍ରାସ କରି ପାରେ। ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ କୁନା ପକାଇ ପୋଛା ଲଗାନ୍ତୁ। ଏଭଳି କରିବା ଦ୍ଵାରା ଘରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *