Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କର ଏହି ୪ଟି ଗୁଣ ରହିବା ନିହାତି ଜରୁରୀ ଅଟେ। ବଦଳି ଯିବ ଭାଗ୍ୟ।

ସେୟାର୍ କରନ୍ତୁ

ମନୁଷ୍ୟର ଜୀବନକୁ ସହଜ ଓ ସରଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଉପଦେଶ ଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି।ନୀତି ଶାସ୍ତ୍ରରେ ଜଣେ ଯୋଗ୍ୟ ମହିଳା ବିଷୟରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ମହିଳା ମାନଙ୍କ ମଧ୍ୟରେ ଏହି ଖାସ ଗୁଣ ରହିଥାଏ, ସେମାନଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ଭାଗ୍ୟ ବଦଳି ଯାଇଥାଏ। ଆସନ୍ତୁ ଜାଣିବା କଣ ସେହି ଗୁଣ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମଧୁର ବଚନ କହୁଥିବା ମହିଳା :- ଯେଉଁ ମହିଳା ମାନେ ମଧୁର ଭାଷୀ ହୋଇଥାନ୍ତି, ସେହି ମହିଳାଙ୍କୁ ଯେଉଁ ପୁରୁଷ ବିବାହ କରିଥାନ୍ତି ତାଙ୍କ ଭାଗ୍ୟ ବଦଳି ଯାଇଥାଏ। ଏଭଳି ମହିଳା ମାନେ ଘରର ମାହୋଲକୁ ସୁଖଶାନ୍ତିରେ ଭରି ଦେଇଥାନ୍ତି। ଏମାନେ ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି। ଏମାନେ ନିଜର ମଧୁର ବାଣୀ ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନେଇଥାନ୍ତି। ତେଣୁ ପରିବାରରେ ସୁଖଶାନ୍ତି ବଜାୟ ରଖିବାର କ୍ଷମତା ଏମାନଙ୍କ ମଧ୍ୟରେ ଭରପୁର ରହିଥାଏ।

କ୍ରୋଧ କରୁ ନଥିବା ମହିଳା :- ଯେଉଁ ମହିଳା ମାନେ ସାମାନ୍ୟ କଥାରେ କ୍ରୋଧ ପ୍ରକାଶ କରି ନଥାନ୍ତି, ସେମାନେ ପରିବାରକୁ ଯୋଡିକରି ରଖିଥାନ୍ତି। ଏହି ମହିଳା ମାନେ ଯେଉଁ ଘରେ ରହିଥାନ୍ତି, ସେଠାରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ପରିବାର ଲୋକେ ଉନ୍ନତି ଆଡ଼କୁ ଅଗ୍ରସର ହୋଇଥାନ୍ତି। ଏହି ମହିଳା ମାନେ ନିଜ ଘରକୁ ସ୍ବର୍ଗ ପରି ରଖିଥାନ୍ତି।ଏମାନେ ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ଧାର୍ମିକ ମହିଳା :- ଅଧିକାଂଶ ମହିଳା ମାନେ ଧାର୍ମିକ ପରମ୍ପରା ବଜାୟ ରଖିଥାନ୍ତି। ଏମାନେ ସର୍ବଦା ପୂଜାପାଠ କରିଥାନ୍ତି ଏବଂ ଭଗବାନଙ୍କୁ ସ୍ମରଣ କରିଥାନ୍ତି। ଯେଉଁ ବ୍ୟକ୍ତି ଏହି ମହିଳାଙ୍କୁ ବିବାହ କରିଥାନ୍ତି, ଟଙ୍କା ଭାଗ୍ୟ ବଦଳି ଯାଇଥାଏ। ଏମାନେ ସବୁ ଦୁଃଖକଷ୍ଟ ସହିବାର କ୍ଷମତା ରଖିଥାନ୍ତି। ଏମାନେ ଯେଉଁ ଘରେ ରହିଥାନ୍ତି, ସେହି ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *