Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ନିଜ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଗ୍ରାସ କରିଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଏହି ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ। ମନୁଷ୍ୟ ନିଜ ଦୈନନ୍ଦିନ ଜୀବନରେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାଏ, ଯାହାଦ୍ଵାରା ଜୀବନରେ ତାକୁ ଅନେକ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ। ଏହାଦ୍ୱାରା ସରଳ ଜୀବନ ଜଟିଳ ହେବାକୁ ଲାଗିଥାଏ ଏବଂ ଧନହାନୀ ହେବାର ମଧ୍ୟ ଆଶଙ୍କା ରହିଥାଏ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ। ଶୋଇବା ସମୟରେ ଆମ ଶରୀରର ପାଞ୍ଚଟି ତନ୍ତ୍ର କାର୍ଯ୍ୟ କରିଥାନ୍ତି। ଆପଣ ଶୋଇଥିବା ସମୟରେ ଆପଣଙ୍କ ପାଖରେ ଯଦି କୌଣସି ନକାରାତ୍ମକ ଉର୍ଜା ପ୍ରଦାନ କରୁଥିବା ଜିନିଷ ରହିଥିବ, ତାହେଲେ ଏହା ଆପଣଙ୍କ ଶରୀର ଉପରକୁ ମଧ୍ୟ ପ୍ରଭାବ ପକାଇବ। ଆହୁରି ମଧ୍ୟ ଆମେ ଆପଣଙ୍କୁ କହିବୁ କି, କେଉଁ ଜିନିଷ ଆପଣ ଶୋଇବା ସମୟରେ ନିଜ ପାଖରେ ରଖି ପରିବେ।

ତେବେ ଆସନ୍ତୁ ଆମେ ପ୍ରଥମେ ଜାଣିବା ଶୋଇବା ସମୟରେ କେଉଁ ଜିନିଷ ନିଜ ପାଖରେ ରଖି ଶୋଇବା ଉଚିତ। ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ପାଖରେ କର୍ପୂର ରଖି ଶୁଅନ୍ତୁ। କର୍ପୂର ରଖିବା ଦ୍ୱାରା ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଯଦି ଆପଣଙ୍କ ଉପରେ ଖରାପ ନଜର ବା ନକରାତ୍ମକ ପ୍ରଭାବ ପଡିଛି, ତାହେଲେ ଶୋଇବା ପୂର୍ବରୁ ଚାଉଳକୁ ଲାଲ କପଡ଼ାରେ ବାନ୍ଧି ନିଜ ତକିଆ ତଳେ ରଖି ଦିଅନ୍ତୁ।

ଦେଖିବେ ସବୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଯଦି ଆପଣ କୌଣସି ଖରାପ ସ୍ବପ୍ନ ଦେଖୁଛନ୍ତି, ତାହେଲେ ନିଜ ଶୋଇବା କୋଠରୀରେ ମୟୂର ପର ରଖନ୍ତୁ। ଦେଖିବେ ଆପଣଙ୍କୁ ଆରାମ ମିଳିବ ଏବଂ ଶୋଇବା କୋଠରୀରେ ସକାରାତ୍ମକ ବାତାବରଣ ରହିବ। ଏହାଦ୍ୱାରା ଆପଣ ଶାନ୍ତିରେ ଶୋଇ ପାରିବେ।

ଏବେ ଆସନ୍ତୁ ଜାଣିବା ଶୋଇବା ପାଖରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ। ଅଧିକାଂଶ ଲୋକେ ରାତିରେ ଶୋଇବା ପୁର୍ବରୁ ମଇଳା ହୋଇଥିବା ଲୁଗା ନିଜ ଶୋଇବା ପାଖରେ ରଖି ଦେଇଥାନ୍ତି। ଏଭଳି କରିବା ଉଚିତ ନୁହେଁ। ସେହିପରି ପୂଜାର୍ଚ୍ଚନା କରିବା ସମୟରେ ମଇଳା ପୋଷାକ ପିନ୍ଧିବା ଉଚିତ ନୁହେଁ, ଏହା ଅଶୁଭ ମାନା ଯାଇଥାଏ। ଜୋତା, ଚପଲ ଆଦି କେବେବି ଶୋଇବା କୋଠରୀରେ ରଖନ୍ତୁ ନାହିଁ, ଏହାକୁ କୋଠରୀ ବାହାରେ ହିଁ ରଖନ୍ତୁ

ରାତିରେ କେବେବି ଫୁଲ, ତୁଳସୀ ପତ୍ର ଆଦି ତୋଳିବା ଉଚିତ ନୁହେଁ। ଅଧିକାଂଶ ଲୋକେ ରାତିରେ ଶୋଇବା ବଦଳରେ ବହି ପଢ଼ି ଥାଆନ୍ତି। କିନ୍ତୁ ସକାଳୁ ଉଠି ପାଠ ପଢ଼ିଲେ ମନେ ରଖିବାର ଶକ୍ତି ବଢ଼ିଥାଏ। ଏହାସହିତ କେବେବି ନିଜ ଶୋଇବା ପାଖରେ ବହି ରଖନ୍ତୁ ନାହିଁ। କାରଣ ବହିରେ ଦେବୀ ସରସ୍ଵତୀ ବାସ କରିଥାନ୍ତି। ମୁଣ୍ଡ ଉପରେ ବହି ରଖି ଶୋଇଲେ ଏହା ଦେବୀ ସରସ୍ଵତୀଙ୍କର ଅପମାନ ହୋଇଥାଏ ବୋଲି ମାନା ଯାଇଥାଏ। ଶୋଇବା ସମୟରେ କେବେବି ନିଜ ପାଖରେ ମୋବାଇଲ ରଖିବା ଉଚିତ ନୁହେଁ, କାରଣ ଏଥିରୁ ବାହାରୁ ଥିବା ରେଡିଏସନ ଆପଣଙ୍କ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ତେବେ ଏହି ସବୁ ଭୁଲ କରିବାରୁ ସର୍ବଦା ବଞ୍ଚିତ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *