Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ମାସରେ ଏହି ୪ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ସୂର୍ଯ୍ୟ, ବୁଧ, ଶୁକ୍ର ଗ୍ରହର ସଂଯୋଗ ଶୁଭ ସାବ୍ୟସ୍ତ ହେବ। ଧନଲାଭ ହେବାର ରହିଛି ସମ୍ଭାବନା।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ ଓ ନକ୍ଷତ୍ର ମାନେ ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହି ରାଶି ପରିବର୍ତ୍ତନ ଯୋଗୁଁ ଏହାର ସିଧାସଳଖ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ସେପ୍ଟେମ୍ବର ମାସରେ ତିନୋଟି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୦ ତାରିଖ ବୁଧ ଗ୍ରହ ବକ୍ରୀ ହେବାକୁ ଯାଉଛନ୍ତି।

ସେପ୍ଟେମ୍ବର ୧୭ ତାରିଖ ସୂର୍ଯ୍ୟ ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୪ ତାରିଖ ଶୁକ୍ର ଗ୍ରହ ମଧ୍ୟ କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଗ୍ରହ ମାନଙ୍କର ଏହି ରାଶି ପରିବର୍ତ୍ତନ ଖାସ ଚାରି ଗୋଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ତିନୋଟି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ମାସରେ ଆପଣଙ୍କ କ୍ୟାରିୟରରେ ଖାସ ପରିବର୍ତ୍ତନ ହେବ। ନୂଆ ଚାକିରି ପାଇଁ ବିଦେଶ ଯାତ୍ରା କରି ପାରନ୍ତି। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ପ୍ରତିଯୋଗିତା କରି ଉତ୍ତୀର୍ଣ୍ଣ ହେବେ। ବ୍ୟବସାୟରେ ବହୁତ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି।ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

ମିଥୁନ ରାଶି :-

ସେପ୍ଟେମ୍ବର ମାସ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।ସନ୍ତାନ ସୁଖ ଭୋଗ କରିବାର ସୁଯୋଗ ମିଳିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ନୂତନ ବାହନ କ୍ରୟ କରି ପାରନ୍ତି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସୁଖଦ ସମାଚାର ମିଳିପାରେ।

କର୍କଟ ରାଶି :-

ସେପ୍ଟେମ୍ବର ମାସ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏହି ମାସରେ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ସଂପତ୍ତି ମାମଲାରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। କୌଣସି ଶୁଭ କାର୍ଯ୍ୟ ପାଇଁ ଆପଣ ବିଦେଶ ଯାତ୍ରା କରି ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ ରାଶି :-

ସେପ୍ଟେମ୍ବର ମାସରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ମାସିକ ଆୟରେ ବୃଦ୍ଧି ହେବ।ଜମିବାଡ଼ି ମାମଲା ଆପଣଙ୍କ ସପକ୍ଷରେ ରହିବ। ବ୍ୟାପାର କ୍ଷେତ୍ରରେ ଆପଣ ସଫଳତା ଅର୍ଜନ କରିବେ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *