Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୦ ଅଗଷ୍ଟ ୨୦୨୨,ମଙ୍ଗଳବାର : ମେଷ ଓ ସିଂହ ରାଶି ସହିତ ଏହି ୪ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ପଢନ୍ତୁ ଦୈନିକ ରାଶିଫଳ

ସେୟାର୍ କରନ୍ତୁ

ରାଶିଫଳ ମାଧ୍ୟମରେ ଆପଣ ମାନେ ଦୈନନ୍ଦିନ ଘଟଣା ଗୁଡ଼ିକ ବିଷୟରେ ଜାଣି ଥାଆନ୍ତି। ଦୈନିକ ରାଶିଫଳ ଆଧାରରେ ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଏବଂ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ବିଷୟରେ ସୂଚନା ମିଳିଥାଏ। ଆଜିକାଲିର ରାଶିଫଳରେ ଚାକିରି, ବ୍ୟାପାର, ଆଦାନପ୍ରଦାନ, ଶୁଭ ବା ଅଶୁଭ ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଉଛି। ଦୈନିକ ରାଶିଫଳ ଗ୍ରହ ନକ୍ଷତ୍ର ମାନଙ୍କର ଚଳନକୁ ଆଧାର କରି ଅନୁମାନ କରା ଯାଇଥାଏ। ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ କି ନାହିଁ, ଆପଣଙ୍କୁ କେଉଁ ସବୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ, ସେହି ବିଷୟରେ ସୂଚନା ମିଳିଥାଏ।

ମେଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ପରିବାର ଲୋକଙ୍କ ସହିତ ଆପଣ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ।ପୁରୁଣା ବନ୍ଧୁ ଆପଣଙ୍କୁ ସହଯୋଗ କରି ପାରନ୍ତି।ଆପଣଙ୍କୁ ଅଯଥା ବିବାଦରେ ପଡ଼ିବା ଉଚିତ ନୁହେଁ। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି।

ବୃଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଆପଣଙ୍କ ଆୟରେ ବୃଦ୍ଧି ହେବ। କିନ୍ତୁ କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଗୁରୁଜନଙ୍କ ଠାରୁ ପରାମର୍ଶ ନେବା ଉଚିତ। ଆପଣ କୌଣସି ଜମି କ୍ରୟ କରି ପାରନ୍ତି।ପ୍ରେମ କରୁଥିବା ଲୋକେ ସଫଳ ହେବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। ନୂତନ ବାହନ କ୍ରୟ କରି ପାରନ୍ତି।

ମିଥୁନ ରାଶି :-

ଆଜି ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ କୌଣସି କଠିନ ନିଷ୍ପତ୍ତି ବୁଝି ବିଚାରି ନେବା ଉଚିତ। ପରିବାରରେ କୌଣସି ସଦସ୍ୟ ପ୍ରେମ ବିବାହ ପାଇଁ ଜିଦ କରି ପାରନ୍ତି। ପିତାମାତାଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇ ପାରେ। ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ। କେବେବି ଅଯଥା ଚିନ୍ତା କରନ୍ତୁ ନାହିଁ, ନଚେତ ମାନସିକ ଅସୁସ୍ଥତା ଦେଖା ଦେଇପାରେ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କ୍ୟାରିୟରକୁ ନେଇ ଆପଣ ଅଧିକ ଚିନ୍ତିତ ରହି ପାରନ୍ତି। ଘରର ଖର୍ଚ୍ଚ ବଢିପାରେ, ତେଣୁ ଆପଣଙ୍କୁ ବୁଝି ବିଚାରି ଖର୍ଚ୍ଚ କରିବା ଉଚିତ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ଅଯଥା କଳି ଝଗଡାରେ ସାମିଲ ହୁଅନ୍ତୁ ନାହିଁ।

ସିଂହ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ପାଇଁ ଆବେଦନ କରିଥିବା ଲୋକେ ସଫଳ ହେବେ।ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।ଆପଣ କୌଣସି ଜଟିଳ ସମସ୍ୟାରୁ ମଧ୍ୟ ଶୀଘ୍ର ମୁକ୍ତି ପାଇ ଯିବେ।ଘରେ କୌଣସି ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇ ପାରେ।କାଗଜପତ୍ର ସବୁ ସାବଧାନ ହୋଇ ରଖନ୍ତୁ, ନଚେତ ଚୋରି ହୋଇଯିବାର ସମ୍ଭାବନା ରହିଛି।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାରରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଶୈଳୀ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।ବିଦ୍ୟାର୍ଥୀ ମାନଙ୍କୁ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ।

ତୁଳା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅକାରଣରେ ଅନ୍ୟକୁ ଟଙ୍କା ଋଣ ଦିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସତର୍କ ହୋଇ ନିଜ ଦାୟିତ୍ୱ ତୁଲାଇବା ଉଚିତ ନୁହେଁ। ଆପଣ ଯେଉଁ କର୍ଜ୍ଞାରେଚତ ଦେବେ, ସବୁଥିରେ ସଫଳତା ଅର୍ଜନ କରିବେ। ବିବାହିତ ଲୋକଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ବ୍ୟବସାୟରେ ଲାଭବାନ ହେବା ସହିତ ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ହେବ। ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ। ଆପଣ କଳା, ସାହିତ୍ୟ, ରଚନାତ୍ମକ କ୍ଷେତ୍ରରେ ନିଜକୁ ସମର୍ପିତ କରିବେ। ଚାକିରି କ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। କିନ୍ତୁ ଆପଣଙ୍କୁ ନିଜ ଜିଦ୍ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। କାରଣ ଆପଣଙ୍କର ଜିଦ୍ ଆପଣଙ୍କୁ ସମସ୍ୟାରେ ପକାଇ ପାରେ।

ଧନୁ ରାଶି :-

ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସତର୍କ ରହିବାର ଆବଶ୍ୟକତା ରହିଛି। କିଛି କଥାବାର୍ତ୍ତା କରିବା ପୂର୍ବରୁ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ଟଙ୍କାପଇସା ମାମଲାରେ ସାମିଲ ହୁଅନ୍ତୁ ନାହିଁ। ଆପଣ ନିଜର ପୁରୁଣା ଯୋଜନାକୁ ଆରମ୍ଭ କରି ପାରନ୍ତି।ଭୂମି, ବାହନ ଆଦି କ୍ରୟ କରି ପାରନ୍ତି। ଘରର ବାତାବରଣ ସକାରାତ୍ମକ ରହିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ମକର ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ କଠିନ ସାବ୍ୟସ୍ତ ହୋଇପାରେ।କୌଣସି ସ୍ଥାନରେ ଟଙ୍କା ନିବେଶ କରି ଆପଣ ହଇରାଣ ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ଦାୟିତ୍ୱର ବୋଝ ମୁଣ୍ଡାଇ ପାରନ୍ତି। ସନ୍ତାନଙ୍କ ତରଫରୁ ଆପଣଙ୍କୁ କୌଣସି ସୁଖଦ ସମାଚାର ମିଳିପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। ବ୍ୟବସାୟିକ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ।ପ୍ରେମ ଜୀବନରେ ଆସୁଥିବା ସମସ୍ୟାକୁ ଆପଣ ଖୁବ୍ ଶୀଘ୍ର ଦୂର କରି ଦେବେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ।ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣ ପଶୁପକ୍ଷୀଙ୍କ ସେବା କରି ପୁଣ୍ୟ ଅର୍ଜନ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *