Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ :୦୫ ସେପ୍ଟେମ୍ବର ୨୦୨୨,ସୋମବାର :ଆଜି ଏହି ୫ ଟି ରାଶିର ଲୋକଙ୍କ ଉପରେ ରହିବ ମହାଦେବଙ୍କ କୃପା

ସେୟାର୍ କରନ୍ତୁ

ମେଷ ରାଶି:- ଆଜି ମେଷ ରାଶିର ବ୍ୟବସାୟୀମାନଙ୍କୁ ଲାଭ ହେବାର ସମ୍ଭାବନା ଅଛି। ସାଙ୍ଗ ଏବଂ ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି। ଅବିବାହିତ ଲୋକଙ୍କ ବିବାହର କଥାବାର୍ତ୍ତା ଚାଲିପାରେ।

ବୃଷ ରାଶି:- ନିକ ଆୟକୁ ଧ୍ୟାନରେ ରଖିବା ପରେ ଖର୍ଚ୍ଚ କରନ୍ତୁ। ଆଖି ସହିତ ଜଡିତ ଏକ ସମସ୍ୟା ହୋଇପାରେ। ପିଲାମାନଙ୍କ ସହିତ ଭଲ ସମୟ ବିତାଇବେ। ଆଜି ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ।

ମିଥୁନ ରାଶି:- ନିଜ ଭାଇ ଓ ଭଉଣୀମାନଙ୍କ ସହିତ ପ୍ରେମ ବନେଇ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ବୈଷୟିକ କ୍ଷେତ୍ର ସହିତ ଜଡିତ କାର୍ଯ୍ୟରେ ଆପଣ ସଫଳତା ପାଇବେ। ପ୍ରେମ ସଂପର୍କରେ ଦୁଃଖ ଆସିପାରେ।

କର୍କଟ ରାଶି:- ଆପଣଙ୍କ ଭିତରେ ରଚନାତ୍ମକ ଏବଂ ଉତ୍ସାହ ସହିତ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ। ପୋଷାକ ପ୍ରତି ଆଗ୍ରହ ବଢ଼ିବ। ବ୍ୟବସାୟରେ ବିନିଯୋଗ ପାଇଁ ଆଜିର ଦିନ ଶୁଭ ଅଟେ। କାର୍ଯ୍ୟକୁ ଶାନ୍ତ ଏବଂ ଧର୍ଯ୍ୟର ସହିତ ମୁକାବିଲା କରିବାକୁ ଚେଷ୍ଟା କରନ୍ତୁ।

ସିଂହ ରାଶି:- ମନରେ କିଛି ଅଜ୍ଞାତ ଭୟ ଯୋଗୁ ଆପଣ ଚିନ୍ତିତ ହୋଇପାରନ୍ତି। ଆପଣ ସାଙ୍ଗମାନଙ୍କଠାରୁ ସାହାଯ୍ୟ ପାଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ। ଆପଣ ମୌସୁମୀ ରୋଗର ଶିକାର ହୋଇପାରନ୍ତି।

କନ୍ୟା ରାଶି:- ଆଜି ଆଶା ଅନୁଯାୟୀ ଧନ ପ୍ରାପ୍ତି ହେବ ନାହିଁ। ଜୀବନରେ ସାମାନ୍ୟ ସମସ୍ୟା ହୋଇପାରେ। ନିଜର ମନ କଥା ଶୁଣିବା ପରେ କୌଣସି ନିଷ୍ପତ୍ତି ନିଅନ୍ତୁ କାରଣ ଅନ୍ୟମାନଙ୍କ ଚକରରେ ପଡ଼ିବା ଯୋଗୁ ସମସ୍ୟା ଉପୁଜିପାରେ।

ତୁଳା ରାଶି:- ପରିବାର ସହିତ ଏକ କାର୍ଯ୍ୟରେ ଯୋଗଦେବାର ଏକ ସୁଯୋଗ ମିଳିପାରେ। ଅବିବାହିତ ଲୋକଙ୍କର ବିବାହ ଯୋଗ ବନିବାର ସମ୍ଭାବନା ଅଛି। ଅନାବଶ୍ୟକ ଜିନିଷକୁ ଘରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି। ବ୍ୟବସାୟରେ ଲାଭ ମିଳିବ।

ବିଛା ରାଶି:- ପରିବାର ସହ ଜଡିତ ସମସ୍ୟା ଉପୁଜିପାରେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଭାବନାକୁ ନିଜ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଆପଣ ନିଜର ବକ୍ତବ୍ୟକୁ ନିୟନ୍ତ୍ରଣ ରଖନ୍ତୁ।

ଧନୁ ରାଶି:- ଆଜି ନୂତନ ଯାନ କିଣି ପାରନ୍ତି। ଆପଣ ସୁସ୍ଥ ଏବଂ ଶକ୍ତିଶାଳୀ ଅନୁଭବ କରିବେ। ଶିକ୍ଷା ଏବଂ ସାହିତ୍ୟ କ୍ଷେତ୍ରରେ ଲାଭ ମିଳିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇପାରେ।

ମକର ରାଶି:- ଆଜି ବହୁତ କାର୍ଯ୍ୟକୁ ସଂପାଦନ କରିବେ ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋଇପାରେ। ଅଳସୁଆ ଅନୁଭବ କରିବେ। ଆପଣ ଏକ ଭଲ କମ୍ପାନୀରୁ ଚାକିରିର ଅଫର ପାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ ରାଶି:- ଆଜି କୁମ୍ଭ ରାଶିର ଲୋକମାନଙ୍କୁ ନିଜ ବନ୍ଧୁମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆପଣ ନିଜ ସାଥୀଙ୍କ ସହିତ ବୁଲିବାକୁ ଯାଇପାରନ୍ତି
ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଖାଇବା ପିଇବାର ଯତ୍ନ ନିଅନ୍ତୁ।

ମୀନ ରାଶି:- ଆଜିର ଦିନ ନୂତନ ଜମି ସହ ଜଡିତ ପୁଞ୍ଜି ବିନିଯୋଗ ପାଇଁ ଅନୁକୂଳ ଅଟେ। ମନ ଅଶାନ୍ତ ରହିବ। ଯଦି ଆପଣ ନିଜର କଥାକୁ ଅନ୍ୟମାନଙ୍କ ସାମ୍ନାରେ ସ୍ପଷ୍ଟ ଭାବରେ ରଖିବ ତେବେ ଏହା ଭଲ ହେବ। ପ୍ରେମ ସମ୍ପର୍କ ପାଇଁ ଆଜି ଏକ ସକରାତ୍ମକ ଦିନ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *