Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ଦରକାର ତ ଚାଉଳର ୨୧ ଟି ଦାନା ବାସ।

ସେୟାର୍ କରନ୍ତୁ

ବନ୍ଧୁଗଣ ଟଙ୍କା ରୋଜଗାର କରିବା ପାଇଁ ଏତେ ସମୟ ଖର୍ଚ୍ଚ କରନ୍ତୁ ନାହିଁ ଯାହାକି ଟଙ୍କା ଖର୍ଚ୍ଚ କରିବା ପାଇଁ ଆପଣଙ୍କ ପାଖରେ ସମୟ ହିଁ ବଞ୍ଚିବ ନାହିଁ। ଟଙ୍କା କମେଇବା ବହୁତ ସହଜ ହୋଇଥାଏ। ଧନ ପ୍ରାପ୍ତି ପାଇଁ ବହୁତ ଧାର୍ମିକ ତାନ୍ତ୍ରିକ ଉପାୟ କରାଯାଏ। ରାତାରାତି ଭାଗ୍ୟ ବଦଳିଯାଏ ଏମିତି କିଛି ଉପାୟ କରିବା ଦ୍ୱାରା।

ଧନ ଜୀବନରେ ସବୁଠାରୁ ଦରକାରୀ ଜିନିଷ ଅଟେ। ଧନର ମହତ୍ୱ କେବଳ ଆଜିର ସମୟରେ ନୁହେଁ ବରଂ ପ୍ରାଚୀନ କାଳରୁ ରହିଛି। ଧନ ବିନା କୌଣସି ଯଜ୍ଞ ନାଁ ଅନୁଷ୍ଠାନ କିଛି ବି ହୋଇପାରିବ ନାହିଁ। ଧନ ସବୁକିଛି ନୁହେଁ କିନ୍ତୁ ଧନ ବିନା କିଛି ବି ହୋଇପାରିବ ନାହିଁ। ଧନ ପ୍ରାପ୍ତିର କାମନା ରଖିବା ଭୁଲ ନୁହେଁ କିନ୍ତୁ ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏବଂ କୃପା ପାଇବାର ଆବଶ୍ୟକତା ଅଛି। ଚାଉଳର ୨୧ ଟି ଦାନାରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ମାଲାମାଲ ହୋଇପାରିବେ। ଚାଉଳ ଆପଣଙ୍କ ଘରର ଧନ ସମ୍ପତ୍ତିର ଆଗମନ କରିପାରିବ। କେମିତି ଆସନ୍ତୁ ଜାଣିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାଉଳକୁ ବହୁତ ପୂଜନୀୟ ମାନାଯାଏ। ପୂଜାର ସମସ୍ତ କାର୍ଯ୍ୟରେ ଏହାର ବ୍ୟବହାର କରାଯାଏ। ଚାଉଳକୁ ସବୁଠାରୁ ଶୁଦ୍ଧ ଅନ୍ନ ମାନାଯାଏ। କାରଣ ଏହା ଧାନର ଭିତରେ ଥାଏ ଏବଂ ଏହାକୁ ପଶୁପକ୍ଷୀ ଅଇଁଠା କରି ପାରନ୍ତି ନାହିଁ। ଧନର ଦେବୀ ମା ଲକ୍ଷ୍ମୀଙ୍କୁ ସବୁଠାରୁ ପ୍ରିୟ ଅଟେ ଚାଉଳ। ଦେବତା ମାନଙ୍କର ପ୍ରିୟ ଅନ୍ନ ଚାଉଳକୁ ମାନାଯାଏ।

ଯଦି ପୂଜାପାଠରେ କୌଣସି ଜିନିଷର କମି ରହିଯାଇଥିବ ତ ସେହି ଜିନିଷକୁ ସ୍ମରଣ କରି ଚାଉଳ ଅର୍ପଣ କରିପାରିବେ। ମନେରଖନ୍ତୁ ଚାଉଳକୁ ଅର୍ପଣ କରିବା ସମୟରେ ପ୍ରଥମେ ଚାଉଳକୁ ଗଙ୍ଗାଜଳରେ ଶୁଦ୍ଧ କରିନିଅନ୍ତୁ। ଆଜି ଆମେ ଆପଣଙ୍କୁ ଚାଉଳକୁ ନେଇ କିଛି ଉପାୟ ବିଷୟରେ ଜଣେଇବୁ। ଆସନ୍ତୁ ଜାଣିବା ୨୧ ଟି ଦାନା ଚାଉଳରେ କେମିତି ଜୀବନରେ ଅପାର ଧନ ସମ୍ପତ୍ତିର ମାଲିକ ବନି ପାରିବେ।

ଏହି ଉପାୟକୁ କରିବା ପାଇଁ ପ୍ରଥମେ ୨୧ ଟି ଅଖଣ୍ଡିତ ଅକ୍ଷତକୁ ନେବା ପାଇଁ ପଡିବ। ଭଗବାନଙ୍କୁ କେବେବି ଖଣ୍ଡିତ ଚାଉଳ ଅର୍ପଣ କରିବେ ନାହିଁ। ଏହାକୁ ଅଶୁଭ ସଂକେତ ମାନାଯାଏ। ଏହା ଦ୍ବାରା ଘରକୁ ନିର୍ଦ୍ଧନତା ଆସିପାରେ। ଅକ୍ଷତ ପୂର୍ଣ୍ଣତାର ପ୍ରତୀକ ଅଟେ। ଅକ୍ଷତ ଅର୍ପଣ କରିବାର ଅର୍ଥ ଆମର ପୂଜା ଅକ୍ଷତ ଭଳି ପୂର୍ଣ୍ଣ ହେଉ। ଏହା ଦ୍ବାରା କୌଣସି କଷ୍ଟ ନଆସୁ। ଅକ୍ଷତ ବିନା ପୂଜାକୁ ସମ୍ପୂର୍ଣ୍ଣ ମାନାଯାଏ ନାହିଁ। ଏହି ଉପାୟକୁ କୌଣସି ବି ଶୁଭ ଦିନରେ ସକାଳ ସମୟରେ କରନ୍ତୁ।

କୌଣସି ଶୁଭ ଦିନରେ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନାଦି କାର୍ଯ୍ୟ ଶେଷ କରି ଶୁଦ୍ଧ ହୋଇ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ଏକ ଲାଲ ରଙ୍ଗର ରେଶମ କପଡା ନେଇ ନିଅନ୍ତୁ। କିଛି ଚାଉଳର ଦାନାକୁ ନେଇ ହଳଦିଆ କରିଦିଅନ୍ତୁ। ଏହାକୁ ହଳଦିଆ କରିବା ପାଇଁ ଗୋଟେ ପାତ୍ରରେ ଅଳ୍ପ ହଳଦୀ ଏବଂ ଗଙ୍ଗାଜଳ ନେଇ ସେଥିରେ ଚାଉଳକୁ ଭିଯାଇ ଦିଅନ୍ତୁ ଏବଂ ଶୁଖାଇ ଦିଅନ୍ତୁ। ଏହି ୱାଏ6କରିବା ସମୟରେ କେବଳ ୨୧ ଟି ଅଖଣ୍ଡିତ ଅକ୍ଷତକୁ ଅଲଗା ରଖିଦେବାକୁ ହେବ ଏହି ସେହି ଲାଲ କପଡ଼ାରେ ୨୧ ଟି ଚାଉଳକୁ ରଖି ବାନ୍ଧି ଦିଅନ୍ତୁ। ଏହାର ଛୋଟ ପୋଟଳି ବନେଇ ଦିଅନ୍ତୁ।

ଏହାପରେ ଧନର ଦେବୀ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ ଏବଂ ସେହି ପୋଟଳିକୁ ବି ପୂଜା ସ୍ଥାନରେ ରଖିଦେବେ। ପୂଜା ପରେ ଚୁପଚାପ ସେହି ଚାଉଳକୁ ନିଜ ପର୍ସରେ ରଖିଦିଅନ୍ତୁ। ଯଦି ଆପଣ ନିଜ ପର୍ସରେ ହଳଦିଆ ଚାଉଳ ରଖିବେ ତ ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଯିବ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ। ଧନ ସମ୍ପତ୍ତି ସମ୍ବଦ୍ଧିତ ମାମଲାରେ ଯଦି ଅସୁବିଧା ଆସୁଥିବା ତ ତାହା ବି ଦୂର ହୋଇଯିବ। ଘରକୁ ସର୍ବଦା ଧନର ଆଗମନ ହେବ। ଏହି କଥାର ଧ୍ୟାନ ଦେବେବି ସେହି ପର୍ସରେ କୌଣସି ବି ଅଧାର୍ମିକ ଜିନିଷ ରଖିବେ ନାହିଁ। ଲୁହାର ଚାବି ମଧ୍ୟ ରଖିବେ ନାହିଁ। କଏନକୁ ଅଲଗା ରଖିବେ। ନୋଟକୁ ଠିକ ଭାବରେ ରଖନ୍ତୁ। ବିଲ ଟିକଟ କିମ୍ବା ଅନ୍ୟ କୌଣସି ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ।

ଚାଉଳକୁ ମା ଲକ୍ଷ୍ମୀଙ୍କର ଅଂଶ ମାନାଯାଏ। ଏହାକୁ ଭଗବାନଙ୍କୁ ଅର୍ପଣ କରିଲେ ବ୍ୟକ୍ତିର ଅନ୍ନର ଅଭାବ ହେବ ନାହିଁ। ଏମିତି ଲୋକଙ୍କ ଘରେ ସର୍ବଦା ସମୃଦ୍ଧି ରହିଥାଏ।

ପୂଜା ସ୍ଥାନରେ ଚାଉଳକୁ ରଖିଲେ ଘରେ ଉନ୍ନତି ହୋଇଥାଏ। ପୂଜା ସମୟରେ ମା ଲକ୍ଷ୍ମୀଙ୍କୁ ଚାଉଳ ଏବଂ କୁମକୁମ ଅର୍ପଣ କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି। ଏହା ଦ୍ବାରା ଧନର ବୃଦ୍ଧି ହୋଇଥାଏ।

ଭଗବାନ ଗଣେଶଙ୍କୁ ଚାଉଳ ଅର୍ପଣ କରିଲେ ବ୍ୟକ୍ତିର ବୁଦ୍ଧି ତୀବ୍ର ହୋଇଥାଏ।

କୌଣସି ବି ସୋମବାର ଦିନ ଭଗବାନ ଶିବ ମନ୍ଦିରକୁ ଯାଇ ଶ୍ରଦ୍ଧା ପୂର୍ବକ ଭଗବାନ ଶିବଙ୍କୁ ପୂଜା କରନ୍ତୁ ତାଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ଭଗବାନ ଶିବଙ୍କର ପୂଜା କରିବା ପାଇଁ ବସିବା ପୂର୍ବରୁ ଅଧା କିମ୍ବା ଗୋଟେ କିଲୋ ଚାଉଳ ପାଖରେ ନେଇ ବସନ୍ତୁ। ପୂଜା ଶେଷ ହେବା ପରେ ସେଥିରୁ ଏକ ମୁଠି ଚାଉଳ ନେଇ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ। ମନେ ମନେ ଓଁ ନମଃ ଶିବାୟର ମନ୍ତ୍ର ଜପ କରୁଥିବା ସମୟରେ ନିଜର ମନସ୍କାମନା ଭଗବାନ ଶିବଙ୍କୁ କୁହନ୍ତୁ। ଏହାପରେ ବଞ୍ଚିତ ଥିବା ଚାଉଳକୁ ମନ୍ଦିରରେ ଦାନ କରିଦିଅନ୍ତୁ କିମ୍ବା କୌଣସି ଅଭାବୀ ଲୋକଙ୍କୁ ଦାନ କରିଦିଅନ୍ତୁ। ଏମିତି ଲଗାତାର ୫ଟି ସୋମବାର କରନ୍ତୁ। ଏହି ଉପାୟକୁ କରିଲେ ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ।

ଯଦି ଆପଣଙ୍କ କାର୍ଯ୍ୟରେ ବାଧା ଆସୁଥାଏ ତେବେ ଏହା ପିତୃଦୋଷ କାରଣରୁ ହୋଇଥାଏ ତ ଏଥିପାଇଁ ଏହି ଉପାୟ କରନ୍ତୁ। ଚାଉଳର କ୍ଷୀରି ପ୍ରସ୍ତୁତ କରି କୌଣସି ଅମାବାସ୍ୟା ଦିନ କୁଆ ମାନଙ୍କୁ ଖୁଆଇ ଦିଅନ୍ତୁ। ଏହି ଉପାୟ ଦ୍ୱାରା ଆପଣଙ୍କୁ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସହଜରେ ହୋଇଯିବ। ଆପଣଙ୍କ ମାନ ସମ୍ମାନର ବୃଦ୍ଧି ହେବ। ଜୀବନରେ ଅସ୍ଥିରତା ବି ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *