Excuse Me Odisha

ଯାହା କହିବୁ ସତ କହିବୁ

୩୧ ଅଗଷ୍ଟ ବଡ଼ ବୁଧବାର। ଗଣେଶ ଚତୁର୍ଥୀ ବାସ । ୧ କଏନ ଚୁପଚାପ ରଖିଦିଅନ୍ତୁ ଏହିଠାରେ। ଶେଷ ହୋଇଯିବ ବର୍ଷ ପୁରୁଣା ଗରିବୀ। ସମସ୍ତ ଦୁଃଖ କଷ୍ଟ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୩୧ ଅଗଷ୍ଟ ବଡ଼ ବୁଧବାର। ଗଣେଶ ଚତୁର୍ଥୀ ବାସ । ୧ କଏନ ଚୁପଚାପ ରଖିଦିଅନ୍ତୁ ଏହିଠାରେ। ଶେଷ ହୋଇଯିବ ବର୍ଷ ପୁରୁଣା ଗରିବୀ। ସମସ୍ତ ଦୁଃଖ କଷ୍ଟ ହେବ ଦୂର।

ବନ୍ଧୁଗଣ ଆମ ଧର୍ମ ଅର୍ଥାତ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ ପର୍ବ ହେଉଛି ଗଣେଶ ପୂଜା। ତାହାକୁ ଗଣେଶ ବିନାୟକ ଚତୁର୍ଥୀ ରୂପରେ ମଧ୍ୟ ଆମେ ଜାଣିଥାଉ। ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ପର୍ବ ଗଣେଶ ଚତୁର୍ଥୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପଡ଼ିଥାଏ। ସମସ୍ତ ଦେବତାଙ୍କ ପୂଜା ପୂର୍ବରୁ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କ ଉପାସନା କରାଯାଇଥାଏ। ସେ ହେଉଛନ୍ତି ଅଗ୍ରପୂଜ୍ୟ। ଚଳିତ ବର୍ଷ ଗଣେଶ ପୂଜା ୩୧ ତାରିଖ ବୁଧବାର ଦିନ ପଡୁଅଛି। ଏହିଦିନ କିଛି ଉପାୟ କରି ନିଜର ସମସ୍ତ କଷ୍ଟକୁ ଦୂର କରିପାରିବେ।

ଆଜି ଆମେ କଏନକୁ ନେଇ ୧୦ ଟି ମହା ଉପାୟ ଜଣେଇବୁ। ନିଜର ସୁବିଧା ଅନୁସାରେ କୌଣସି ବି ଗୋଟିଏ ଉପାୟ କରିପାରିବେ। କଏନର ମହତ୍ୱ ବହୁତ ଅଧିକ ଅଛି। ଯେକୌଣସି କଏନ ନେଇ ପାରିବେ। ଏହି କଏନ ଜୀବନର ସମସ୍ୟାକୁ ଦୂର କରିଥାଏ। ଯେତେ ରୋଜଗାର କଲେ ମଧ୍ୟ ଅଭାବ ହୋଇଥାଏ ତ ଏମିତିରେ କଏନକୁ ନେଇ ଉପାୟ କରିନିଅନ୍ତୁ। ଧନର ସମସ୍ୟା ଦୂର ହୋଇଥାଏ।

ସବୁ ଲୋକ ଧନ ରୋଜଗାର କରିବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି। ଆଜିକାଲି ଜିନିଷର ଏତେ ଦରଦାମ ଯେ ଲୋକେ ଯେତେ ରୋଜଗାର କଲେ ମଧ୍ୟ କମ ପଡିଯାଉଛି। ତ ଏଥିପାଇଁ ଏକ ଛୋଟ ପ୍ରୟୋଗ କଏନର କରନ୍ତୁ। ଏହା କଲେ ଧନର ସମସ୍ୟା ଦୂର ହୋଇଥାଏ।

ଯେବେବି ଆପଣ କାହା ଠାରୁ ଟଙ୍କା ନେଉଛନ୍ତି ତ ପାଞ୍ଚଟି ଆଙ୍ଗୁଳିରେ ନିଅନ୍ତୁ ଉନ୍ନତି ହୋଇଥାଏ। ଏମିତି କଲେ ସମସ୍ତ ନବ ଗ୍ରହର ସାଥ ଆପଣଙ୍କୁ ମିଳିଥାଏ। ସେହି ଧନକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦୁଇଟି ଆଙ୍ଗୁଳିରେ କେହି ଟଙ୍କା ଦେଲେ ଉନ୍ନତି ହୋଇନଥାଏ। ଏଥିପାଇଁ ଚେଷ୍ଟା କରନ୍ତୁ ଯାହା ପାଖରୁ ଆପଣ ଟଙ୍କା ନେଉଛନ୍ତି ସେ ମଧ୍ୟ ସବୁ ଆଙ୍ଗୁଳିରେ ଟଙ୍କା ଧରି ଦେବେ ଏବଂ ଆପଣ ମଧ୍ୟ ପାଞ୍ଚ ଆଙ୍ଗୁଳିରେ ଧରି ଟଙ୍କା ନିଅନ୍ତୁ।

କେବେବି କାହାରିକୁ ଟଙ୍କା ଦେବା ସମୟରେ ୧୧ ଟଙ୍କା ୨୧ ଟଙ୍କା ଏମିତି ଦିଅନ୍ତୁ। ୧୦ ଟଙ୍କା ୨୦ ଟଙ୍କା କିମ୍ବା ୩୦ ଟଙ୍କା ଏମିତି ଦିଅନ୍ତୁ ନାହିଁ।

କେବେ କେବେ ଏମିତି ହୋଇଥାଏ ଆପଣଙ୍କ ପର୍ସ ଖାଲି ହୋଇଯାଇଥାଏ। କେବେ କେବେ ଲାଗିଥାଏ ଧନ କମ ପଡିଯାଇଛି ତ ଛୋଟ ପ୍ରୟୋଗ କରନ୍ତୁ ଗୋଟେ କଏନ ନିଅନ୍ତୁ ଏହା ସହିତ ୧ ଟି ଲବଙ୍ଗ ଏବଂ ଗୋଟେ ଲାଲ ରଙ୍ଗର କପଡ଼ା ନିଅନ୍ତୁ ଏହାକୁ ମା ଲକ୍ଷ୍ମୀଙ୍କ ସାମ୍ନାରେ କପଡା ଉପରେ ଲବଙ୍ଗ ଏବଂ କଏନ ରଖିଦିଅନ୍ତୁ। ଏହା ପରେ ମା ଲକ୍ଷ୍ମୀଙ୍କ ଜପ ଉଚାରଣ କରନ୍ତୁ ଓଁ ଶ୍ରୀଙ୍ଗ ଶ୍ରୀୟାୟେ ନମଃ ଜପ କରି ଧନ ରଖୁଥିବା ସ୍ଥାନରେ ଏହାକୁ ବାନ୍ଧି କରି ରଖିଦିଅନ୍ତୁ। ଏହି ପ୍ରୟୋଗ କୌଣସି ବି ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ କରିପାରିବେ।

ଧନର ସମସ୍ୟା ଅଧିକ ଥିଲେ ଗୋଟେ କଏନ ନେଇନିଅନ୍ତୁ ଏହି କଏନ ଉପରେ ଆପଣ ନିଜର ନାମର ପ୍ରଥମ ଅକ୍ଷର ଲେଖନ୍ତୁ ସିନ୍ଦୁରରେ ବି ଲେଖିପାରିବେ ଲାଲ ରଙ୍ଗର ପେନ କିମ୍ବା ନେଲ ପଲିସରେ ବି ଲେଖିପାରିବେ। ଲେଖିବା ପରେ ନିଜ ଘରର ଛାତ ଉପରେ ଯେଉଁଠି ପାଣି ଟାଙ୍କି ଥିବ ତା ଉପରେ ରଖିଦେବେ ନାମର ପ୍ରଥମ ଅକ୍ଷର ଯେଉଁ ଲେଖିଛନ୍ତି ତାହା ଆକାଶ ଆଡ଼କୁ ରହିବ। ରାତି ସାରା ଚନ୍ଦ୍ରମାଙ୍କ ଛାୟାରେ ରହିବାକୁ ଦିଅନ୍ତୁ। ପର ଦିନ ସକାଳେ ସେହି କଏନକୁ ଆଣି ନିଜ ପର୍ସରେ ରଖିଦିଅନ୍ତୁ। ଏମିତି କଲେ ଧନର ଆଗମନ ହୋଇଥାଏ।

ଧନର ସମସ୍ୟା ଅଧିକ ହେଲେ କିମ୍ବା କରଜ ଅଧିକ ଚିନ୍ତିତ କରିଥିଲେ ଗୋଟେ ଧଳା ରଙ୍ଗର କପଡ଼ାରେ ଏକ ଚୁଟକି ନାଲି ମସୁର ଡାଲି ଏକ ଚୁଟକି ଚାଉଳ ଏବଂ ଗୋଟେ କଏନ ଏହାକୁ ବାନ୍ଧି କରି ନିଜ ଉପରୁ ୭ ଥର ଓଲଟା ବୁଲାଇ ନିଅନ୍ତୁ ଏବଂ ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଆପଣଙ୍କର ବଡ଼ରୁ ବଡ଼ କରଜ ପରିଶୋଧ ହୋଇଯିବ।

ମାଟିର କଳସରେ କିମ୍ବା ଦୀପ ନେଇ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ବନେଇ ଦିଅନ୍ତୁ। ସେଥିରେ ପାଣି ଏବଂ ଗୋଟେ କଏନ ରଖିଦିଅନ୍ତୁ। ପର ଦିନ ଆପଣ ପାଣିକୁ ଗଛରେ ଢାଳି ଦିଅନ୍ତୁ। ଏହି ଦୀପକୁ ଭଲ ଭାବରେ ସମ୍ଭାଳି କରି ରଖିଦିଅନ୍ତୁ ଏବଂ କଏନକୁ ଉଠାଇ ଅଲଗା ରଖିଦିଅନ୍ତୁ। ପର ଦିନଏହି ପ୍ରକ୍ରିୟା ଆଉ ଥରେ କରନ୍ତୁ ଏମିତି ୫ ଥର ଲଗାତର କରନ୍ତୁ। ଏହି କଏନକୁ ଧନ ରଖୁଥିବା ସ୍ଥାନରେ ସମ୍ଭାଳି କରି ରଖିନେବେ।

ମାଟିର ପାତ୍ରରେ ଚାଉଳ ଦୁବ ଘାସ ରଖିବେ ଏବଂ ଗୋଟେ କଏନ ରଖିବେ। କଏନକୁ ଚାଉଳରେ ଭର୍ତି କରିଦିଅନ୍ତୁ। ଏକ ଲାଲ କପଡ଼ାରେ ଏହାକୁ ବାନ୍ଧି କରି ନିଜର ଉତ୍ତର-ପଶ୍ଚିମ କୋଣରେ ସମ୍ଭାଳି କରି ରଖିଦିଅନ୍ତୁ। ଧନର ବୃଦ୍ଧି ହୋଇଥାଏ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଯଦି ଘରେ ଚାନ୍ଦିର ପାତ୍ର ଅଛି ତ ନିଅନ୍ତୁ ନଚେତ ଏକ ପ୍ଲେଟ ନିଅନ୍ତୁ ଏଥିରେ ଗୋଟେ କଏନ ରଖିଦିଅନ୍ତୁ ଏହାର ଉପରେ ଚାଉଳର କିଛି ଦାନା ରଖିଦିଅନ୍ତୁ। ଏହି ପାତ୍ରକୁ ନିଜର ପୂଜା ସ୍ଥାନରେ ରଖିଦିଅନ୍ତୁ। ଏହାକୁ କୁମକୁମରେ ପୂଜା କରନ୍ତୁ। କୌଣସି ଖାସ କାମ ପାଇଁ ଯିବାକୁ ପଡ଼ିବ ତ ସେହି ପ୍ଲେଟରୁ ଚାଉଳର ଦାନା ନିଜ ପାଖରେ ନେଇ ଚାଲିଯାଅନ୍ତୁ। ଏମିତି କରିଲେ ଆପଣଙ୍କ କାମ ପୁରା ହୋଇଥାଏ।

ଯଦି ଶନିଦେବଙ୍କ ସମସ୍ୟା ଥାଏ ତେବେ କଳା ରଙ୍ଗର କପଡା ନିଅନ୍ତୁ ତା ଉପରେ ଏକ କଏନ ରଖନ୍ତୁ ଏହା ସହିତ କଳା ବିରି ଅଳ୍ପ କଳା ତିଳ ନିଅନ୍ତୁ ଏହାକୁ ବାନ୍ଧି ଦିଅନ୍ତୁ। ନିଜ ଉପରୁ ୩ ରୁ ୫ ଥର ବୁଲାଇ ନେଇ ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଶନି ସମ୍ବଦ୍ଧିତ ଯାହାବି ଦୋଷ ଥିବ ତାହା ଶେଷ ହୋଇଯିବ।

ଏହି ଦିନ କିମ୍ବା ଯେବେବି ଅମାବାସ୍ୟା ତିଥି ହେବ କିମ୍ବା ବୁଧବାର ଦିନ ଏହି ଛୋଟ ଉପାୟ କରନ୍ତୁ। ଭଗବାନ ଗଣେଶଙ୍କର ପୂଜା କରିବା ସମୟରେ ଏକ କଏନ ଏବଂ ୧ ଟି ସୁପାରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଯେବେବି କୌଣସି ଖାସ କାମରେ ଯିବେ ତ ସେହି ସୁପାରିକୁ ନିଜ ପକେଟରେ ନେଇ ଯାଆନ୍ତୁ କଏନ ଭଗବାନ ଗଣେଶଙ୍କ ପାଖରେ ରହିବାକୁ ଦେବେ। କାମ ଆପଣଙ୍କର ସଫଳ ହେବ। କାମ ହେବା ପରେ ସୁପାରିକୁ ଭଗବାନ ଗଣେଶଙ୍କ ପାଖରେ ଆଣି ରଖିଦେବେ।

ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଦକ୍ଷିଣା ଭାବରେ କିଛି କଏନ ଦେଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ। ଜୀବନରେ ଧନର କମି ହୋଇନଥାଏ।

ସନ୍ଧ୍ୟା ସମୟରେ ଦୀପ ଜାଳିବା ସମୟରେ କଏନ ପକେଇ ହିଁ ଜଳାନ୍ତୁ। ଏହି କଏନ ପ୍ରତ୍ୟକ ଦିନ ଦୀପରେ ପକେଇବେ ନକରାତ୍ମକ ଉର୍ଜା ସମାପ୍ତ ହେବ ଏବଂ ଭଲ ଅଵସର ଜୀବନରେ ମିଳିବ। ଯାହା ଆପଣଙ୍କୁ ପ୍ରତ୍ୟକ ସମସ୍ୟାରୁ ବାହାରକୁ ବାହାର କରିବ।

ଚାକିରୀ ବ୍ୟବସାୟରେ ଉନ୍ନତି ପାଇଁ ଏକ କଏନକୁ ଲାଲ ରଙ୍ଗର କପଡ଼ାରେ ଏକ କଏନ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହି କଏନକୁ କେବେବି ଖର୍ଚ୍ଚ କରିବେ ନାହିଁ। ଏହି ପ୍ରୟୋଗ କୌଣସି ବି ଶୁଭ ମୁହୂର୍ତ୍ତରେ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *