Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାଦ୍ଧ ପକ୍ଷ ଏବଂ ପିତୃପକ୍ଷରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୭ ଟି ଜିନିଷ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାଦ୍ଧ ପକ୍ଷ ଏବଂ ପିତୃପକ୍ଷରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୭ ଟି ଜିନିଷ।

ଶ୍ରାଦ୍ଧରେ ୫ ଟି ମୁଖ୍ୟ କର୍ମ କରିବାକୁ ସର୍ବତମ ମାନାଯାଏ ଏବଂ ଏମିତି କିଛି ଜିନିଷ ଅଛି ଏହି ଦିନ ଖାଇବା ଉଚିତ ନୁହେଁ। ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପିତୃପୁରୁଷଙ୍କୁ ଶାନ୍ତି କରିବା ଆବଶ୍ୟକ ଅଟେ। ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରାଦ୍ଧ କରିବା ବହୁତ ଜରୁରୀ ମାନାଯାଇଛି। ମାନ୍ୟତା ଅଛି ଯଦି କୌଣସି ମୃତ ବ୍ୟକ୍ତିଙ୍କର ଠିକ ଭାବରେ ତର୍ପଣ କରାଯାଏ ନାହିଁ ତ ତାଙ୍କର ଆତ୍ମାକୁ ମୁକ୍ତି ମିଳିନଥାଏ। ଶାସ୍ତ୍ର ଅନୁସାରେ ପ୍ରଥମେ ଦେବତାଙ୍କୁ ପ୍ରସନ୍ନ କରିବା ପୂର୍ବରୁ ନିଜର ପୂର୍ବଜଙ୍କୁ ପ୍ରସନ୍ନ କରିବା ଉଚିତ।

ପିତୃପୁରୁଷଙ୍କର ଶାନ୍ତି ପାଇଁ ପ୍ରତ୍ୟକ ବର୍ଷ ଭାଦ୍ରବ ମାସର ଶୁକ୍ଳପକ୍ଷର ପୁର୍ଣିମା ଠାରୁ ନେଇ ଆସିନ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ହୋଇଥାଏ। ଶ୍ରାଦ୍ଧ ମାଧ୍ୟମରେ ପିତୃପୁରୁଷଙ୍କୁ ଭଜନ ପ୍ରାପ୍ତି ହୋଇଥାଏ ଏବଂ ପିଣ୍ଡ ରୂପରେ ଦିଆଯାଇଥିବା ଶ୍ରାଦ୍ଧର ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ଯଦି ପିତୃପୁରୁଷ କ୍ରୋଧିତ ହୋଇଯାନ୍ତି ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପିତୃପୁରୁଷ ଅଶାନ୍ତି ହେବା କାରଣରୁ ଧନହାନି ସନ୍ତାନ ପକ୍ଷରୁ ସମସ୍ୟା ଆଦି ହୋଇଥାଏ। ତ ଏହିସବୁରୁ ବଞ୍ଚିବା ପାଇଁ ପିତୃପୁରୁଷଙ୍କର ଶ୍ରାଦ୍ଧ ଅବଶ୍ୟ କରିବା ଉଚିତ

କୁଣ୍ଡଳୀରେ ପିତୃଦୋଷ ଥିଲେ ରୋଜଗାର ହୋଇନଥାଏ। ସନ୍ତାନ ପ୍ରାପ୍ତି ହୋଇନଥାଏ ଅର୍ଥାତ ଵଂଶ ବୃଦ୍ଧି ହୋଇନଥାଏ। କୌଣସି ବି କାର୍ଯ୍ୟରେ ଆଗକୁ ବଢି ପାରିନଥାଏ ସମସ୍ତ ପ୍ରକାରରେ ସମସ୍ୟାରେ ଥାଆନ୍ତି। ଶ୍ରାଦ୍ଧରେ କୁଶ ଏବଂ ତିଳର ଅଧିକ ମହତ୍ୱ ରହିଛି। କୁଆକୁ ପିତୃଙ୍କ ରୂପ ମାନାଯାଏ। ମାନ୍ୟତା ଅଛି ଶ୍ରାଦ୍ଧରେ ଭଜନ ଗ୍ରହଣ କରିବା ପାଇଁ ପିତୃପୁରୁଷ କୁଆ ରୂପରେ ଆସିଥାନ୍ତି। ଯଦି ତାଙ୍କୁ ଶ୍ରାଦ୍ଧ ନମିଳେ ତ ସେମାନେ କ୍ରୋଧିତ ହୋଇଯାନ୍ତି। ସେଥିପାଇଁ ଶ୍ରାଦ୍ଧରେ ପ୍ରଥମ ଅଂଶ କୁଆକୁ ଦିଆଯାଏ। ଯଦି ପିତୃଦୋଷ ଥାଏ ତେବେ ଶ୍ରାଦ୍ଧ ନିଶ୍ଚୟ କରିବେ।

ପିତୃଦୋଷ କାରଣରୁ ସନ୍ତାନ ନହେବା ଧନହାନି ହେବା ଦରିଦ୍ରତା ହେବା ଘରେ କଳହ ଝଗଡା ହେବା ସନ୍ତାନ ରୋଗରେ ପଡିବା ବ୍ୟବସାୟରେ କ୍ଷତି ହେବା କିମ୍ବା କୌଣସି ନାଁ କୌଣସି ଦୁର୍ଘଟଣା ହେବା ଆଦି ହୋଇଥାଏ। ତ ସେଥିପାଇଁ ଏହି ଶ୍ରାଦ୍ଧ କୌଣସି ବ୍ରାହ୍ମଣ ଦ୍ୱାରା ନିଶ୍ଚୟ କରିନେବା ଉଚିତ କିମ୍ବା ନିଜେ ବି କରିପାରିବେ। ଏଥିପାଇଁ ଆବଶ୍ୟକତା ପଡିବ କୁଶ ଚାଉଳ କଳା ତିଳ ଧଳା ବସ୍ତ୍ର ୧୧ ଟି ସୁପାରି କ୍ଷୀର ଜଳ ମାଳା। ପୂର୍ବ କିମ୍ବା ଦକ୍ଷିଣ ମୁହଁ କରି ବସିଯାଅନ୍ତୁ। ଧଳା ବସ୍ତ୍ର ଉପରେ ସମସ୍ତ ଜିନିଷ ରଖନ୍ତୁ। ୧୦୮ ଥର ମାଳାରେ ଜପ କରନ୍ତୁ। ସୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରିବା ପାଇଁ ଭୁଲ ପାଇ କ୍ଷମା ପ୍ରାର୍ଥନା କରନ୍ତୁ। ଜଳରେ ତିଳ ମିଶାଇ ୭ ଥର ଅଞ୍ଜଳି ଦିଅନ୍ତୁ ଏବଂ ଅନ୍ୟ ସବୁ ଜିନିଷକୁ ପୋଟଳିରେ ବାନ୍ଧି ଜଳରେ ପ୍ରବାହିତ କରିଦିଅନ୍ତୁ।

ହାଲୁଆ କ୍ଷୀରି ପ୍ରସ୍ତୁତ କରି ବ୍ରାହ୍ମଣ ଗାଈ ପଶୁପକ୍ଷୀ ମାନଙ୍କୁ ମଧ୍ୟ ଦେଇପାରିବେ।

ଶ୍ରାଦ୍ଧରେ ୫ ଟି ମହତ୍ୱପୂର୍ଣ୍ଣ କର୍ମ ନିଶ୍ଚୟ କରିବା ଉଚିତ।

ତର୍ପଣ। ତର୍ପଣରେ କ୍ଷୀର ତିଳ କୁଶ ଫୁଲ ସୁଗନ୍ଧିତ ଜଳ ପ୍ରତିଦିନ ପିତୃପୁରୁଷଙ୍କୁ ଅର୍ପଣ କରନ୍ତୁ।

ପିଣ୍ଡଦାନ କରାଯାଏ। ଯେମିତିକି ଚାଉଳ ବନାଇ ଲୋକଙ୍କୁ ଭଜନ କରେଇବା।

ବସ୍ତ୍ର ଦାନରେ ନିର୍ଧନତାଙ୍କୁ ବସ୍ତ୍ର ଦିଅନ୍ତୁ।

ଦକ୍ଷିଣାରେ ଭଜନ ପରେ ଦକ୍ଷିଣାରେ ରକ୍ତ ଦାନ ଟଙ୍କା ଦାନ ବୃକ୍ଷ ରୋପଣ ଚିକିତ୍ସା ଆଦି ନିଶ୍ଚୟ କରନ୍ତୁ।

ଯଦି ଆପଣଙ୍କ ମାତା ପିତା ଜୀବିତ ଅଛନ୍ତି ତେବେ ଆପଣ ପାଳନ କରିବେ ନାହିଁ। ଯେଉଁମାନଙ୍କର ମାତା ପିତା ନାହାନ୍ତି ସେହିମାନେ ହିଁ ପାଳନ କରିବେ।

ଯଦି ଗୟାରେ ପିଣ୍ଡଦାନ କରିଥିବେ ତ ଏହାର ପାଳନ କରିବା ଆବଶ୍ୟକତା ନାହିଁ।

ଆସନ୍ତୁ ଜାଣିବା ଏହି ଦିନ କଣ ଖାଇବା ଉଚିତ ନୁହେଁ।

ଏହି ୧୫ ଦିନ ମଧ୍ୟରେ ରସୁଣ ପିଆଜର ସେବନ କରିବେ ନାହିଁ। ଯେମିତିକି ସ୍ୱାତିକ ଭଜନ ଘରେ ପ୍ରସ୍ତୁତ ହେବା ଉଚିତ।

ମଦ ମାଂସ ଆମିଷର ସେବନ କରିବେ ନାହିଁ।

ବିରି ଡାଲି ଏହି ସମୟରେ ସେବନ କରିବେ ନାହିଁ।

ବାସୀ ଭଜନ ଏହି ସମୟରେ ଗ୍ରହଣ କରିବେ ନାହିଁ। କାରଣ ଏହି ସମୟରେ ବାସୀ ଭଜନ କରିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ବୁଟ ଏବଂ ବୁଟ ଛତୁଆ ଏହି ସମୟରେ ଖାଇବା ଉଚିତ ନୁହେଁ।

କଳା ଲୁଣ ଖାଇବେ ନାହିଁ। ସାଧା ଲୁଣର ବ୍ୟବହାର କରିପାରିବେ।

ମସୁର ଡାଲି ଖାଇବେ ନାହିଁ।

ଅମାବାସ୍ୟା ଦିନ ଗରିବ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦେବା ପରେ କିଛି ବି ଖାଇ ପାରିବେ କିନ୍ତୁ ସେହି ୧୫ ଦିନ ଭିତରେ ଏହିସବୁ ଜିନିଷ ଖାଇବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *