Excuse Me Odisha

ଯାହା କହିବୁ ସତ କହିବୁ

ମନୁଷ୍ୟଙ୍କ ବର୍ବାଦର କେବଳ ୩ ଟି କାରଣ। ଖରାପ ଅଟେ କିନ୍ତୁ ସତ୍ୟ ଅଟେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମନୁଷ୍ୟଙ୍କ ବର୍ବାଦର କେବଳ ୩ ଟି କାରଣ। ଖରାପ ଅଟେ କିନ୍ତୁ ସତ୍ୟ ଅଟେ।

ସକାଳେ ଏହି ୫ ଟି କାମ କେବେବି କରିବେ ନାହିଁ। ଆସନ୍ତୁ ଜାଣିବା ସେହି ୫ ଟି କାମ ବିଷୟରେ ଜାଣିବା। ଯଦି ଦିନର ଆରମ୍ଭ ଭଲ ହୁଏ ତ ପୁରା ଦିନ ଭଲ ରହିଥାଏ। କେହିବି ଚାହେଁ ନାହିଁ କି ତାର ଜୀବନରେ ସମସ୍ୟା ଘେରି ହୋଇ ରହୁ। କେବେ କେବେ ଲକ୍ଷ୍ୟ କରିଥିବେ ଦିନେ ଦିନେ ଭଲ ଲାଗେନାହିଁ ଏହାର କାରଣ ହେଉଛି ସକାଳର କିଛି ଭୁଲ କାମ ପାଇଁ।

ଯାହା ଆପଣ ଜାଣିନାହାନ୍ତି। ସର୍ବଦା ବଡ଼ ମାନେ କହୁଥିବାର ଶୁଣୁଥିବେ କି ସକାଳେ ଉଠି ଏମିତି କାମ କରନ୍ତୁ ନାହିଁ। କିଛି ଭୁଲ କାମ ସକାଳେ କରିଲେ ପୁରା ଦିନ ଖରାପ ହୋଇଯାଏ। କିଛି ଲୋକ ଉଦାସ ହୋଇଯାନ୍ତି ତ କିଛି ଲୋକଙ୍କ ସହିତ ଅଶୁଭ ଘଟଣା ହୋଇଯାଏ। ଆସନ୍ତୁ ଜାଣିବା ଦିନର ଆରମ୍ଭରେ କେଉଁ କାମ କରିବା ଉଚିତ ନୁହେଁ।

ସକାଳୁ ଉଠି ବ୍ୟକ୍ତିଙ୍କୁ କେବେବି ନିଜର ପରିବାର କିମ୍ବା ନିଜର ଜୀବନସାଥୀଙ୍କ ସହିତ ବାଦବିବାଦ କରିବା ଉଚିତ ନୁହେଁ। ସକାଳୁ ଉଠି ବାଦବିବାଦ କରିଲେ ପୁରା ଦିନଟି ଖରାପରେ ବ୍ୟତୀତ ହୋଇଥାଏ। ବ୍ୟକ୍ତିକୁ ସର୍ବଦା ପରିବାର ସହିତ ପ୍ରସନ୍ନ ହୋଇ ରହିବା ଉଚିତ।

ଯେଉଁ ବ୍ୟକ୍ତି ସକାଳୁ ଉଠି ମିଛ କହିଥାଏ ତାର ପୁରା ଦିନ ଖରାପ ହୋଇଯାଏ। ବିଶେଷ କରି ସକାଳେ ଉଠି ମା ବାପାଙ୍କୁ ପିଲାଙ୍କ ସାମ୍ନାରେ ମିଛ କହିବା ଉଚିତ ନୁହେଁ। କାରଣ ପିଲାମାନେ ମା ବାପାଙ୍କ ଠାରୁ ହିଁ ସବୁକିଛି ଶିଖି ଥାନ୍ତି।

ସକାଳୁ ଉଠିବାର ଠିକ ସମୟ ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ଏହି ସମୟରେ ଉଠିଥାଏ ତା ଜୀବନ ଖୁସିରେ ଭରି ରହିଥାଏ।

ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ବି ଶୋଇ ରହିଥାଏ ସେ ଆଳସୁଆର ଶିକାର ହୋଇଥାଏ। ଏମିତି ବ୍ୟକ୍ତି ନିଜ ଜୀବନରେ କେବେବି ସଫଳତା ପ୍ରାପ୍ତ କରିପାରିବ ନାହିଁ।

ସକାଳୁ ଉଠି ବ୍ୟକ୍ତିଙ୍କୁ ନିଜର ପରିବାରର କୌଣସି ସଦସ୍ୟଙ୍କ ଅପମାନ କରିବା ଉଚିତ ନୁହେଁ। କାହାର ଅପମାନ କରିଲେ ସମ୍ପର୍କରେ ଫାଟ ହୋଇଥାଏ। ସକାଳୁ ଉଠି ବ୍ୟକ୍ତିଙ୍କୁ ନିଜର ବଡ଼ ମାନଙ୍କର ଆଦର ସତ୍କାର କରିବା ଉଚିତ।

ସକାଳୁ ଉଠି କାହା ଉପରେ କ୍ରୋଧ କରିବା ଉଚିତ ନୁହେଁ। ସକାଳୁ ଉଠି କ୍ରୋଧ କରିଲେ ବ୍ୟକ୍ତିର ପୁରା ଦିନ ଖରାପ ହିଁ ବ୍ୟତୀତ ହୋଇଥାଏ। ସେ ଜୀବନରେ ସଫଳତା ପ୍ରାପ୍ତ କରିପାରିବ ନାହିଁ।

ବନ୍ଧୁଗଣ ମନୁଷ୍ୟଙ୍କର ୪ ଟି ଜିନିଷର ଭୋକ କେବେବି ମରେ ନାହିଁ।

ଧନ ଜୀବନ ବାସନା ଏବଂ ଭଜନ। ଏହିସବୁ ଜିନିଷ ପାଇଁ ମନୁଷ୍ୟ ସବୁବେଳେ ଭୋକରେ ଥାଏ। ଏହି ଜିନିଷ ତାକୁ ଯେତେବି ମିଳିଯାଉ କିନ୍ତୁ ଏହାର ଲୋଭ କେବେବି ଶେଷ ହୁଏନାହିଁ। ଜୀବନରେ ଚାଲିଥିବା ଲମ୍ବା ସମୟରେ ଏହା ଭାବିବା ଉଚିତ କି କେବେବି ଜୀବନରେ ସମସ୍ୟା ଆସିପାରେ ସେଥିପାଇଁ କିଛି ଅଳ୍ପ ଧନ ସଞ୍ଚୟ କରି ରଖିବା ଉଚିତ। ଯେବେବି ମନୁଷ୍ୟ ଉପରେ ଖରାପ ସମୟ ଆସିଥାଏ ତ ତାର ନିଜ ଲୋକବି ପର ହୋଇଯାନ୍ତି। ଯଦି ତା ପାଖରେ ଧନ ଥାଏ ତ ସେ ସେହି ସମୟର ମୁକାବିଲା କରିପାରିବ।

ଭଲ ଲୋକଙ୍କର ଭଲ ସମୟ ବେସି ସମୟ ରହେ ନାହିଁ କାରଣ ସମସ୍ତ ଭଲ ଏବଂ ସରଳ ଲୋକଙ୍କୁ ଲୋକେ ଦବେଇ ଦେଇଥାନ୍ତି। ତାଙ୍କର ସରଳତା ଏବଂ ନିରିହ ପଣକୁ ଲୋକେ ପାଗଳାମି ବୋଲି ଭାବିଥାନ୍ତି। ତ ସେଥିପାଇଁ ଏତେବି ସରଳ ହୁଅନ୍ତୁ ନାହିଁ ଯାହା ଦ୍ୱାରା ଲୋକେ ଲୁଟି କରି ହିଁ ଖାଇଯିବେ। ଏହି ସାରା ଦୁନିଆ ବିପଦରେ ଘେରି ହୋଇ ରହିଛି। ଏଥିପାଇଁ ଜୀବନରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଅବଶ୍ୟ ଚିନ୍ତା କରିବା ଉଚିତ। ଭଗବାନ ସର୍ବଶ୍ରେଷ୍ଟ ମାନ ଅଟନ୍ତି ଭଗବାନ ରାଜାଙ୍କୁ ଦାସ ଏବଂ ଦାସଙ୍କୁ ରାଜା ବନେଇ ପାରନ୍ତି। ଭଗବାନ ହିଁ ଗରିବଙ୍କୁ ଧନୀ ଏବଂ ଧନୀଙ୍କୁ ଗରିବ କରିଦେଇପାରନ୍ତି। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ କାରଣ ସେ ହିଁ ସବୁକିଛି ଭଲ କରିଦେବେ।

ସୁନା ନିଆଁରେ ପଡିଲେ ମଧ୍ୟ ନିଜର ଚମକ ଛାଡେ ନାହିଁ ସେମିତି ଭଲ ଚରିତ୍ର ଲୋକେ ମରିଗଲେ ବି ନିଜର ଗୁଣ ଛାଡ଼ନ୍ତି ନାହିଁ।

ବନ୍ଧୁଗଣ ପାପ ଏବଂ ପୁଣ୍ୟ ମଧ୍ୟରେ କଣ ଅନ୍ତର ଅଛି ମୋର ଶତ୍ରୁ କିଏ ଏବଂ ମିତ୍ର କିଏ ମୋତେ କେଉଁ କାର୍ଯ୍ୟରେ ଲାଭ ହେବ ତଥା କେଉଁ କାମରେ କ୍ଷତି ହେବ ଏହା ଭାବି ମନୁଷ୍ୟ ନିଜର ଜୀବନରେ ସମସ୍ତ ପଦକ୍ଷେପ ନେବା ଉଚିତ। ସଙ୍କଟ ସମୟରେ ସେବକଙ୍କର ବିପଦ ସମୟରେ ଭାଇ ବନ୍ଧୁଙ୍କର ଏବଂ ଆପତ୍ତି ସମୟରେ ମିତ୍ରଙ୍କର ତଥା ଧନର ନାଶ ସମୟରେ ନିଜର ସ୍ତ୍ରୀଙ୍କର ପରୀକ୍ଷା ହୋଇଥାଏ। କାମ ପଛେ କମ କର କିନ୍ତୁ ମନ ଲଗାଇ କର ଏହା ମନୁଷ୍ୟଙ୍କୁ ସିଂହ ପାଖରୁ ଶିଖିବା ଉଚିତ। ସମୟ ମଧ୍ୟରେ କାମ କରିବାର ଗୁଣ ପାରା ପାଖରୁ ଶିଖିବା ଉଚିତ।

ଠିକ ସମୟରେ ଉଠିବା ଶୋଇବା ଝପଟ କରି ଭଜନ କରିବା ଏହି ଗୁଣ କୁକୁର ଠାରୁ ଶିଖିବା ଉଚିତ। ଅନ୍ୟକୁ ବିଶ୍ୱାସ ନକରିବା କୁଆ ପାଖରୁ ଶିଖିବା ଉଚିତ। ବହୁତ ଭୋକରେ ବି ସନ୍ତୁଷ୍ଟ ରହିବା ଏବଂ ଗମ୍ଭୀର ନିଦରେ ଜାଗ୍ରତ ହୋଇ ରହିବା ମାଲିକଙ୍କର ବିଶ୍ୱସ୍ତ ହେବା ଏହା କୁକୁର ଠାରୁ ଶିଖିବା ଉଚିତ। ଯଦି ଧନର ନାଶ ହୋଇଥାଏ ମନରେ ଶାନ୍ତି ଭଙ୍ଗ ହୋଇଯାଏ ଏହିସବୁ କଥା ବୁଦ୍ଧିମାନ ଲୋକେ ଅନ୍ୟକୁ କୁହନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଏହି ଭୁଲ କରିଥାନ୍ତି ଲୋକେ ତାଙ୍କର ମଜାକ ହିଁ ଉଡାଇ ଥାନ୍ତି। ନିଜ ହାତରେ କରାଯାଇଥିବା କାମ ସବୁଠାରୁ ଶ୍ରେଷ୍ଠ ହୋଇଥାଏ ଏଥିପାଇଁ ମନୁଷ୍ୟଙ୍କୁ ନିଜର କାମ ନିଜ ହାତରେ ହିଁ କରିବା ଉଚିତ।

ଯେଉଁ ଲୋକ ନିଜର ଆମଦାନୀ ଅପେକ୍ଷା ଅଧିକ ଖର୍ଚ୍ଚ କରିଥାଏ ଏବଂ ଅନ୍ୟ ସହିତ ଝଗଡା କରିଥାଏ ଏମିତି ଲୋକେ କେବେବି ସୁଖୀ ହୋଇପାରନ୍ତି ନାହିଁ। ଗୁରୁଙ୍କ ସେବା କରିଲେ ବିଦ୍ୟା ପ୍ରାପ୍ତ ହୋଇଥାଏ। ଗୁରୁଙ୍କ ସେବା ବିନା ମନୁଷ୍ୟ କେବେବି ଭଲ ଶିକ୍ଷା ପ୍ରାପ୍ତ କରିପାରିବ ନାହିଁ।

ଯେଉଁ ନାରୀ ନିଜ ସ୍ୱାମୀର କଥା ମାନେ ନାହିଁ ଏବଂ ବ୍ରତ ରଖିଥାନ୍ତି ଏମିତି ନାରୀ ନିଜ ସ୍ୱାମୀର ଆୟୁଷ କମ କରିଥାନ୍ତି। ଏମିତି ନାରୀଙ୍କ ଏହା ବୁଝିବା ଉଚିତ ଯେ ସ୍ୱାମୀଙ୍କ ଆଜ୍ଞା ବିନା ଚାଲିବା ତାଙ୍କ ପାଇଁ କେବେବି ଲାଭଦାୟକ ସିଦ୍ଧ ହୋଇନଥାଏ। ତାଙ୍କ ପାଇଁ କେବଳ ସ୍ୱର୍ଗର ପ୍ରାପ୍ତି ସ୍ୱାମୀଙ୍କ ସେବା କରିବା ଦ୍ୱାରା ହିଁ ସମ୍ଭବ ଅଟେ।

ଜୀବନର ଅର୍ଥ ଏହା ଅଟେ କି ସବୁବେଳେ ନିଜକୁ ଭଲ କାମରେ ଲଗେଇ ରଖିବା। ଭଲ ଜ୍ଞାନରେ ପୁରୁଷ ମହାନ ବନିଥାଏ ଏହା କେବେବି ଭୁଲନ୍ତୁ ନାହିଁ କି ଜୀବନ ଅସ୍ଥାୟୀ ଅଟେ। ଏଥିପାଇଁ ଜୀବନରେ ସବୁ ସମୟର ଉପଯୋଗ କୌଣସି ଭଲ କାମ ପାଇଁ କରାଯିବା ଉଚିତ। ଯେତେ ପର୍ଯ୍ୟନ୍ତ ଜୀବନ ଅଛି ସେତେ ପର୍ଯ୍ୟନ୍ତ ସବୁ ଜିନିଷର ଆନନ୍ଦ ଅଛି କିନ୍ତୁ ଯେତେବେଳେ ମୃତ୍ୟୁ ଆସି ଜୀବନକୁ ଅନ୍ତ କରିଦେବ ଏହା ସହିତ ସବୁ ଜିନିଷର ଅନ୍ତ ହୋଇଯାଇଥାଏ। ପୁରୁଷ ଆଦି କାଳରୁ ହିଁ ଚଞ୍ଚଳ ଅଟନ୍ତି।

ଏହି ସଂସାରରେ ଭଗବାନଙ୍କୁ ଛାଡି ପ୍ରତ୍ୟକ ଜିନିଷ ଅସ୍ଥାୟୀ ଅଟେ। ଲକ୍ଷ୍ମୀତ ରୋମଣି ଅଟେ ସର୍ବଦା ନୃତ୍ୟୁ କରିଥାନ୍ତି। ଏହି ଧନ ସମ୍ପର୍କ ଘର ଦ୍ୱାର ସବୁ ଅସ୍ଥାୟୀ ଅଟେ। ଏହି ଭିତରୁ କେହି କାହାରି ସାଥ ଦେଇନଥାନ୍ତି କିନ୍ତୁ କେବଳ ଧର୍ମ ଅଟେ ଯାହା ଅଟଳ ସତ୍ୟ ଅଟେ। ଏହା ଜ୍ଞାନର ଭଣ୍ଡାର ଅଟେ। ଅନ୍ୟର ଭଲ ଚାହୁଁଥିବା ଲୋକ ହିଁ ଆତ୍ମିକ ଶାନ୍ତି ପ୍ରାପ୍ତ କରିଥାନ୍ତି। ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଏବଂ ଜୀବ ଉପରେ ଦୟା କରିବାରେ ହିଁ ମୁକ୍ତି ମିଳିଥାଏ। କର୍ମ ରୁ ହିଁ ମନୁଷ୍ୟ ଛୋଟ ବଡ଼ ବନିଥାଏ। ଏଥିପାଇଁ ସର୍ବଦା ଭଲ କର୍ମ କରନ୍ତୁ ଏବଂ ଖରାପ ଠାରୁ ଦୂରେଇ ରୁହନ୍ତୁ। ଭଲ କର୍ମ କରିବା ଦ୍ୱାରା ହିଁ ଜୀବନରେ ଶାନ୍ତି ଏବଂ ସୁଖର ପ୍ରାପ୍ତ ହୋଇଥାଏ।

ମାନବ ଶରୀରରେ ଆତ୍ମାର ନିବାସ ହୋଇଥାଏ କୌଣସି ଆତ୍ମାକୁ ତାର ଶରୀରରୁ ବାହାର କରି ତାକୁ ଚିନ୍ହି ପାରିବା ନାହିଁ କେବଳ ନିଜର ବିଚାରରୁ ହିଁ ତାର ପରଖ କରିପାରିବା। ଦେବତା ମାଟିର ମୂର୍ତି ଫୋଟରେ ବିଦ୍ୟମାନ ରହିନଥାନ୍ତି ଦେବତା ତ କେବଳ ଆମର ଆତ୍ମାରେ ଆମର ଭାବନାରେ ରହିଥାନ୍ତି। ଆପଣଙ୍କର ଭାବନା ଯେମିତି ସେମିତି ଦେବତାଙ୍କର ରୂପ ହେବ। ଭାବନା ମନୁଷ୍ୟ ଜୀବନରେ ସବୁ ସମୟରେ ପ୍ରଭାବ ପଡିଥାଏ।

ଯେମିତି ମନୁଷ୍ୟଙ୍କ ଭାବନା ହେବ ସେମିତି ହିଁ ଫଳ ମିଳିବ। ଏଥିପାଇଁ ଭଲ ଫଳ ପାଇବା ପାଇଁ ନିଜର ଭାବନାକୁ ଶୁଦ୍ଧ ରଖନ୍ତୁ। ଜଙ୍ଗଲରେ ରହି ଫଳ ଆହାର କରି ଯେଉଁ ଜ୍ଞାନି ବାସ କରେ ସେହି ହିଁ ପ୍ରକୃତରେ ମହାପୁରୁଷ ବ୍ରହ୍ମଣ ହୋଇଥାଏ। ଖରାପ ମନୁଷ୍ୟ ଏବଂ ସାପ ଭିତରେ କିଏ ଭଲ ଅଟେ ଏହି ପ୍ରଶ୍ନର ଉତ୍ତର ଏହା ଅଟେ ସାପ ତ କେବଳ ସମୟ ଆସିଲେ କାଟିଥାଏ କିନ୍ତୁ ଖରାପ ଲୋକ ସବୁବେଳେ ଖରାପ କରିଥାନ୍ତି। କେବଳ ମହାପୁରୁଷ ସଚୋଟ ସାଧୁ କେବେବି ନିଜର ସୀମା ଭୁଲନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *