Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ଲବଙ୍ଗ ଓ ଅଳେଇଚ ନେଇ କରନ୍ତୁ ଏହି ଉପାୟ। ଦେଖିବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ହୋଇଯିବ ଦୂର।

ସେୟାର୍ କରନ୍ତୁ

ଈଶ୍ବରଙ୍କ ସୃଷ୍ଟିରେ ମନୁଷ୍ୟ ନିଜ କର୍ମ ଅନୁସାରେ ନିଜ ଭାଗ୍ୟ ଲେଖି ଥାଏ ଏବଂ ସେହି ଅନୁସାରେ ଫଳ ପ୍ରାପ୍ତି କରିଥାଏ। କିନ୍ତୁ ମନୁଷ୍ୟ ନିଜ କର୍ମର ଫଳକୁ ସୌଭାଗ୍ୟ ବା ଦୁର୍ଭାଗ୍ୟର ନାମ ଦେଇଥାଏ। ଯଦି ଆପଣଙ୍କ ଜୀବନରେ ଦୁର୍ଭାଗ୍ୟର ଆଗମନ ହୋଇଛି, ତାହେଲେ ଆଇନ ଏପରି କେଉଁ କାର୍ଯ୍ୟ କରିବା ଉଚିତ, ଯାହାଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟର ପରିଣତ ହୋଇଯିବ। ଏହି ସମୟରେ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି। କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ। କିନ୍ତୁ ସର୍ବଦା ନିଜ ମନୋବଳକୁ ସୁଦୃଢ ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ଲବଙ୍ଗ ଓ ଅଳେଇଚକୁ ମିଶାଇ କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ।

ସନାତନ ଧର୍ମରେ ଲବଙ୍ଗ ଓ ଅଳେଇଚକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥିବା ବେଳେ ମନ୍ତ୍ରତନ୍ତ୍ରରେ ମଧ୍ୟ ଉପଯୋଗ କରାଯାଇଥାଏ। ତେବେ ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଶନିବାର ଦିନ ଗୋଟେ ପାତ୍ରରେ ପାଞ୍ଚଟି ଲବଙ୍ଗ, ଅଳେଇଚ ଓ କର୍ପୂର ନେଇ ଏହାକୁ ଜଳାଇ ଘରେ ବୁଲାନ୍ତୁ। ତାପରେ ଏହାର ପାଉଁଶକୁ ପାଣିରେ ମିଶାଇ ଘରର ଦୁଆର ମୁହଁରେ ସିଞ୍ଚନ କରନ୍ତୁ।

ଶୁକ୍ର ଗ୍ରହ ସୌନ୍ଦର୍ଯ୍ୟ, ସୁଖସମୃଦ୍ଧି, କାମନା ଆଦିର କାରକ ଗ୍ରହ ଅଟେ। ତେବେ ଶୁକ୍ର ଗ୍ରହ ସୁଦୃଢ ରହିଲେ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। ଆପଣ ଶୁକ୍ର ଗ୍ରହକୁ ସୁଦୃଢ କରିବାକୁ ଚାହୁଁଥିଲେ, ଗୋଟେ ପାତ୍ରରେ ଅଳ୍ପ ପାଣି ନେଇ ସେଥିରେ ତିନୋଟି ଅଳେଇଚ ପକାଇ ଫୁଟାନ୍ତୁ। ଏହି ପାଣିକୁ ଆପଣ ସ୍ନାନ କରୁଥିବା ପାଣିରେ ପକାଇ ସ୍ନାନ କରନ୍ତୁ। ଏହି ସମୟରେ ଆପଣ ପବିତ୍ରତାର ଧ୍ୟାନ ରଖିବାର ଆବଶ୍ୟକତା ରହିଛି।

ଯଦି ଆପଣଙ୍କ ବିବାହରେ କୌଣଷି ବାଧାବିଘ୍ନ ସୃଷ୍ଟି ହେଉଛି, ତାହେଲେ ଅଳ୍ପ ମିଶ୍ରି, କିଛି ଅଳେଇଚ ନେଇ କୌଣଷି ନଦୀରେ ପ୍ରବାହିତ କରନ୍ତୁ ଓ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିବାହରେ କୌଣଷି ବାଧା ଆସିବ ନାହିଁ।ଯଦି ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖା ଦେଉଛି, ତାହେଲେ କୌଣସି ଅସହତ ଲୋକଙ୍କୁ ଅଳେଇଚ ଦାନ କରନ୍ତୁ।

ଯଦି ଆପଣ ନିଜ ଜୀବନରେ ଉତ୍ତମ ଜୀବନସାଥୀ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଗୁରୁବାର ଦିନ ଗୋଟେ ହଳଦିଆ କପଡ଼ାରେ ଅଳେଇଚ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ କୌଣସି ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରଣ୍ଟ। ରାତିରେ ଶୋଇବା ପୁର୍ବରୁ ଗୋଟେ ସବୁଜ ରଙ୍ଗର କପଡାରେ ସବୁଜ ଅଳେଇଚ ରଖି ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ନିଜ ତକିଆ ତଳେ ରଖି ଶୋଇ ଯାଆନ୍ତୁ। ପରଦିନ ସେହି ଅଳେଇଚକୁ କୌଣସି ବ୍ୟକ୍ତିକୁ ଖାଇବାକୁ ଦେଇ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *