Excuse Me Odisha

ଯାହା କହିବୁ ସତ କହିବୁ

ଇଶ୍ୱରଙ୍କ ସାମ୍ନାରେ କାନ୍ଦିଲେ ଆପଣଙ୍କ ଜୀବନରେ କଣ ଘଟିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଇଶ୍ୱରଙ୍କ ସାମ୍ନାରେ କାନ୍ଦିଲେ ଆପଣଙ୍କ ଜୀବନରେ କଣ ଘଟିଥାଏ।

ଆମ ପ୍ରାଚୀନ ପୁରାଣ ଶାସ୍ତ୍ର ଅନୁସାରେ ଏହି ବ୍ରହ୍ମାଣ୍ଡ ଆରମ୍ଭରେ ଶୂନ୍ୟ ଥିଲା ଏବଂ ଚାରିଆଡ଼େ କେବଳ ଅନ୍ଧକାରମୟ ଥିଲା। ଦିନେ ହଠାତ ଏକ ବିଶାଳକାୟ ଶିବଲିଙ୍ଗର ପ୍ରକଟ ହୋଇଥିଲା ଏବଂ ଏହାଦ୍ବାରା ସମ୍ପୂର୍ଣ୍ଣ ସଂସାର ଉର୍ଜାରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏହା ସହିତ ସଂସାର ରେ କିଛି ଜିନିଷ ର ଆବିଷ୍କାର ହେଲା। ଜଳ ଧାତୁ ଅଗ୍ନି ଏବଂ ବାୟୁ। ଏହି କାରଣରୁ କୁହାଯାଏ ଯେ ସଂସାରର ସମସ୍ତ ଜିନିଷରେ ଭଗବାନ ଶିବଙ୍କ ବାସ ହୋଇଥାଏ।

ଶିବ ହିଁ ଆଦି ଅଟନ୍ତି ଏବଂ ଶିବ ହିଁ ଅନ୍ତ ଅଟନ୍ତି। ଯେବେବି ଆପଣ ପୂଜା କରନ୍ତି ଏବଂ ଈଶ୍ୱରଙ୍କ ଆରାଧନା କରନ୍ତି ସେହି ସମୟରେ ଆପଣଙ୍କ ଅନ୍ତରଆତ୍ମା ଈଶ୍ୱରଙ୍କ ହୃଦୟ ସହିତ ଜଡ଼ିତ ହୋଇଯାଏ। ଈଶ୍ୱରଙ୍କ ଆରାଧନା କରୁଥିବା ସମୟରେ ସମ୍ପୂର୍ଣ୍ଣ ବାତାବରଣ କେବଳ ସକରାତ୍ମକ ଉର୍ଜାରେ ପରିପୂର୍ଣ୍ଣ ହୋଇଯାଏ ଏବଂ ସମସ୍ତ ଦୁଃଖ ଦୁର ହୋଇଥାଏ। ଈଶ୍ୱରଙ୍କ ଆରାଧନା କରିବା ସମୟରେ ଈଶ୍ୱର କିଛି ସଂକେତ ଦେଇଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡିକ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।

ଯଦି ଆପଣ ପୂଜା କରୁଥିବା ସମୟରେ ଈଶ୍ୱରଙ୍କ ଭକ୍ତିରେ ଲୀନ ହୋଇଯାଆନ୍ତି ଏବଂ ଆପଣଙ୍କ ଆଖିରୁ ଲୁହ ବାହାରେ ତେବେ ଏହାର ଅର୍ଥ ଆପଣଙ୍କ ଅନ୍ତର ଆତ୍ମାର ମିଲନ ଈଶ୍ୱରଙ୍କ ସାଥିରେ ହୋଇ ସାରିଛି। ଏହି ସମୟରେ ଆପଣ ଈଶ୍ୱରଙ୍କୁ ନିଜର ମନସ୍କାମନା ନିଶ୍ଚିତ ଭାବରେ କୁହନ୍ତୁ। ତାହା ଅବଶ୍ୟ ପୂର୍ଣ ହେବ। ପ୍ରାୟତଃ ବ୍ୟକ୍ତି ଅଛନ୍ତି ଏହାକୁ ସଂଯୋଗ ଭାବି ନିଅନ୍ତି ଏବଂ ଈଶ୍ୱରଙ୍କ ଭକ୍ତିରେ ଲୀନ ହୋଇ ଯାଆନ୍ତି।

କିନ୍ତୁ ଆପଣ ଏହି ସମୟରେ ନିଜ ମନରେ ଥିବା ଦୁଃଖ କଷ୍ଟକୁ ଅବଶ୍ୟ ଈଶ୍ୱରଙ୍କୁ କୁହନ୍ତୁ। ଏହା ସହିତ ଆପଣଙ୍କ ଆଖିରୁ ଲୁହ ବାହାରିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି ଏବଂ ତାହା ହେଉଛି ଆପଣଙ୍କ ମନରେ ଥିବା ଖରାପ ଚିନ୍ତା ଦୁର ହେବାକୁ ଲାଗୁଛି। ଏହି ସମୟରେ ଆପଣଙ୍କ ସମସ୍ତ ପ୍ରାର୍ଥନାର ଫଳ ପ୍ରାପ୍ତ ହୋଇଥାଏ।

ଅଗ୍ନିରଜ୍ୟୋତି ବଢ଼ିବା। ଅଗ୍ନି ପାଞ୍ଚ ତତ୍ତ୍ୱ ମଧ୍ୟରୁ ଏକ ଅଟେ। ଏଥିରେ ଭଗବାନ ଶିବଙ୍କ ବାସ ରହିଥାଏ। ଯଦି ଆପଣ ପୂଜା କରୁଥିବା ସମୟରେ ଅଗ୍ନିର ଜ୍ୟୋତି ବଢ଼ିବାରେ ଲାଗିଥାଏ ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଭକ୍ତିରେ ପ୍ରସନ୍ନ ଅଛନ୍ତି ଏବଂ ତାଙ୍କ କୃପାଦୃଷ୍ଟି ଆପଣଙ୍କୁ ଅବଶ୍ୟ ଲାଭ ହେବ। ତେଣୁ ଏହି ସମୟରେ ଈଶ୍ୱରଙ୍କୁ ପବିତ୍ର ମନରେ ଆରାଧନା କରନ୍ତୁ ଏବଂ ନିଜର ମନସ୍କାମନା ଈଶ୍ୱରଙ୍କ ପାଖରେ କୁହନ୍ତୁ। ନିଶ୍ଚୟ ମନସ୍କାମନା ପୂରଣ ହେବ।

ପୂଜା କରୁଥିବା ସମୟରେ ଧୂପକାଠିରୁ ବାହାରୁ ଥିବା ଧୂଆଁ ଯଦି ଇଷ୍ଟଦେବଙ୍କ ଆଡ଼କୁ ଗତି କରୁଛି ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଭକ୍ତିରେ ପ୍ରସନ୍ନ ଅଛନ୍ତି ଏବଂ ସେ ଆପଣଙ୍କ ପୂଜା କୁ ସ୍ୱୀକାର କରିଛନ୍ତି।

ଯଦି ଆପଣ ପୂଜା କରୁଥିବା ସମୟରେ ଈଶ୍ୱରଙ୍କ ମୁଣ୍ତ ଉପରେ ଚଢା ହୋଇଥିବା ଫୁଲ ଆପଣଙ୍କ ଉପରେ ପଡ଼ିଥାଏ ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ବହୁତ ଶୀଘ୍ର ଆପଣଙ୍କୁ ଈଶ୍ୱରଙ୍କ କୃପାଦୃଷ୍ଟି ଲାଭ ହେବ ଏବଂ ଆପଣଙ୍କୁ ନିଜ ଭକ୍ତିର ଭଲ ଫଳ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *