Excuse Me Odisha

ଯାହା କହିବୁ ସତ କହିବୁ

ପିମ୍ପୁଡ଼ି ମାନେ ଘରକୁ ଆସିବା ଦ୍ବାରା ମିଳିଥାଏ ୩ ଗୋଟି ସଂକେତ।

ସେୟାର୍ କରନ୍ତୁ

ଏହି ଦୁନିଆରେ କିଛି ଏଭଳି ଲୋକେ ରହିଛନ୍ତି, ଯେଉଁମାନେ ପଶୁପକ୍ଷୀ ମାନଙ୍କୁ ନୀଚ ନଜରରେ ଦେଖି ଥାଆନ୍ତି। କିନ୍ତୁ ପିମ୍ପୁଡ଼ି ମାନେ ମିଳିମିଶି ଗୋଟେ ପାହାଡକୁ କାଟିବାର କ୍ଷମତା ରଖିଥାନ୍ତି। ଶାସ୍ତ୍ରରେ ସର୍ବଦା ପିମ୍ପୁଡ଼ି ମାନଙ୍କର ଉଦାହରଣ ଦିଆଯାଇଥାଏ।ପିମ୍ପୁଡ଼ି ମାନେ ସର୍ବଦା ଆମ ପରିବେଶକୁ ସଫାସୁତୁରା ରଖି ଥାଆନ୍ତି। ପିମ୍ପୁଡ଼ି ମାନେ କୌଣସି କାର୍ଯ୍ୟ କରିବା ସମୟରେ ବାରମ୍ବାର ଖସି ପଡ଼ି ଥାଆନ୍ତି, କିନ୍ତୁ ପୁଣି ଉଠି ସେହି କାର୍ଯ୍ୟ ସମାପନ କରିଥାନ୍ତି। ତେଣୁ ପିମ୍ପୁଡ଼ି ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ମିଳିଥାଏ।

ତେବେ ଯଦି ଆପଣଙ୍କୁ ଜୀବନରେ ବାରମ୍ବାର ଅସଫଳତା ପ୍ରାପ୍ତ ହେଉଛି, ତାହେଲେ ଆପଣଙ୍କୁ ପିମ୍ପୁଡ଼ି ମାନଙ୍କ ଭଳି ନିଷ୍ଠା ଠାରୁ କିଛି ଶିକ୍ଷା କରିବାର ଆବଶ୍ୟକତା ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ପ୍ରକାରର ପିମ୍ପୁଡ଼ି ଆପଣଙ୍କ ପାଇଁ ଶୁଭ ଓ କେଉଁ ପ୍ରକାର ପିମ୍ପୁଡ଼ି ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପକାଇ ଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଆଜି ଆମେ ଆପଣଙ୍କୁ କହିବୁ କି ପିମ୍ପୁଡ଼ି ଶାସ୍ତ୍ରରେ କିପରି ଗୁରୁତ୍ବ ଦିଆଯାଇଛି ଏବଂ ଘରେ ପିମ୍ପୁଡ଼ି ଦେଖା ଗଲେ ଆପଣ କିପରି ଭାଗ୍ୟବାନ ହେବେ।

ହିନ୍ଦୁ ଧର୍ମରେ କୁହାଯାଇଛି କି, ୮୪ ଲକ୍ଷ ଯୋନିରେ ବାରମ୍ବାର ମନୁଷ୍ୟ ବୁଲୁଥାଏ। ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଈଶ୍ବରଙ୍କ ବାସ ହୋଇଥାଏ। କୁହାଯାଏ କି କଳା ପିମ୍ପୁଡ଼ି ଉପରେ ଭଗବାନ ବିଷ୍ଣୁ ଓ ଭଗବାନ ଶନିଙ୍କର ପ୍ରଭାବ ରହିଛି। ଯଦି ଆପଣ ପ୍ରତ୍ୟେକ ଶନିବାର ଭଗବାନ ଶନିଙ୍କର ପୂଜାର୍ଚ୍ଚନା କରି କଳା ପିମ୍ପୁଡ଼ି ମାନଙ୍କୁ ଅଟାର ଗୋଲା ଖାଇବାକୁ ଦିଅନ୍ତି, ତାହେଲେ ଆପଣଙ୍କ ଜୀବନର ସବୁ ପାପ କ୍ଷୟ ହୋଇଯିବ। ପିମ୍ପୁଡ଼ି ମାନଙ୍କୁ ଚାଉଳ ଖାଇବାକୁ ଦେଲେ, ଧନ ପ୍ରାପ୍ତି ହୋଇଥାଏ। ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ଯଦି ଆପଣ ନିଜ ଜୀବନରେ ଅନେକ ଅସଫଳତା ପାଉଛନ୍ତି ବା ଆପଣଙ୍କ ଉନ୍ନତିରେ ବାଧା ଉତ୍ପନ୍ନ ହେଉଛି, ତାହେଲେ ପିମ୍ପୁଡ଼ି ମାନଙ୍କୁ ନଡ଼ିଆ ପାଉଡର ଖାଇବାକୁ ଦିଅନ୍ତୁ। ଯଦି ଆପଣ ପିମ୍ପୁଡ଼ି ମାନଙ୍କୁ ବାଦାମ ପାଉଡର ଦେଉଛନ୍ତି, ତାହେଲେ ଆପଣଙ୍କୁ ଆଶାନୁରୂପ ଚାକିରି ମିଳିବାର ସମ୍ଭାବନା ରହିଛି। ଯଦି ଆପଣଙ୍କ ଉପରେ କୌଣସି ଗ୍ରହ ଦୋଷ ପଡ଼ିଛି ବା ଶନିଦଶା, ରାହୁଦଶା ଆଦି ପଡ଼ିଛି, ତାହେଲେ ଆପଣ ପିମ୍ପୁଡ଼ି ମାନଙ୍କୁ ଅଟାରେ ଚିନି ମିଶାଇ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଗ୍ରହ ଦୋଷ ଦୂର ହୋଇଯିବ। ଯଦି ଆପଣ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ବା ଅଶୁଭ ସ୍ଥିତିରେ ରହିଛନ୍ତି, ତାହେଲେ ପ୍ରତ୍ୟେକ ଶୁକ୍ରବାର ଦିନ ଆପଣ ପିମ୍ପୁଡ଼ି ମାନଙ୍କୁ ଚିନି ଖାଇବାକୁ ଦିଅନ୍ତୁ।

ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଦୁର୍ବଳ ସ୍ଥିତିରେ ରହିଛନ୍ତି, ତାହେଲେ ଆପଣ ପିମ୍ପୁଡ଼ି ମାନଙ୍କୁ କ୍ଷୀର ଖାଇବାକୁ ଦିଅନ୍ତୁ। ଯେଉଁ ଘରେ କଳା ପିମ୍ପୁଡ଼ି ଲାଇନ କରି ଯିବାର ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଖୁବ୍ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି।ଯଦି ଆପଣ ନିଜ ଘରେ ଲାଲ ପିମ୍ପୁଡ଼ି ମାନଙ୍କୁ ଅଣ୍ଡା ନେଇ ଯାଉଥିବାର ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ କୌଣସି କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡିପାରେ। ତେଣୁ ସତର୍କ ରୁହନ୍ତୁ। ଏହି ପିମ୍ପୁଡ଼ି ମାନେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରି ଦେବାର କ୍ଷମତା ରଖିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *